୧୨୮୦ କୁକୁର ହେଲେ ଷ୍ଟେରିଲାଇଜ୍

 ସମ୍ବଲପୁର: ସମ୍ବଲପୁର ମହାନଗର ନିଗମ ପକ୍ଷରୁ କୁକୁର ବଂଶ ନିୟନ୍ତ୍ରଣ ପାଇଁ ଷ୍ଟେରିଲାଇଜ୍ ଅଭିଯାନ ଆରମ୍ଭ ହୋଇଛି । ଚଳିତ ବର୍ଷ  ୧୨୮୦ ଶ୍ୱାନମାନଙ୍କୁ ଅସ୍ତ୍ରୋପଚାର ଜରିଆରେ ଷ୍ଟେରିଲାଇଜ୍ କରାଯାଇଛି । ବୁର୍ଲା ଠାରେ ଥିବା ସ୍ୱତନ୍ତ୍ର କକ୍ଷରେ ମହାନଗର କର୍ମଚାରୀମାନଙ୍କ ଦ୍ୱାରା ଧରା ଯାଇଥିବା କୁକୁରମାନଙ୍କ ଜନ୍ମ ନିୟନ୍ତ୍ରଣ ପାଇଁ ଅସ୍ତ୍ରୋପଚାର କରାଯାଉଛି । ଅସ୍ତ୍ରୋପଚାର ପରେ ଏହି କୁକୁରମାନଙ୍କୁ ଆବଶ୍ୟକୀୟ ଯତ୍ନ ନିଆଯିବା ସହ ଅଣାଯାଇଥିବା ସ୍ଥାନରେ ଛାଡ଼ି ଦିଆଯିବ ବୋଳି ମହାନଗର ନିଗମ କମିଶନର ବେଦଭୂଷଣ କହିଛନ୍ତି । ବର୍ତ୍ତର୍ମାନ ସୁଦ୍ଧା ୩୮୪୭ କୁକୁରଙ୍କୁ ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର କରାଯାଇଛି । ଏମାନଙ୍କ ମଧ୍ୟରେ ୨୧୧୫ ଅଣ୍ଡିରା ଓ ୧୭୫୯ ମାଈ କୁକୁର ଅଛନ୍ତି । ପୂର୍ବରୁ ଏହି ଅଭିଯାନର ପ୍ରଥମ ବର୍ଷ ଅର୍ଥାତ୍ ୨୦୧୪-୧୫ରେ ୪୦, ୨୦୧୬-୧୭ରେ ୪୧୪,  ୨୦୧୭-୧୮ରେ ୪୬୯,  ୨୦୧୯-୨୦ରେ ୩୫୮ । ଗତ ବର୍ଷ ୧୯୩ କୁକୁରଙ୍କ ଠାରେ ଅସ୍ତ୍ରୋପଚାର କରାଯାଇଥିଲା । ଏହି ଅଭିଯାନ ବୈଜ୍ଞାନିକ ପଦ୍ଧତିରେ ହେଉଛି ଓ ଏଥିପାଇଁ ଲୋକଙ୍କ ସାହାଯ୍ୟ ଆବଶ୍ୟକ ବୋଲି କମିଶନର କହିଛନ୍ତି । ପ୍ରତି ବର୍ଷ ଆନୁମାନିକ ୧ ହଜାର କୁକୁରଙ୍କ ଏହିପରି ଅସ୍ତ୍ରୋପଚାର କରାଯିବ ବୋଲି ମହାନଗର ନିଗମ ସୂଚନା ଦେଇଛି  ।