୭ରୁ ୮ ଜଣ ରୋଡ ରୋମିଓଙ୍କୁ କାବୁ କଲା ସ୍ପେଶାଲ ସ୍କ୍ୱାର୍ଡ

 ୭ରୁ ୮ ଜଣ ରୋଡ ରୋମିଓଙ୍କୁ କାବୁ କଲା ସ୍ପେଶାଲ ସ୍କ୍ୱାର୍ଡ
  • ଥାନାରେ ମେଜର ଓ ବାନ୍ଧବୀଙ୍କୁ ନିର୍ଯ୍ୟାତନା ଘଟଣା
    ନିଲମ୍ବିତ ଆଇଆଇସି ଓ ୪ ପୁଲିସ କର୍ମଚାରୀଙ୍କ ନାଁରେ ଅପରାଧିକ ମାମଲା ରୁଜୁ
    ଭୁବନେଶ୍ୱର, ୨୦ା୯ : ଭୁବନେଶ୍ୱର ସ୍ଥିତ ଭରତପୁର ଥାନାରେ ମେଜର ଗୁରୁବଂଶ ସିଂହ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଓ ଦୁର୍ବ୍ୟବହାର ମାମଲାରେ ନିଲମ୍ବିତ ଆଇଆଇସି ଦିନକୃଷ୍ଣ ମିଶ୍ର ଓ ଅନ୍ୟ ୪ଜଣ ପୁଲିସ କର୍ମଚାରୀଙ୍କ ନାଁରେ ଅପରାଧିକ ମାମଲା ରୁଜୁ ହୋଇଛି । ମେଜରଙ୍କ ଲଖିତ ଅଭିଯୋଗ ପରେ କ୍ରାଇମବ୍ରାଞ୍ଚ ଏହି ମାମଲା ରୁଜୁ କରିଛି । କ୍ରାଇମବ୍ରାଞ୍ଚ କେସ୍ ନଂ ୧୧/୨୦୨୪ରେ ଅପରାଧିକ ମାମଲା ରୁଜୁ କରିଥିବା ଜଣାଯାଇଛି । କିଛି ଦିନ ପୂର୍ବରୁ ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ପୁଲିସ ଡିଜି ଡିଜି ୱାଇ.ବି. ଖୁରାନିଆ ନିଦେ୍ର୍ଦଶ ଦେଇଥିଲେ । ପରେ କ୍ରାଇମବ୍ରାଞ୍ଚ ଭରତପୁର  ଥାନାକୁ ଯାଇ ଖୋଳତାଡ କରିବା ସହ ନିଲମ୍ବିତ ଓଓଉ ଓ ୪ପୁଲିସ କର୍ମଚାରୀଙ୍କୁ ଜେରା କରିଥିଲା । ଏବେ ନିଲମ୍ବିତ ଆଇଆଇସି ଓ ୪ ପୁଲିସ କର୍ମଚାରୀଙ୍କ ନାଁରେ ଅପରାଧିକ ମାମଲା ରୁଜୁ ହୋଇଛି । ଏହି ଭିତରେ ମୁଖ୍ୟମନ୍ତ୍ରୀ ଓ ଡ଼ିଜିପିଙ୍କ କଡ଼ା ନିଦେ୍ର୍ଦଶ ପରେ ଡ଼ିସିପିଙ୍କ ନେତୃତ୍ୱରେ ପଥରଗାଡିଆ ଅଞ୍ଚଳରେ ଲାଗିଥିବା ସିସିଟିଭିକୁ ଆଧାର କରି ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପିଛାକରି ହଇରାଣ କରିଥିବା ୭ରୁ ୮ ଜଣ ରୋଡ ରୋମିଓଙ୍କୁ ଶୁକ୍ରବାର ରାତିରେ ଗିରଫ କରିଛି ସ୍ପେଶାଲ ସ୍କ୍ୱାର୍ଡ । ସମସ୍ତ ଅଭିଯୁକ୍ତ ଘରୋଇ ଇଞ୍ଜିନିଂୟରି କଲେଜର ଛାତ୍ର ବୋଲି ଜଣାପଡ଼ିଛି । ସେମାନଙ୍କୁ ପୁଲିସ ଗିରଫ କରି ଚନ୍ଦକା ଥାନାରେ ଅଟକ ରଖି ପଚରା ଉଚରା ଚଳାଇଥିବା ବେଳେ ଶନିବାର କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡ଼ିଛି ।
