୧୯୮୦ ବ୍ୟାଚ ପକ୍ଷରୁ ମେଧା ସମ୍ବର୍ଦ୍ଧନା
ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଚନ୍ଦନନଗର ପଦ୍ମଲୋଚନ ବିଦ୍ୟାପୀଠର ୧୯୮୦ ବ୍ୟାଚ ଛାତ୍ରଛାତ୍ରୀଙ୍କୁ ନେଇ ଗଠିତ ଚନ୍ଦନନଗର ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଚଳିତ ମାଟ୍ରିକ ପରୀକ୍ଷାରେ ଜିଲ୍ଲା ଟପ୍ପର ଓ ଅନ୍ୟାନ୍ୟ ବିଭିନ୍ନ ସ୍କୁଲର କୃତି ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ମାନପତ୍ର । ଉପଢୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଛି । ଚନ୍ଦନନଗର ପି ଏଲ ବିଦ୍ୟାପୀଠ ଠାରେ ବରିଷ୍ଠ ସାମ୍ବାଦିକ ଭାସ୍କର ରାଉତରାୟଙ୍କ ପୌରହିତ୍ୟରେ ଆୟୋଜିତ ସ୍ୱତନ୍ତ୍ର ଉସôବରେ ପ୍ରାକ୍ତନ ପ୍ରଧାନଶିକ୍ଷକ ସଚିନନ୍ଦନ ଦାଶ ମୁଖ୍ୟଅତିଥି, ପ୍ରାକ୍ତନ ପ୍ରଧାନଶିକ୍ଷକ ପଞ୍ଚାନନ ଧଳ ମୁଖ୍ୟବକ୍ତା, ସାମ୍ବାଦିକ ଅକ୍ଷୟ ସାହୁ ପ୍ରଧାନଶିକ୍ଷକ ହେମନ୍ତ ରାଉତ । ମୋ ସ୍କୁଲ ଅଭିଯାନ କମିଟି ସଭାପତି ପ୍ରଫୁଲ୍ଲ ଶତପଥୀ ସମ୍ମାନିତଅତିଥି ଭାବେ ଯୋଗ ଦେଇ ସାମ୍ପ୍ରତିକ ପ୍ରତିଯୋଗିତାମୂଳକ ଦୁନିଆରେ ଶିକ୍ଷା କ୍ଷେତ୍ରରେ ସଫଳତା ହାସଲ କରି ଲକ୍ଷ୍ୟ ସ୍ଥଳରେ ପହଞ୍ଚôବା ଏକ ଆହ୍ୱାନ ହୋଇଥିବାରୁ ସମସ୍ତ କୃତି ଛାତ୍ର ଛାତ୍ରୀ ନିଜର ଲକ୍ଷ୍ୟ ହାସଲ ପାଇଁ ନିଷ୍ଠା ଓ ଅଧ୍ୟବସାୟ ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ । ବରିଷ୍ଠ ନାଗରିକ ମଞ୍ଚ ସମ୍ପାଦକ ବୈଦ୍ୟନାଥ ନାୟକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ଉର୍ବଶୀ ସାହୁ ସ୍ୱାଗତ ଭାଷଣ ଓ ରଘୁନାଥ ନାଥ ସ୍ୱାଇଁ ଅତିଥି ପରିଚୟ ପ୍ରଦାନ