ଚିଙ୍ଗୁଡିଘେରୀ ପାଇଁ ଜଳବନ୍ଦୀରେ ୧୦ପରିବାର 

ରାଜନଗର : ରାଜନଗର ବ୍ଲକ କଣ୍ଡିରା ପଞ୍ଚାୟତ ହଂସୁଆ(ଗୁଳା) ଗ୍ରାମରେ ଥିବା ପଞ୍ଚାୟତ ପୋଖରୀକୁ ଚିଙ୍ଗୁଡିଘେରୀ କରାଯାଇଥିବାରୁ ୧୦ପରିବାର ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ବ୍ୟକ୍ତିଗତ ଲାଭ ପାଇଁ ଗାଁର ଦଶଟି ପରିବାର ହିନସ୍ତା ଭୋଗୁଛନ୍ତି । ଏହି ଗାଁରେ ଥିବା ପଞ୍ଚାୟତ ପୋଖରୀରକୁ ସ୍ୱୟଂ ସହାୟକ ଗୋଷ୍ଠୀକୁ ନିଲାମ ଦିଆଯାଇଥିଲା । ସ୍ୱୟଂ ସହାୟକ ଗୋଷ୍ଠୀ ନାମରେ ନିଲାମ ନିଆଯାଇଥିଲେ ମଧ୍ୟ ଜନୈ÷କ ବ୍ୟକ୍ତି ଏହାକୁ ଲୁଣିପାଣି ଚିଙ୍ଗୁଡି ଚାଷ କରୁଛି । ପୋଖରୀ ହୁଡାକୁ ଉଚ୍ଚ କରିଦେଇଛି । ଯାହାଫଳରେ ବର୍ଷାଜଳ ଘର ଆଗରେ ଜମି ରହି ଯିବା ଆସିବାରେ ଅସୁବିଧା ହେଉଛି । ଏପରିକି ନଳକୂପ ଚତୁଃପାଶ୍ୱର୍ରେ ଏହି ବର୍ଷାଜଳ ଜମି ରହିବା ଦ୍ୱାରା ପିଇବା ପାଣି ପାଇଁ ଲୋକେ ହିନସ୍ତା ହେଉଛନ୍ତି । ସ୍ୱୟଂ ସହାୟକ ଗୋଷ୍ଠୀ ନାଁରେ ପଞ୍ଚାୟତ ପୋଖରୀକୁ ନିଲାମ ନେଇ ଜଣେ ବ୍ୟକ୍ତି ଲୁଣିପାଣି ଚିଙ୍ଗୁଡି ଚାଷ କରିବା ଦ୍ୱାରା ଲୋକମାନେ ଏହି ପୋଖରୀର ପାଣିକୁ ବ୍ୟବହାର କରି ପାରୁନଥିବା ଅଭିଯୋଗ ହୋଇଛି । ଏହି ଗାଁର କମଳାକାନ୍ତ ମହାନ୍ତି, ଦୈ÷ତାରୀ ମହାନ୍ତି, ପଙ୍କଜ ମହାନ୍ତି, ବସନ୍ତ ମହାନ୍ତି, ପବିତ୍ର ବିଶ୍ୱାଳ, ଘନଶ୍ୟାମ ବିଶ୍ୱାଳ, କାର୍ତ୍ତିକ ବିଶ୍ୱାଳ ପ୍ରମୁଖ ୧୦ରୁ ଉଦ୍ଧ୍ୱର୍ ପରିବାର ଜଳବନ୍ଦୀରେ ରହି ହିନସ୍ତା ଭୋଗୁଛନ୍ତି । ପ୍ରଶାସନ ଯୁଦ୍ଧକାଳୀନ ଭିତିରେ ଜଳନିଷ୍କାସନ ବ୍ୟବସ୍ଥା କରିବା ସହ ପଞ୍ଚାୟତ ପୋଖରୀରେ ହୋଇଥିବା ଚିଙ୍ଗୁଡିଘେରୀ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜଳବନ୍ଦୀ ପରିବାରଗୁଡିକ ଦାବି କରିଛନ୍ତି ।