୪ ଲୁଟେରା ଗିରଫ, ୨ ମୋଟର ସାଇକେଲ ଜବତ
ହିଞ୍ଜିଳିକାଟୁ: ମୋଟର ସାଇକେଲ ଚୋରୀ କରି ପଞ୍ଜିକରଣ ନମ୍ବର ବଦଳାଇ ଦିନକୁ ଦିନ ଅଲଗା ଅଲଗା ଗାଡିରେ ଚଢିବା ସଉକ ପଦାରେ ପଡିଛି । ଶେଷରେ ପୁଲିସ ହାତରେ ବନ୍ଧା ହୋଇ ଜେଲ ଯିବାକୁ ପଡିଛି ଚୋରମାନଙ୍କୁ । ଏଭଳି ଘଟଣା ହିଞ୍ଜିଳିକାଟୁ ଅଞ୍ଚଳରେ ଦେଖିବାକୁ ମିଳିଛି । ଚୋରୀ ମୋଟର ସାଇକେଲର ସନ୍ଧାନ କରିବା ବେଳେ ପୁଲିସ ଲୁଟେରାଙ୍କୁ ଗିରଫ କରିଛି । ଗିରଫମାନେ ହେଲେ ହିଞ୍ଜିଳି ଥାନା ହିଞ୍ଜିଳି ଗ୍ରାମ କେନାଳ ସାହିର ଲକ୍ଷ୍ମଣ ଦାସ(), ପାହାଡ ସାହିର ସୁକାନ୍ତ ଦାସ(୩୫), ଫାୟାର ଷ୍ଟେସନ ରୋଡର ସୁମନ ସେଠି (୨୨) ଓ ତ୍ରିଲୋଚନ ଦାସ(୨୪) । ଗିରଫମାନଙ୍କ ଠାରୁ ନମ୍ବର ବିହୀନ ଗୋଟିଏ ମୋଟର ସାଇକେଲ ଓ ଗୋଟିଏ ସ୍କୁଟି ଜବତ କରିଛି ପୁଲିସ । ଏନେଇ ହିଞ୍ଜିଳି ଥାନାରେ ଏକ ମାମଲା ରୁଜୁ କରି ଗୁରୁବାର ଗିରଫ ଯୁବକମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି । ପ୍ରକାଶ ଥାଉକି ଘଟଣାର ମାଷ୍ଟର ମାଇଣ୍ଡ ଲକ୍ଷ୍ମଣ ଓ ତ୍ରିଲୋଚନ ହିଞ୍ଜିଳି ଥାନାର ବହୁ ଚୋରୀ କେସରେ ସଂପୃକ୍ତ ରହିଛନ୍ତି । ୧୦ରୁ ଉର୍ଦ୍ଧ୍ୱ ମୋଟର ସାଇକେଲ ଚୋରୀ କରି ବହୁ ସମୟରେ ଗାଡିଗୁଡିକୁ ଭାଙ୍ଗି ବିଭିନ୍ନ କବାଡିଆ ଦୋକାନରେ ବିକ୍ରି କରିଥିବା ପୁଲିସ ନିକଟରେ ସ୍ୱୀକାର କରିଥିବା ନେଇ ଜଣାପଡ଼ିଛି ।
ପ୍ରକାଶ ଯେ, ରାତିରେ ହିଞ୍ଜିଳି ଥାନା ତଥା ହିଞ୍ଜିଳିକାଟୁ ପୌରାଞ୍ଚଳ ଫାୟାର ଷ୍ଟେସନ ରୋଡର ଓ ନକୁଲ ଘର ସମ୍ମୁଖରେ ନିଜ ସ୍କୁଟି ରଖି ଘରେ ରଖିଥିଲେ । ସକାଳେ ନକୁଳ ଘର ସମ୍ମୁଖରେ ସ୍କୁଟି ନଥିବା ଦେଖି ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ । ଘଟଣାନେଇ ନକୁଳ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା । ତଦନ୍ତକାରୀ ଅଧିକାରୀ ତଥା ଥାନାଏସଆଇ ସିଦ୍ଧାର୍ଥ ଶଙ୍କର ଜେନା ଚୋରୀ ହୋଇଥିବା ନିକଟସ୍ଥ ଅଞ୍ଚଳର ସିସିଟିଭି ଫୁଟେଜ ଯାଞ୍ଚ କରି ଘଟଣାର ତଦନ୍ତ ଚଳାଇଥିଲା । ବୁଧବାର ବିଳମ୍ବିତ ରାତିରେ ହିଞ୍ଜିଳି ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ସନେ୍ଦହରେ ଲକ୍ଷ୍ମଣଙ୍କୁ ଅଟକାଇ ଗାଡିର କାଗଜପତ୍ର ମାଗିଥିଲେ । ଳକ୍ଷ୍ମରଙ୍କ ନିକଟରେ ଗାଡିର କୌଣସି କାଗଜପତ୍ର ନଥିବାରୁ ସନେ୍ଦହ କରି ଥାନାକୁ ଆଣିଥିଲେ । ଜେରା ସମୟରେ ଲକ୍ଷ୍ମଣଙ୍କ ସମେତ ତ୍ରିଲୋଚନ, ସୁମନ ଓ ସୁକାନ୍ତ ମିଶି ଗୋଟିଏ ବାଇକ ଓ ସ୍କୁଟି କରିଥିବା ପୁଲିସ ନିକଟରେ ସ୍ୱୀକାର କରିଥିଲେ । ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ସଂପୃକ୍ତ ୪ ଯୁବକଙ୍କୁ ଗୁରୁବାର ଗିରଫ କରିଥିଲା । ଚଢ଼ାଉରେ ଥାନା ଏସଆଇ ସୁରେଶ ସାହୁ, କନେଷ୍ଟବଳ ବସନ୍ତ ଉପାଧ୍ୟାୟ, ଦଣ୍ଡପାଣି ମଲ୍ଲିକ, କୈଳାସ ମଲ୍ଲିକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।