୨୦ ବର୍ଷ ପରେ ଏକାଠି ହେଲେ ସ୍ୱାମୀ ସ୍ତ୍ରୀ
କେନ୍ଦ୍ରାପଡା: କେନ୍ଦ୍ରାପଡା ପରିବାର ଅଦାଲତର ବିଚାରପତି ଦେବାଶିଷ ପଣ୍ଡା ଦୀର୍ଘ ୨୦ ବର୍ଷ ପରେ ସ୍ୱାମୀ ସ୍ତ୍ରୀଙ୍କୁ ଏକାଠି କରିଥିବା ଜଣାପଡିଛି । ଗଙ୍ଗାରାମପୁର ଭାରତୀ ନାୟକ ଭଦ୍ରେଶ୍ୱର ରଞ୍ଜନ କୁମାର ସାହୁଙ୍କୁ ବିବାହ କରିଥିଲେ । ପାରିବାରିକ ମନମାଳିନ୍ୟ ଯୋଗୁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇ ଉଭୟ ଅଲଗା ରହୁଥିଲେ । ତେବେ ୨୦୨୩ ମସିହାରେ ଭାରତୀ ନିଜ ସ୍ୱାମୀଙ୍କ ଠାରୁ ଭରଣ ପୋଷଣ ପାଇବା ପାଇଁ ପରିବାର ଅଦାଲତରେ ଏକ ମାମଲା ଦାଏର କରିଥିଲେ । ଏହି ମାମଲାର ବିଚାର କରି ମାନ୍ୟବର ବିଚାରପତି ଶ୍ରୀ ପଣ୍ଡା ଉଭୟ ସ୍ୱାମୀ ସ୍ତ୍ରୀଙ୍କୁ ବୁଝାସୁଝା କରିବା ଫଳରେ ସ୍ୱାମୀ ସ୍ତ୍ରୀ ପୁନର୍ବାର ଦୀର୍ଘ ୨୦ ବର୍ଷ ପରେ ଏକାଠି ଚଳିବାକୁ ସମ୍ମତି ପ୍ରଦାନ କରିଥିଲେ । ଦୀର୍ଘ ଦିନରୁ ଚାଲି ଆସିଥିବା ଏହି ବିବାଦର ଆପୋଷ ସମାଧାନ ହୋଇଥିବାରୁ ଉଭୟପକ୍ଷର ପରିବାର ସନ୍ତୋଷ ପ୍ରକାଶ କରିଛନ୍ତି । ଜିଲ୍ଲା ଓ ଦୌରାଜଜ ବିଶ୍ୱଜିତ ମହାନ୍ତି ନିଜେ ଉପସ୍ଥିତ ରହି ସମାଧାନ ପ୍ରକ୍ରିୟାକୁ ଅନୁଧ୍ୟାନ କରିଥିଲେ । ସମାଧାନ ପ୍ରକ୍ରିୟାରେ ଆଇନଜୀବୀ ସ୍ୱୟଂ ପ୍ରକାଶ ଦାସ, ଅମି୍ରତା ମିଶ୍ର, ପ୍ରଭାତ ରଞ୍ଜନ ପାଣ୍ଡେ ଓ କାଉନସେଲିଂ ଓକିଲ ମନୋରଞ୍ଜନ ମହାନ୍ତି ପ୍ରମୁଖ ସହାୟତା କରିଥିଲେ ।