୭୫ ଅଭିଯୋଗର ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଦେ୍ର୍ଦଶ

ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ ବ୍ଲକ ସମ୍ମିଳନୀ କକ୍ଷରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଓ ଏସପିଙ୍କ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଛି । ଏଥିରେ କେନ୍ଦ୍ରାପଡ଼ା ଜିଲ୍ଲାର ନୂତନ ଜିଲ୍ଲାପାଳ ରଘୁରାମ ଆର ଆୟାର, ଏସପି ସିଦ୍ଧାର୍ଥ କଟାରିଆ, ଅତିରିକ୍ତ ଜିଲ୍ଲାପାଳ ନବ କୃଷ୍ଣ ଜେନା, ଜିଲ୍ଲା ପ୍ରକଳ୍ପ ର୍ନିେଶକ ଅଜାମ୍ବର ମହାନ୍ତି, ଡେପୁଟି କଲେକ୍ଟର ତୃପ୍ତି ମହାନ୍ତି, ପଟ୍ଟାମୁଣ୍ଡାଇ ବ୍ଲକ୍ ଅଧ୍ୟକ୍ଷ ପ୍ରଦୁ୍ୟମ୍ନ ସାମନ୍ତରାୟ ଓ ବଡିଓ ଅଶୋକ ମହାନ୍ତି ଯୋଗଦେଇ ଜନସାଧାରଣଙ୍କ ଆପତ୍ତି ଅଭିଯୋଗ ଶୁଣିଥିଲେ ଓପଟ୍ଟାମୁଣ୍ଡାଇ ବ୍ଲକଧଘ୍ୟକ୍ଷ ଶ୍ରୀସାମନ୍ତରାୟ ଶାସନ ଶ୍ରୀରାମପୁର, ଡାମରପୁର, ବଡ଼ମୂଳ ବସନ୍ତ, ସିଂହଗାଁ ଓ ସମିତି ସଭ୍ୟ ଶାସନ, ବଳଭଦ୍ରପୁର, ଚନ୍ଦନନଗର, ପେଣ୍ଠପାଳ ତରଡ଼ିପାଳଙ୍କ ସହିତ ପଟ୍ଟାମୁଣ୍ଡାଇ -ରାଜନଗର ବି ଆର ଏଫ ଇ ରାସ୍ତାର ଅଳଭା ଠାରୁ ଶାସନ ପର୍ଯ୍ୟନ୍ତ ୪କି.ମି ରାସ୍ତା ଶୋଚନୀୟ ହୋଇ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ତୁରନ୍ତ ମରାମତି ପାଇଁ ଦାବି କରି ଜିଲ୍ଲାପାଳଙ୍କୁ  ଦାବିପତ୍ର ପ୍ରଦାନ କରିଥିଲେ ଓ ବଳଭଦ୍ରପୁରରେ ଚଳିତ ବନ୍ୟାରେ କ୍ଷତିଗସ୍ତ ରାସ୍ତା, ବିଦୁ୍ୟତ ଖୁଣ୍ଟ ମରାମତି ସହ ବିଶୁଦ୍ଧ ପାନୀୟଜଳ ଓ ସ୍ୱାସ୍ଥ୍ୟସେବା, ବନ୍ୟାବିପନ୍ନ ପେଣ୍ଠପାଳ ପଞ୍ଚାୟତର କୋଳଥିଆ ଓ ନାୟିଆଡିଆକୁ ରାଜସ୍ୱ ଗ୍ରାମ ଘୋଷଣା, ମନେରଗା ଯୋଜନାରେ ୨୦୨୦-୨୧ ଆର୍ଥିକ ବର୍ଷର ପ୍ରାପ୍ୟ ପ୍ରଦାନ ଓ ସ୍ୱଚ୍ଛଭାରତ ମିଶନ ଗ୍ରାମୀଣ ପ୍ରାପ୍ୟ ପ୍ରଦାନରେ ଅବହେଳା ଓ ପାତରଅନ୍ତର ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବିପତ୍ର ପ୍ରଦାନ କରିଥିଲେ । ବଡମୂଳବସନ୍ତରେ ଶୋଚନୀୟ ହୋଇଥିବା ନପଙ୍ଗ-ପନ୍ତୁରି ରାସ୍ତା ତୁରନ୍ତ ମରାମତି ଓ ୧୪ନଂ କେନାଲ ଉପରେ ପୋଲ ନିର୍ମାଣ, ବଡ଼ପଡା ସମବାୟ ସମିତି ସଭାପତି ଅଶୋକ ମଲିକ, ଯୁବନେତା ଜ୍ୟୋତି ରଞ୍ଜନ ପ୍ରଧାନ, ବଡପଡା ସମବାୟ ସମିତି ପରିଚାଳନା କ୍ଷେତ୍ରରେ ଏଆରସିଏସ ପ୍ରତିବନ୍ଧକ ସୃଷ୍ଟି କରୁଥିବାରୁ ତୁରନ୍ତ ବିହିତ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । 
ଏହି ଜନ ଶୁଣାଣୀ ଶିବିରରେ ଆଗତ ୭୫ଅଭିଯୋଗ ଉପରେ ତକôାଳ କାର୍ଯ୍ୟାନୁଷ୍ଠାନ ର୍ନିେଶ ଦିଆଯାଇଥିଲ । ଏହି ଶିବିରରେ ସିଡିଏମଓ ଡ. ପ୍ରମୋଦ ପ୍ରହରାଜ, ପଟ୍ଟାମୁଣ୍ଡାଇ ବ୍ଲକ ଉପାଧ୍ୟାକ୍ଷା ଜୟନ୍ତୀ ସ୍ୱାଇଁ, ଅତିରିକ୍ତ ବିଡିଓ ନନ୍ଦିନୀ ଶତପଥୀ, ଏସଡିପିଓ କ୍ଷମାସାଗର ପଣ୍ଡା, ଆଇଆଇସି ବନ୍ଦନା ପାତ୍ର ସବଡିଭିଜନ ହସ୍ପିଟାଲ ମୁଖ୍ୟ ଚିକିସତ୍ସାଧିକାରୀ ଡ. ନିରାକାର ପରିଡା, ବ୍ଲକ ସହକାରୀ ଯନ୍ତ୍ରୀ ବିନୟ ମିଶ୍ର ଅଧିକାରୀ ସୌମ୍ୟ ରଞ୍ଜନ ସେଠୀ, ସିଡିପିଓ ଲଷ୍ମୀମଣି ସିଂ, ଯୋଗାଣ ନିରୀକ୍ଷକ ପୁଷ୍ପଲତା ଗାହାଣ,ବ୍ଲକ ସହକାରୀ ଶିକ୍ଷା ଅଧିକାରୀଣୀ ସୁନିତୀ ଦାଶ ପ୍ରମୁଖ ଜିଲ୍ଲା ଓ ବ୍ଲକ ସ୍ତରୀୟ ପ୍ରଶାସନିକ ଅଧିକାରୀ ଯୋଗ ଦେଇ ଥିଲେ ।