୧୯୭୧ ବ୍ୟାଚ୍ ବନ୍ଧୁମିଳନ

 କାକଟପୁର : କାକଟପୁର ସରକାରୀ ନୋଡାଲ ହାଇସ୍କୁଲର ୧୯୭୧ବ୍ୟାଚ୍ର ପ୍ରାକ୍ତନ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ସ୍ଥାନୀୟ ସ୍ୱମେଶ୍ୱର ମହାଦେବଙ୍କ ପୀଠରେ ଏକ ବର୍ଣ୍ଣାଢ୍ୟ ମଧ୍ୟରେ ଅନୁଷ୍ଠିତ ହୋଇଛି । ସମସ୍ତ ପ୍ରାକ୍ତନ ଛାତ୍ରଛାତ୍ରୀମାନେ ଏକାଠି ହୋଇ ନିଜ ନିଜର ଛାତ୍ର ଜୀବନର ଅଭୁଲା ସ୍ମୃତିକୁ ରୋମନ୍ଥନ କରିଥିଲେ । ଏଥିସହିତ ପରଷ୍ପର ପାରିବାରିକ ଜୀବନ ସମ୍ପର୍କରେ ଅବଗତ ହୋଇଥିଲେ । ଏଥିସହିତ ୧୯୭୧ ମସିହା ଡିସେମ୍ୱର ୩ ତାରିଖରେ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧ ସମୟରେ ସହିଦ ହୋଇଥିବା ଗଞ୍ଜାମ ଆସିକା ଅଞ୍ଚଳର ଓଡ଼ିଆ ପୁଅ କାଶୀନାଥ ସାହୁଙ୍କ ସମେତ ସମସ୍ତ ସହିଦଙ୍କ ପାଇଁ ୨ ମିନିଟ ନିରବ ପ୍ରାର୍ଥନା କରିଥିଲେ । କାର୍ଯ୍ୟକ୍ରରେ କାକଟପୁର କଲେଜ ଏବଂ ଗୋପ କଲେଜ ପ୍ରାକ୍ତନ ଅଧ୍ୟକ୍ଷ ଜମେଶ୍ୱର ଦୀକ୍ଷିତ, ହୃଦରୋଗ ବିଶେଷଜ୍ଞ ପ୍ରଫେସର ଡ. ପ୍ରଭାତ ଦାଶ, ବାବାଜୀ ସେନାପତି, ପ୍ରମୋଦ ସେନାପତି, ରାଜକିଶୋର ଦାଶ, କ୍ଷୀରୋଦ ଦାଶ, କାଳୀ ପ୍ରସାଦ ଦାଶ, ହୃଷିକେଶ ଦୀକ୍ଷିତ, ପ୍ରମୋଦିନ ମହାନ୍ତି, ପ୍ରଫୁଲ୍ଲ ଦୀକ୍ଷିତ, ସର୍ବେଶ୍ୱର ଦୀକ୍ଷିତ, ବାଲୁଙ୍କେଶ୍ୱର ମିଶ୍ରଙ୍କ ତତ୍ତ୍ୱାବଧାନରେ ଛାତ୍ରଛାତ୍ରୀ ଏକାଠି ହୋଇଥିଲେ ।