୧୯୮୦ ବ୍ୟାଚର ବନ୍ଧୁମିଳନ
କୋରାପୁଟ: ହାତୀଶାଳ ନିକଟରେ ଥିବା ସେଣ୍ଟ ଜାଭିୟର୍ସ ହାଇସ୍କୁଲ ପରିସରରେ ଜୟପୁର ସରକାରୀ ଉଚ୍ଚ ବିଦ୍ୟାଳୟର ୧୯୮୦ ମସିହାର ମାଟ୍ରିକ ବ୍ୟାଚର ବନ୍ଧୁମିଳନ ଓ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି । ସେଣ୍ଟ୍ ଜାଭିୟର୍ସ ହାଇସ୍କୁଲ ଜଗଦଲପୁର ଚେଇନର୍ସ ମୁଖ୍ୟ ଏବଂ ରାଷ୍ଟ୍ରୀୟ ଖେଳ ବିଭାଗ ସହ ସମ୍ପାଦକ ଜି ଶ୍ରୀନିବାସ ପଟ୍ଟନାୟକ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟର ୧୯୮୦ ମ୍ୟାଟ୍ରିକ ବ୍ୟାଚ ଏବଂ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ ୧୯୮୪ ଡିଗ୍ରୀ ବ୍ୟାଚର ସମସ୍ତ ବନ୍ଧୁ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ୱଳନ କରି ଶୁଭାରମ୍ଭ ହୋଇଥିଲା । ଏହି ଅବସରରେ ମନୋରଞ୍ଜନ ପାଇଁ ହାଇସ୍କୁଲ ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଏଥିରେ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଡ଼.ଅନୀମା ପାଣିଗ୍ରାହୀ ଯୋଗ ଦେଇ ଉପସ୍ଥିତ ବନ୍ଧୁ ଓ ଦର୍ଶକଙ୍କୁ ମନୋରଞ୍ଜିତ କରିଥିଲେ । ଅନ୍ୟତମ ଗାୟକ ମନୋଜ ଦାସ ଅତି ଆକର୍ଷଣୀୟ ଗୀତ ଗାନ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସିୱା ଗ୍ରୁପ, ହାଇସ୍କୁଲର ପରିଚାଳନା ସଭ୍ୟ ବିଷ୍ଣୁ ପାତ୍ର ଏବଂ ଅବସରପ୍ରାପ୍ତ ବନ୍ଧୁମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ହାଇସ୍କୁଲର ପ୍ରିନ୍ସିପଲ ବିଷ୍ଣୁ ପ୍ରସାଦ ମିଶ୍ର ପରିଚାଳନା କରିଥିବାବେଳେ ପ୍ରଧାନ ଶିକ୍ଷକଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । ଶେଷରେ ହାଇସ୍କୁଲ ମୁଖ୍ୟ ଜି ଶ୍ରୀନିବାସ ପଟ୍ଟନାୟକ କୋରାପୁଟ ଜିଲ୍ଲା ଏବଂ ରାଷ୍ଟ୍ରର ସମସ୍ତ ପଛୁଆ ଅଞ୍ଚଳ୍ସର ପ୍ରତିଭାବାନ ଖେଳାଳିଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ଏବଂ ସୁବିଧା ଯୋଗାଇ ଦେବାକୁ ପ୍ରୟାସରତ ରହିଥିବା କହିବା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।