କଣ୍ଢେଇ ମେଳଣ ଉଦଯାପିତ
ବ୍ରହ୍ମବରଦା : ରସୁଲପୁର ବ୍ଲକ ଅତଲାପୁର ପଞ୍ଚାୟତ ବାଲିପାଟଣା ଗ୍ରାମର ୬୬ତମ ପ୍ରସିଦ୍ଧ କଣ୍ଢେଇ ମେଳଣ ଉଦଯାପିତ ହୋଇଯାଇଛି । ଏହି ଅବସରରେ୧୦୦ରୁ ଊଦ୍ଧ୍ୱର୍ ବିମାନ ଯୋଗ ଦେଇଥିବା ବେଳେ ଛୋଟଛୋଟ ପିଲାମାନେ ବିମାନ କଣ୍ଢେଇକୁ ଧରି ପଞ୍ଚବଟି ଖେଳ ପଡ଼ିଆ ଠାରେ ଆସନ ଅଳକୃତ କରିଥିଲେ । ଯାହା ବେଶ୍ ନିଆରା ପରିବେଶ ସୃଷ୍ଟି କରିଥଲା । ମେଳଣକୁ ଆକର୍ଷିତ କରିବା ପାଇଁ କୀର୍ତ୍ତନମଣ୍ଡଳୀ ଓ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିବା ବେଳେ ଆଖପାଖ ପଞ୍ଚାୟତର ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗୀ ରହିଥିବା ବେଳେ ତାପମାତ୍ରା ଆଶାତୀତ ଭାବେ ବୃଦ୍ଧି ଘଟିଛି । ଏହାକୁ ଦୃଷ୍ଟିରେ ରଖି କଣ୍ଢେଇ ମେଳଣ ପରିସରରେ "ମା ରାମ ଦୁର୍ଗା’ ପୂଜା କମିଟି ପଟଣା ଯୁବକଙ୍କ ଦ୍ୱାରା ଜଳଛତ୍ର ଖୋଲାଯାଇଥିଲା ।