     ସୂଚନା ଯୋଗ୍ୟଯେ, ଘଟଣାକ୍ରମେ ୨୨ ଶିଖ ରେଜିମେଣ୍ଟର ସେନା ଅଧିକାରୀ ମେଜର ଗୁରୁବଂଶ ସିଂହ ଓ ତାଙ୍କ ବାନ୍ଧବୀ ଗତ ଶନିବାର ବିଳମ୍ବିତ ରାତିରେ ପଟିଆରୁ କାରରେ ଯାଉଥିଲେ । କିନ୍ତୁ ମଝି ରାସ୍ତାରେ ୨ଟି କାରରେ କିଛି ରୋଡ୍? ରୋମିଓ ଆସି ସେମାନଙ୍କୁ ଦୁର୍ବ୍ୟବହାର କରିଥିଲେ । ଏ ସଂପର୍କରେ ଅଭିଯୋଗ କରିବା ପାଇଁ ସେମାନେ ଭରତପୁର ଥାନାକୁ ଯାଇଥିଲେ । କିନ୍ତୁ ପୁଲିସ ରୋଡ୍ ରୋମିଓଙ୍କୁ ଧରିବ କ’ଣ ପ୍ରଥମେ ଲିଖିତ ଏତଲା ଦାବି କରିଥିଲା । ଏହାକୁ ନେଇ ପୁଲିସ ଓ ସେନା ଅଧିକାରୀଙ୍କ ମଧ୍ୟରେ ଲାଗିଥିଲା ଯୁକ୍ତିତର୍କ । ତାହାରି ଭିତରେ ଗୁରୁବଂଶଙ୍କୁ ରାତିତମାମ୍ ଲକ୍ଅପ୍ରେ ରଖିଥିଲା ପୁଲିସ୍ । ତାଙ୍କ ବାନ୍ଧବୀଙ୍କୁ ଉପସ୍ଥିତ ପୁଲିସ କର୍ମଚାରୀ ଦୁର୍ବ୍ୟବହାର କରିବା ସହ ମାଡ ମାରି ଲହୁଲୁହାଣ କରିଥିବା ଗୁରୁବଂଶ ଅଭିଯୋଗ କରିଥିଲେ । କେବଳ ଏତିକି ନୁହେଁ, ଭରତପୁର ଥାନା ଆଇଆଇସି କୁକର୍ମ ଧମକ ଦେଇଥିବା ମଧ୍ୟ ଅଭିଯୋଗ କରିଥିଲେ ସେନା ଅଧିକାରୀ  । ପରବର୍ତ୍ତୀ ସମୟରେ ସେନା ଅଧିକାରୀଙ୍କ ବାନ୍ଧବୀଙ୍କୁ ଗିରଫ କରାଯାଇ ଝାରପଡା ଜେଲକୁ ପଠାଇ ଦିଆଯାଇଥିଲା । ପୁଲିସର ଅତ୍ୟଧିକ ମାଡରେ ଲହୁଲୁହାଣ ହୋଇ ସେ ଏବେ ଭୁବନେଶ୍ୱର ଏମ୍ସରେ ଚିକିସôାଧୀନ ଥିବା ବେଳେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏଥିସହିତ ତାଙ୍କ ଜାମିନ ବି ମଞ୍ଜୁର ହୋଇ ଯାଇଛି । ଏହି ଘଟଣା ଧୀରେ ଧୀରେ ଉଗ୍ର ରୂପ ଧାରଣ କରିବା ସହ ଅବସରପ୍ରାପ୍ତ ସେନା କର୍ମଚାରୀ ପୁଲିସର ଏପରି ବ୍ୟବହାରକୁ ତୀବ୍ର ବିରୋଧ କରିଥିଲେ । ଏହାପରେ ତତ୍କ୍ଷଣାତ ଆଇଆଇସିଙ୍କ ସମେତ ୫ ପୁଲିସ କର୍ମଚାରୀଙ୍କୁ ପ୍ରଥମେ ବଦଳି ଓ ପରେ ନିଲମ୍ବିତ କରାଯାଇଥିଲା ।
    ସନେ୍ଦହ ଘେରରେ ଭୁବନେଶ୍ୱର ଡିସିପିଙ୍କ ଭୂମିକା, ହାଇକୋର୍ଟଙ୍କୁ ନିଜ ଆଡୁ ହସ୍ତକ୍ଷେପ ପାଇଁ ସେନାର ଅନୁରୋଧ; ସେପ୍ଟେମ୍ବର ୧୫ତାରିଖ ରାତିରେ ରୋଡ୍ ରୋମିଓମାନେ ଦୁର୍ବ୍ୟବହାର କରିବା ଘଟଣାରେ ପୁଲିସର ସହାୟତା ଲୋଡିବାକୁ ଭରତପୁର ଥାନାକୁ ଯାଇ ଆକ୍ରୋଶର ଶିକାର ହୋଇଥିବା ସେନା ମେଜର ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀଙ୍କ ସମର୍ଥନରେ ଏବେ ସବୁଆଡୁ ଚାପ ବ?