୩୦ରେ ବ୍ଲକ ଅଧ୍ୟକ୍ଷାଙ୍କ ଅନାସ୍ଥା
ନିଶ୍ଚିନ୍ତକୋଇଲି : କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ବ୍ଲକ ୪୧ ଗୋଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକଟି ଦୁଇଟି ନିର୍ବାଚନ ମଣ୍ଡଳୀକୁ ନେଇ ଗଠିତ ହୋଇଥିବାରୁ ଅଧ୍ୟକ୍ଷ ପଦ ହାତେଇବାକୁ ନେଇ ଟଣାଭିଡା ଲାଗିଥାଏ । ଗତ ବିଧାନସଭା ନିର୍ବାଚନ ପୂର୍ବରୁ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ପଦ ମାହାଙ୍ଗ ବିଜେଡି ହାତରେ ଥିବାବେଳେ ସଦର ବିଜେଡି ଫାଙ୍କା ପଡିଥିଲେ । ପରେ ଚଳିତ ବିଧାନସଭା ନିର୍ବାଚନରେ ମାହାଙ୍ଗା ବିଜେଡି ହାରିଯିବା ପରେ ସ୍ୱାଧୀନ ପ୍ରାର୍ଥୀ ଶାରଦା ପ୍ରଧାନ ବିଧାୟକ ଭାବେ ନିର୍ବାଚିତ ହେଲେ । କଟକ ସଦର ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ଇଂ.ପ୍ରକାଶ ସେଠୀ ବିଧାୟକ ଭାବରେ ଦାୟିତ୍ୱ ନେଲେ । ଉଭୟ ବିଧାୟକଙ୍କର ଜତିପାତ ଏକାଠି ଥିଲେ ବି କାହିଁକି କେଜାଣି ଉଭୟଙ୍କ ମଧ୍ୟରେ ମତାନ୍ତର ଘଟିବାରୁ ଗତ ୧୩ ତାରିଖରେ ହେବାକୁ ଥିବା ବ୍ଲକ ଅଧ୍ୟକ୍ଷ ପଦ ପାଇଁ ଆସିଥିବା ଅନାସ୍ଥା ପ୍ରସ୍ତାବ ୫ ଜଣ ସରପଞ୍ଚ ଓ ସମିତିସଭ୍ୟାଙ୍କ ଅସୁସ୍ଥତା ହେତୁ ତାହାକୁ ଆସନ୍ତା ୩୦ ତାରିଖରେ ଅନୁଷ୍ଠିତ ହେବାକୁ ପୁନଃ ଦିନ ଧାର୍ଯ୍ୟ ହୋଇଛି । ତେବେ ଆସନ୍ତା ୩୦ ତାରିଖରେ ହେବାକୁ ଥିବା ଅନାସ୍ଥାରେ ସଦର ବିଜେପି ନା ମାହାଙ୍ଗା ସ୍ୱାଧୀନ ବିଧାୟକ ପ୍ରାର୍ଥୀ ବାଜିମାତ୍ କରିବ ତାହା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି । ସୂଚନାଥାଉକି, ମାହାଙ୍ଗା ବିଜେପି ସମର୍ଥôତ ସରପଞ୍ଚ ଓ ସମିତିସଭ୍ୟ, ମାହାଙ୍ଗା ବିଜେଡି ସମର୍ଥିତ ସରପଞ୍ଚ ଓ ସମିତିସଭ୍ୟ, କଟକ ସଦର ବିଜେଡି ସମର୍ଥିତ ସରପଞ୍ଚ ଓ ସମିତିସଭ୍ୟ ଏକତ୍ର ହୁଅନ୍ତି ତେବେ ସ୍ୱାଧୀନ ବିଧାୟକଙ୍କୁ ଚକ୍ମା ଦେବାର ସୁଯୋଗ ସୃଷ୍ଟି ହୋଇପାରେ ବୋଲି ରାଜନୈତିକ ବୁଦ୍ଧିଜୀବୀମାନେ ବିଭିନ୍ନ ସ୍ଥାନରେ ଆଲୋଚନା କରୁଛନ୍ତି ।