୨ ମାସ ପୂର୍ବେ ବାପାକୁ ହତ୍ୟା କରିଥିଲେ : ଏବେ ପୁଅର ଗଳା କାଟିଲେ
ରାଜକନିକା: ରାଜକନିକା ଥାନା ଅନ୍ତର୍ଗତ ଭାରୀଗଦା ପଞ୍ଚାୟତର ମଙ୍ଗଳପୁର ଗ୍ରାମର ଜଣେ ଯୁବକଙ୍କୁ ରବିବାର ରାତିରେ ଗଳା କାଟି ହତ୍ୟା ଉଦ୍ୟମ କରାଯାଇଛି । ଯୁବକ ଜଣକ ହେଲେ ମଙ୍ଗଳପୁର ଗ୍ରାମର ବିମଳ ରାଉତ(୨୨) । ୨ ମାସ ପୂର୍ବରୁ ତାଙ୍କ ବାପା ବାବାଜି ରାଉତଙ୍କୁ ହତ୍ୟା କରାଯାଇଥିଲା । ଏବେ ପୁଅର ଗଳାକାଟି ହତ୍ୟା ଉଦ୍ୟମ କରାଯାଇଛି । ତେବେ ପୂଅକୁ ଆକ୍ରମଣ କରିଥିବା ଗୋଷ୍ଠୀରେ କେଉଁମାନେ ଅଛନ୍ତି ତାହା ଏବେ ପୁଲିସ ତଦନ୍ତ କରୁଛି । ଖବର ନେବାରୁ ଜଣାପଡିଛି ବିମଳ ଜରିସାହି ଗାଁ ର ପିଉଷୀଙ୍କ ଘରକୁ ଯାଇଥିଲେ । ରାତିରେ ନିଜ ଗ୍ରାମ ମଙ୍ଗଳପୁରକୁ ଫେରୁଥିବା ବେଳେ ଜରିସାହି-ଚେରଣ୍ଟପଡା ଗ୍ରାମ ରାସ୍ତା ମଝିରେ ୪ ଜଣ ମୁଖା ପିନ୍ଧା ଦୁର୍ବୃ ତାଙ୍କ ଗାଡିକୁ ଅଟକାଇ ତାଙ୍କ ଗଳାକୁ ଧାରୁଆ ଅସ୍ତ୍ରରେ କାଟି ଦେଇଥିଲେ । ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ନେଇ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତୀ କରାଯାଇଛି । ଆକ୍ରମଣ କରିଥିବା ଦୁର୍ବୃତ୍ତମାନେ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଯାଛନ୍ତି । ପୁଲିସ ଖବର ପାଇ ଘଟଣା ସ୍ଥଳରେ ତଦନ୍ତ ଆରମ୍ଭ କରିଛି । ଏ ନେଇ ଥାନାରେ ଏକ ମାମଲା ହୋଇଥିବା ଥାନାଧିକାରୀ ସଞ୍ଜୟ ମଲ୍ଲିକ କହିଛନ୍ତି ।