କେନାଲକୁ ଆସୁନି ପାଣି, ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ


ାା ପ୍ରଭାନୁ୍ୟଜ ।ା ଢେଙ୍କାନାଳ: ୨୦୦୬ ମସିହାରେ କେନାଲ ଖୋଲାଗଲା । କେନାଲ ଖୋଳାକୁ ଦେଖି ଚାଷୀର ମନ କାହିଁ କେତେ ଯେ ଖୁସି ହୋଇଗଲା । କେନାଲରେ ପାଣି ବର୍ଷ ସାରା ଆସିବ ।  ବିଭିନ୍ନ ପ୍ରକାରର ଫସଲ ଫଳେଇ ନିଜ ପରିବାରର ଆର୍ଥିକ ଉନ୍ନତି ଆଣିବ । ଆଉ କାହା ପାଖରେ ଅଭାବ ବେଳେ ହାତ ପତାଇବ ନାହିଁ । ଏହିଭଳି ଅନେକ ସ୍ୱପ୍ନ ଦେଖିଥିଲା ଚାଷୀ । ହେଲେ କେନାଲ ଖୋଳାର ୧୬ବର୍ଷ ପରେ ମଧ୍ୟ କେନାଲରେ ଥରେ ହେଲେ ପାଣି ଆସିଲା ନାହିଁ । ଚାଷୀ ପାଣିକୁ ଚାହିଁ ଚାହିଁ ତାର ସ୍ୱପ୍ନ ସ୍ୱପ୍ନରେ ରହିଗଲା । ଏବେ ପୁଣି ସେହି କେନାଲରେ ଉଠିଥିବା ଅନାବନା ଗଛ ସଫା କରି କେନାଲର ପୁନଃରୁଦ୍ଧାର ଚାଲିଛି । କେନାଲରେ ପାଣି ଆସିବ ଓ ଚାଷୀର ଜମିକୁ ଚାଷ ପାଇଁ ଯୋଗାଇ ଦିଆଯିବ ବୋଲି ପୁନରୁଦ୍ଧାର ଦାୟତ୍ୱରେ ଥିବା ଅଧିକାରୀ ପ୍ରକାଶ କରିଛନ୍ତି ।
 ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କୋଟଗରା ପଞ୍ଚାୟତ ଯୋଗିଡିହି ଗ୍ରାମ ଦେଇ ଯାଇଥିବା ରେଙ୍ଗାଲିି ଦକ୍ଷିଣ ପାର୍ଶ୍ୱ ଭୈରପୁର ଶାଖା କେନାଲର ପୁନରୁଦ୍ଧାର ପାଇଁ କିଛି ଦିନ ପୂର୍ବ କେନାଲ ଓ  ହୁଡ଼ାରେ ଉଠିଥିବା ଅନାବନା ଗଛକୁ ଜେସିବି ଦ୍ୱାରା ସଫା କରାଯାଇଛି । କିନ୍ତୁ ଏ ଅଞ୍ଚଳକୁ ପାଣି ଆସିବା ନେଇ କୃଷକ ମହଲରେ ସନେ୍ଦହ ପ୍ରକାଶ ପାଇଛି । ୭୦/୮୦ ଦଶକରୁ ଆରମ୍ଭ ହୋଇଥିବା ରେଙ୍ଗାଲିି କେନାଲରେ ପାଣି ଆସିବ ଜମିରେ ମାଡିବ । ଶେଷରେ ୨ହଜାର ମସିହା ବେଳକୁ ସର୍ଭେ ହୋଇ ଜମି ଅଧିଗ୍ରହଣ କରାଗଲା । କେନାଲ ପାଇଁ ସରକାରଙ୍କ ଦ୍ୱାରା ଅଧିକୃତ ଜମିର ମୂଲ୍ୟ ବାବଦ ଟଙ୍କା ଜମି ମାଲିକଙ୍କ ବ୍ୟାଙ୍କ ଖାତାକୁ ୨୦୦୩ ମସିହା ବେଳକୁ ଆସିଗଲା । ୨୦୦୬ ମସିହା ବେଳକୁ କେନାଲ ଖୋଳା ହୋଇଗଲା । ଅଥଚ ଅଦ୍ୟାବଧି କେନାଲରେ ପାଣି ଆସିଲା ନାହିଁ । ପରେ ଜଣାପଡିଲା ଯେ, କେନାଲକୁ ଆବଶ୍ୟକ ଲେବୁଲରେ ଖୋଳାଯାଇ ନ ଥିବାରୁ କମଗରା ହାଇସ୍କୁଲଠାରୁ ଆଉ ଆଗକୁ ପାଣି ଗଲା ନାହିଁ । ତେଣୁ କେଉଁଠି କେନାଲ ହୁଡ଼ା ଭାଙ୍ଗିଲା ତ ପୁଣି କେଉଁଠି ଜବର ଦଖଲ ହେଲା । ନିମ୍ନମାନର କାମ କରି ଠିକାଦାର ବିଭାଗୀୟ ଯନ୍ତ୍ରୀ ଓ କର୍ମଚାରୀମାନେ ମାଲେମାଲ ହୋଇଗଲେ । କେନାଲ ଆସିବା ଦ୍ୱାରା ଚାଷୀମାନେ ଉପକୃତ ହେବା ପରିବର୍ତ୍ତେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଭଲ ଉର୍ବର ଚାଷଜମିରେ କେନାଲ ଯିବା ଦ୍ୱାରା ସଂପୃକ୍ତ ଜମିରେ ଆଉ ଚାଷ ହେଲା ନାହିଁ । ଯେଉଁ ଜମିକୁ ଟ୍ରାକ୍ଟର ହଳ ନେବାକୁ ଅଥବା ସେହି ଜମିରୁ ପାଚିଲା ଧାନ ଆଦି ଫସଲ ଆଣିବାକୁ ୧୫ ମିନିଟ ସମୟ ଲାଗୁଥିଲା, ଏବେ ସେହି ଜମିକୁ କେନାଲ ହୁଡ଼ା ଯୋଗୁଁ ଅନ୍ୟତ୍ର ବୁଲି ଯିବା ଦ୍ୱାରା ପ୍ରାୟ ଘଣ୍ଟାଏ ଲାଗୁଛି । ଏହା ବ୍ୟତୀତ କେନାଲହୁଡ଼ା ଓ କଲର୍ଭଟ ଗୁଡ଼ିକ ଅନାବନା ଗଛ ଯୋଗୁଁ ଜଙ୍ଗଲ ସୃଷ୍ଟି ହୋଇଥିବାରୁ ତାହା ମଧ୍ୟରେ ବାର୍ହାମାନେ ବସବାସ କରି ବ୍ୟାପକ ଧାନଫସଲ ନଷ୍ଟ କରିଥାନ୍ତି । ଚଳିତବର୍ଷ ଚାଲିଥିବା କେନାଲ ପୁନଃରୁଦ୍ଧାର କାର୍ଯ୍ୟ ଦ୍ୱାରା ଯୋଗିଡିହ ଗ୍ରାମକୁ ପାଣି ଆସିବ ତ ? ଚାଷୀମାନେ ଉପକୃତ ହେବେ ତ ? ଏ ନେଇ ସେନେ୍ଦହ ପ୍ରକଟ କରାଯାଉଛି । ତେବେ ଏ ସଂପର୍କରେ ବିଭାଗୀୟ କରିଷ୍ଠ ଯନ୍ତ୍ରୀ ସଚ୍ଚିଦାନନ୍ଦ ତରେଇଙ୍କୁ ପଚାରିବାରେ କହନ୍ତି ଆମେ ଚେଷ୍ଟା କରୁଛୁ କିଭଳି ପାଣି କେନାଲରେ ଯିବ ଏବଂ ଚାଷୀ ଉପକୃତ ହେବେ । ସେଥିପାଇଁ ବର୍ତ୍ତମାନ ଡାଳ ଓ ଗଛ କଟାଯାଇ କେନାଲ ସଫା କରାଯାଉଛି ।