ିବାରେ ଲାଗିଛି  । ଭରତପୁର ଥାନାରେ ମେଜର ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀଙ୍କୁ ଅମାନବୀୟ ନିର୍ଯାତନା ଘଟଣାକୁ ନେଇ ଭୁବନେଶ୍ୱର କମିଶନରେଟ ପୁଲିସର ଭୂମିକା ସନେ୍ଦହଘେରକୁ ଆସିଛି  । ଏହି ଘଟଣାରେ ତୁରନ୍ତ ଦୋଷୀ ପୁଲିସ ଅଫିସରମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଭିନ୍ନ ମହଲରୁ ଦାବି ସହ ଘଟଣାର ବିଚାରବିଭାଗୀୟ ତଦନ୍ତ ନିମନ୍ତେ ଦୁଇ ମୁଖ୍ୟ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ଦାବି କରିଛନ୍ତି  । ସେପଟେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂଙ୍କୁ ଚିଠି ଲେଖି ଏହି ମାମଲାରେ ନିଜଆଡୁ ହସ୍ତକ୍ଷେପ କରିବା ପାଇଁ ସେନାର ବରିଷ୍ଠ ଅଧିକାରୀ ସେଂଟ୍ରାଲ ଇଣ୍ଡିଆର କମାଣ୍ଡିଂ ଜେନେରାଲ ଅଫିସର ଲେଫ୍ଟନାଂଟ ଜେନେରାଲ ପିଏସ୍ ଶେଖାୱତ ଅନୁରୋଧ କରିଛନ୍ତି  । ଏତେସବୁ ପରେ ମଧ୍ୟ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ଭରତପୁର ଥାନା ଘଟଣା ପାଇଁ ସେନା ଅଫିସର ଓ ତାଙ୍କ ବାନ୍ଧବୀଙ୍କୁ ଦାୟୀ କରିବାକୁ ପଛାଇନାହାନ୍ତି  । ଆଉ ଭୁବନେଶ୍ୱର ପୁଲିସ କମିଶନର ସଞ୍ଜୀବ ପଣ୍ଡା ମଧ୍ୟ ଏହି ଘଟଣାକୁ ନେଇ ଅସମ୍ଭବ ନିରବତା ଅବଲମ୍ବନ କରିଛନ୍ତି  ।
    ସୂଚନା ଅନୁସାରେ, ସେପ୍ଟେମ୍ବର ୧୫ତାରିଖ ରାତିରେ ରୋଡ୍ ରୋମିଓମାନେ ଦୁର୍ବ୍ୟବହାର କରିବା ଘଟଣାରେ ପୁଲିସର ସହାୟତା ଲୋଡିବାକୁ ଭରତପୁର ଥାନାକୁ ଯାଇ ଆକ୍ରୋଶର ଶିକାର ହୋଇଥିବା ସେନା ମେଜର ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀଙ୍କ ସମର୍ଥନରେ ଏବେ ସବୁଆଡୁ ଚାପ ବଢ଼ିବାରେ ଲାଗିଛି  । ସେନାର କମାଣ୍ଡିଂ ଜେନେରାଲ ଅଫିସର ଲେଫ୍ଟନାଂଟ ଜେନେରାଲ ଶେଖାୱତ ଏହି ଘଟଣାରେ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଶରଣ ସିଂଙ୍କୁ ଚିଠି ଲେଖି ନିଜଆଡୁ ହସ୍ତକ୍ଷେପ ପାଇଁ ଅନୁରୋଧ କରିଛନ୍ତି  ।