୧୬ରେ ଓକିଲ ସଂଘ ନିର୍ବାଚନ

ନବରଙ୍ଗପୁର : ଓଡିଶା ରାଜ୍ୟ ବାର କାଉନସିଲଙ୍କ ନିଦେ୍ର୍ଦଶ କ୍ରମେ ନିକଟରେ ନବରଙ୍ଗପୁର ଜିଲ୍ଲା ଓକିଲ ସଂଘର ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ନିର୍ବାଚନରେ ଖାଲି ପଡିଥିବା ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି  । ବରିଷ୍ଠ ଆଇନଜୀବୀ ତଥା ନିର୍ବାଚନ ଅଧିକାରୀ ସି ଏଚ ବାବା ଯୁଗନ୍ଧର ପ୍ରକାଶ କରିଛନ୍ତି  । ବିଜ୍ଞପ୍ତି ଅନୁସାରେ, ଆସନ୍ତା ୧୬ ତାରିଖରେ ଜଣେ ଯୁଗ୍ମ ସମ୍ପାଦକ ଓ ୩ ଜଣ କାର୍ଯ୍ୟକାରୀ ସଭ୍ୟ ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ  । ଚଳିତ ୮ ଏବଂ ୯ ତାରିଖ ଦିନ ୮ ଟାରୁ ୧୧ଟା ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଯୋଗାଣ ଓ ନାମାଙ୍କନ ପତ୍ର ଦାଖଲ କରାଯିବ । ପ୍ରାର୍ଥୀପତ୍ର ଦାଖଲ କରିଥିବା ପ୍ରାର୍ଥି ମାନଙ୍କ ତାଲିକା ୯ ତାରିଖ ଦିନ ପ୍ରକାଶ କରାଯିବ  । ୧୦ ତାରିଖ ଦିନ ପ୍ରାର୍ଥୀପତ୍ର ଯାଞ୍ଚ କରାଯାଇ ସେହି ଦିନ ହିଁ ପ୍ରାର୍ଥି ମାନଙ୍କ ବୈଧ ତାଲିକା ପ୍ରକାଶ କରାଯିବ  । ୧୧ ତାରିଖ ଦିନ ସକଳ ୮ଟା ରୁ ଅପରାହ୍ନ ୧୧ଟା ମଧ୍ୟରେ ନାମାଙ୍କନ ପ୍ରତ୍ୟାହାର କରିପାରିବେ  । ୧୫ ତାରିଖ ଦିନ ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ  । ୧୬ ତାରିଖ ସକାଳ ସାଢେ ୮ଟା ରୁ ଦିନ ୧୧ଟା ପର୍ଯ୍ୟନ୍ତ ବାର ରୁମରେ ଭୋଟ ଗ୍ରହଣ ଓ ସାଢେ ୧୨ ଟାରୁ  ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହେବ  । ଭୋଟ ଗଣତି ସମାପ୍ତ ପରେ ତୁରନ୍ତ ବିଜୟୀ ପ୍ରାର୍ଥୀ ମାନଙ୍କ ନାମ ଘୋଷଣା କରାଯିବ ବୋଲି ନିର୍ବାଚନ ଅଧିକାରୀ ସି ଏଚ ବାବା ଯୁଗନ୍ଧର ସୂଚନା ଦେଇଛନ୍ତି  । ଏହି ନିର୍ବାଚନ ପରିଚାଳନାରେ ସହକାରୀ ନିର୍ବାଚନ ଅଧିକାରୀ ଆଇନଜୀବୀ କିଶୋର କୁମାର ପଟ୍ଟନାୟକ ଓ ତାଜ ଇମରାନ ସରିଫ ସହଯୋଗ କରିବେ  ।