୩୦ କେଜି ଗଞ୍ଜେଇ ଜବତ; ବେପାରୀ ଗିରଫ

୩୦ କେଜି ଗଞ୍ଜେଇ ଜବତ; ବେପାରୀ ଗିରଫ


ଭୁବନେଶ୍ୱର, ୬ା୧୧ : କନ୍ଧମାଳରୁ ବାଲେଶ୍ୱର ଗଞ୍ଜେଇ ଚାଲାଣ ବେଳେ ବାଲିଅନ୍ତା ପୁଲିସ ଏକ କାର ସହ ୩୦ କେଜି ଗଞ୍ଜେଇକୁ ଜବତ କରିଛି । ଗଞ୍ଜେଇ ଚାଲାଣ କରୁଥିବା କନ୍ଧମାଳ ଜି ଉଦୟଗିରିର ବାସିନ୍ଦା ତଥା ବର୍ତ୍ତମାନ ଚନ୍ଦ୍ରଶେଖରପୁର ଥାନା ଶୈଳଶ୍ରୀବିହାରରେ ରହୁଥିବା କାହ୍ନୁ ଚରଣ ନାୟକ (୩୬)କୁ ବାଲିଅନ୍ତା ପୁଲିସ ଗିରଫ କରିଛି । ଗିରଫ କାହ୍ନୁ ଠାରୁ ପୁଲିସ ୩୦ କେଜି ଗଞ୍ଜେଇ ସହ ଏକ କାର (ଓଆର ୦୨ବିଏନ ୦୧୯୦)କୁ ଜବତ କରିଛି ।
ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ଅଭିଯୁକ୍ତ କାହ୍ନୁ କନ୍ଧମାଳରୁ ଗଞ୍ଜେଇ ଆଣି ବାଲେଶ୍ୱରରେ ବିକ୍ରି କରିବାକୁ ଯାଉଥିଲା । ତେବେ ବାଲିଅନ୍ତା ପୁଲିସ ନଜରରୁ ବଞ୍ଚିବା ପାଇଁ ଅଭିଯୁକ୍ତ ବାଲିଅନ୍ତା ରାସ୍ତାରେ ଗାଡ଼ି ନେଇ ଯାଉଥିବା ପୁଲିସକୁ ଖବର ମିଳିଥିଲା । ପରେ ଥାନାର ଏକ ସ୍ୱତନ୍ତ୍ର ଟିମ ବାଲିଅନ୍ତା ରାସ୍ତାରେ ଜଗି ରହିବା ସହ ଗଞ୍ଜେଇ ବେପାରୀଙ୍କୁ ଚିହ୍ନଟ କରିବା ସହ ଗାଡ଼ି ଜବତ କରିଥିଲେ । ଏନେଇ ବାଲିଅନ୍ତା ଥାନାରେ ଏକ ଏନଡିପିଏସ ମାମଲା ରୁଜୁ କରାଯିବା ସହ କାହ୍ନୁକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।