୨୦୦ ଲିଟର ମଦ ଓ ମଦ ସାମଗ୍ରୀ ଜବତ ; ବେପାରୀ ଗିରଫ

ଭୁବନେଶ୍ୱର, ୧୭ା୬ : କିଛିଦିନ ହେବ ସାଲିଆ ସାହି ଅନ୍ତର୍ଗତ ତାରିଣୀ ନଗରରେ ଦେଶୀ ମଦ କାରଖାନା ଆରମ୍ଭ ହୋଇଥିଲା । ଏହି ଖବର ପାଇ ଆଜି ସକାଳୁ ମୈତ୍ରୀବିହାର ଥାନା ଅଧିକାରୀଙ୍କ ନିଦେ୍ର୍ଦଶ କ୍ରମେ ଥାନାର ଟିମ ତାରିଣୀ ନଗରରେ ଅଚାନକ ଚଢ଼ାଉ କରି ବେପାରୀକୁ ଗିରଫ କରିଥିବା ବେଳେ, ଘର ଭିତରୁ ୨୦୦ ଲିଟର ଦେଶୀ ମଦ, ମଦ ତିଆରି ସାମଗ୍ରୀ ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ହେଲା, ଶ୍ୟାମ ସୁନ୍ଦର ମୁର୍ମୁ । ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି ।
ସୂଚନାଯୋଗ୍ୟଯେ, କିଛିଦିନ ହେବ ସାଲିଆ ସାହି ନିକଟ ତାରିଣୀ ନଗରରେ ପୁଣି ଦେଶୀ ମଦ କାରଖାନା ଆରମ୍ଭ ହୋଇଥିବା ମୈତ୍ରୀବିହାର ଥାନା ଅଧିକାରୀ ମୃତୁ୍ୟଞ୍ଜୟ ସ୍ୱାଇଁ ଜାଣିବାକୁ ପାଇଥିଲେ । ଖବର ପାଇବା ପରେ ଶ୍ରୀ ସ୍ୱାଇଁ ସୋମବାର ସକାଳୁ ସକାଳୁ ଥାନାର ଏକ ଟିମ ପଠାଇ ବସ୍ତିରେ ଅଚାନକ ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ଘରୁ ୨୦୦ ଲିଟର ଦେଶୀ ମଦ, ମଦ ତିଆରି ସାମଗ୍ରୀ ଓ ୫୦ଟି ରସ ଡେକିଚି ଜବତ କରାଯାଇଛି । ଏହାସହ ଅଭିଯୁକ୍ତକୁ ମଧ୍ୟ ଗିରଫ କରାଯାଇଛି । ଅଭିଯୁକ୍ତ ନାମରେ ପୂର୍ବରୁ ଥାନାରେ ଏକ ମାମଲା ମଧ୍ୟ ରହିଛି ।