୨୦ ହଜାର ଟଙ୍କା ଲାଞ୍ଜ ନେଇ ଧରାପଡ଼ିଲେ ସରକାରୀ ବାବୁ

୨୦ ହଜାର ଟଙ୍କା ଲାଞ୍ଜ ନେଇ ଧରାପଡ଼ିଲେ ସରକାରୀ ବାବୁ

କେନ୍ଦୁଝର : ଏନଜିଓ ଠାରୁ ଫୋନ ପେ ମାଧ୍ୟମରେ ୨୦ହଜାର ଟଙ୍କା ଲାଞ୍ଜ ନେବା ସମୟରେ ଧରାପଡ଼ିଲେ ସରକାରୀ ବାବୁ । ଲାଞ୍ଚ ନେଇ ଧରାପଡ଼ିଲେ କେନ୍ଦୁଝର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ବିପ୍ଳବ କେଶରୀ ସାମନ୍ତରାୟ । 

      ସୂଚନା ଅନୁସାରେ, ସରକାରଙ୍କ ସାମାଜିକ ନିରାପତ୍ତା ଯୋଜନା ଅଧୀନରେ ଏନଜିଓ ଗୁଡ଼ିକର ବିଲ୍‌ କ୍ଲିଅର କରିବା ଲାଗି ବିପ୍ଳବ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଥିଲା । ନିକଟରେ ସେ ଏକ ଏନଜିଓଠାରୁ ୨୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଏ ନେଇ ସମ୍ପୃକ୍ତ ଏନଜିଓ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲା। ଯୋଜନା ଅନୁସାରେ, ବିପ୍ଳବ ଫୋନ ପେ’ ଜରିଆରେ ୨୦ ହଜାର ଟଙ୍କା ନେବା ସମୟରେ ଅଧିକାରୀମାନେ ତାଙ୍କୁ ଗିରଫ କରିଥିଲେ।

     ଏହାପରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ତାଙ୍କର ୩ଟି ଠିକଣାରେ ଚଢ଼ାଉ କରିଛି ଭିଜିଲାନ୍ସ ବିଭାଗ । ତାଙ୍କର ଭୁବନେଶ୍ଵରରେ ୧୦ଟି ଫ୍ଲଟ୍, ଭୁବନେଶ୍ଵର ରେ ୩ହଜାର ବର୍ଗଫୁଟ୍ ର ଏକ ୩ମହଲା ଘର, ଭୁବନେଶ୍ୱର ମଦନପୁର ଠାରେ ଅନ୍ୟ ଏକ ଘର, ଭୁବନେଶ୍ୱର ମଦନପୁର ଠାରେ ୩ ଏକର ପରିମିତ ଏକ ଫାର୍ମ ହାଉସ୍ ଠାବ ହୋଇଛି । ସେ ବିଭିନ୍ନ କାମ କରାଇବା ପାଇଁ ବିଭିନ୍ନ ଘଏଙ ଏବଂ ଲୋକଙ୍କ ଠାରୁ ଫୋନ୍ ପେ’ ମାଧ୍ୟମରେ ଲାଞ୍ଚ ନେଇଥିବା ଭିଜିଲାନ୍ସ ବିଭାଗ ଜାଣିବାକୁ ପାଇଛି ।