୪୦ ଗୋରୁ ଉଦ୍ଧାର, ୪ ଗିରଫ
ଭଦ୍ରକ : ବେଆଇନ ଗୋ ଚାଲାଣ ଖବର ପାଇ ଗତ କାଲି ମଧ୍ୟ ରାତ୍ରରେ ସିଟି ଡ଼ିଏସ୍ପି ସମ୍ବିତ ମାଝୀ ପୁରୁଣା ବଜାର ପୋଲିସ ଟିମ ନେଇ ଚଢ଼ାଉ ଜାରି ରଖିଥିଲେ । ୨ ଦିନ ମଧ୍ୟରେ ଚାଳିଶ ଗୋରୁ ଉଦ୍ଧାର କରି ଛଡ଼ା ଯାଇଛି । ଭଦ୍ରକାଳୀ ମନ୍ଦିର ରାସ୍ତା ଓ ମିର୍ଜାପୁରରୁ ଗୋରୁ ଉଦ୍ଧାର ସହିତ ତିନୋଟି ପିକପ ଭ୍ୟାନ୍ ଜବତ ହୋଇଛି । ଏସ୍କଟ କରି ନେଉଥିବା ଗୋଟିଏ କାର ଜବତ ସହିତ ଚାରି ଜଣଙ୍କୁ ଗିରଫ କରାଯାଇଛି । କେନ୍ଦ୍ରାପଡା ଆଳିରୁ ୩ ଜଣ ଓ ଧୂଷୁରୀରୁ ଜଣକୁ ଗିରଫ କରାଯାଇଛି । ଏଥି ସହିତ ଗୋ ବେପାରରେ ସଂଶ୍ଲିଷ୍ଟ ଥିବା ବେପାରୀଙ୍କୁ ଧରିବା ନେଇ ତାଙ୍କ ନା ଦିଆ ନ ଯାଇ ତଦନ୍ତ ଚାଲିଥିବା ଆଜି ଏକ ପ୍ରେସମିଟରେ ପୁରୁଣା ବଜାର ଥାନାରେ ସିଟି ଡ଼ିଏସ୍ପି ସମ୍ବିତ ମାଝୀ କହିଛନ୍ତି ।