୨୪ରେ ଲଘୁଚାପ


 ଭୁବନେଶ୍ୱର: ଆସନ୍ତା ୨୪ ବେଳକୁ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟିହେବ  । ସେହିପରି ଉତ୍ତର ପୂର୍ବ ବଙ୍ଗୋପସାଗରେ ଏବେ ମୌସୁମୀ ବି ସକ୍ରିୟ ରହିଛି  । ଏହାର ପ୍ରଭାବରେ ୨୪ ଯାଏଁ ବର୍ଷା ହେବବୋଲି ପୂର୍ବରୁ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି  । ତେବେ ଜୁଲାଇ ୨୪ରେ ଲଘୁଚାପ ସୃଷ୍ଟିହେଲେ ଆହୁରି ଚାରିଦିନ ବର୍ଷା ହେବା ନିଶ୍ଚିତ ବୋଲି ପାଣିପାଗ ବିଶେଷଜ୍ଞମାନେ ମତପୋଷଣ କରିଛନ୍ତି  । 
ପାଣିପାଗ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ, ଆସନ୍ତାକାଲି ଆଭ୍ୟନ୍ତରୀଣ ଓଡ଼ିଶା ଓ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି  । ସେହିପରି ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼, ଅନୁଗୁଳ, ସମ୍ବଲପୁର, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ସୋନପୁର, ରାୟଗଡ଼ା, କୋରାପୁଟ ଓ ଗଜପତିରେ ପ୍ରବଳ ବର୍ଷା ହେବା ସହ ୩୦ରୁ ୪୦ କିମି ବେଗରେ ପବନ ବହିବ ବୋଲି ଅନୁମାନ କରାଯାଉଛି  । ଏହାଛଡ଼ା ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ଢେଙ୍କାନାଳ, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, ନବରଙ୍ଗପୁର ଓ ମାଲକାନଗିରିରେ ଝଡ଼ବର୍ଷା ହେବାର ସମ୍ଭାବନା ରହିିଛି  । ଏହିସବୁ ଜିଲ୍ଳାକୁ ୟେଲୋ ୱାର୍ଣ୍ଣିଂ ଜାରିହୋଇଛି  । ସେହିପରି ଜୁଲାଇ ୨୦ରେ ରାୟଗଡ଼ା, କୋରାପୁଟ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ଗଜପତିରେ ପ୍ରବଳ ବର୍ଷା ହେବାର ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି  । ଅପରପକ୍ଷରେ ୧୫ ଜିଲ୍ଲାରେ ଝଡ଼ବର୍ଷା ନେଇ ପୂର୍ବାନୁମାନ କରାଯାଇଛି  ।