୪୪୭୪୩ ପରିବାର ଘରଡିହ ଶୂନ୍ୟ
ଭୁବନେଶ୍ୱର : ରାଜ୍ୟରେ କରାଯାଇଥିବା ସର୍ବେକ୍ଷଣ ଅନୁଯାୟୀ ରାଜ୍ୟରେ ମୋଟ ୪୪୭୪୩ ଜଣ ଘରଡିହଶୂନ୍ୟ ପରିବାର ଚିହ୍ନଟ ହୋଇଛନ୍ତି । ସମସ୍ତ ଯୋଗ୍ୟ ବିବେଚିତ ଘର ଘରଡିହ ଶୂନ୍ୟ ପରିବାରଙ୍କୁ ଚଳିତ ବର୍ଷ ଶେଷ ସୁଦ୍ଧା ଘରଡିହ ପଟ୍ଟା ପ୍ରଦାନ ପାଇଁ ଲକ୍ଷ ଧାର୍ଯ୍ୟ କରାଯାଇଛି । ଆଜି ଗୃହରେ ବିଧାୟକ ସାରଦା ପ୍ରସାଦ ନାୟକଙ୍କ କେତେ ପରିବାର ଭୂମିହୀନ ରହିଛନ୍ତି ପ୍ରଶ୍ନ ଉତ୍ତରରେ ଏହା କହିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।