୭୬ତମ ଜନରାଜ୍ୟ ଦିବସ ପାଳିତ 

ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ ଜାତୀୟ ଦିବସ ପାଳନ କମିଟି ପକ୍ଷରୁ ୭୬ତମ ଜନରାଜ୍ୟ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଜାତୀୟ ଦିବସ ପାଳନ କମିଟି ଅଧ୍ୟକ୍ଷ ପଟ୍ଟାମୁଣ୍ଡାଇ ତହସିଲଦାର ପଞ୍ଚାନନ ନାୟକଙ୍କ ପୌରହିତ୍ୟରେ ସ୍ଥାନୀୟ ପ୍ୟାରେଡ ପଡିÿଆରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ  ଜାତୀୟ ପତାକା ଉତ୍ତୋଳନ କରି ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବା ସହିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରିଥିଲେ । ଏମଏନ ହାଇସ୍କୁଲ ଏନସିସି ଶିକ୍ଷକ ସରୋଜ ସ୍ୱାଇଁ ମିଳିତ ପ୍ୟାରେଡ ପରିଚାଳନା କରିଥିଲେ । ଏହି ଅବସରରେ ବିଭିନ୍ନ ସ୍କୁଲ କଲେଜ ଛାତ୍ରଛାତ୍ରୀ ଚିତାକର୍ଷକ ପ୍ୟାରେଡ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହି ଉତ୍ସବରେ ପଟ୍ଟାମୁଣ୍ଡାଇ ବ୍ଲକ୍ ଅଧ୍ୟକ୍ଷ ପ୍ରଦୁ୍ୟମ୍ନ ସାମନ୍ତରାୟ, ପୌର ଅଧ୍ୟକ୍ଷ ହେମନ୍ତ ସାହୁ, ଏସ୍ଡିପିଓ କ୍ଷମାସାଗର ପଣ୍ଡା, ଆଇଆଇସି ସୁଶାନ୍ତ ସାହୁ ପଟ୍ଟାମୁଣ୍ଡାଇ ବ୍ଲକ୍ ବିଜେଡି ସଭାପତି କିଶୋର ସାହୁ, ନଗର ବିଜେଡି ସଭାପତି ବୁଢା ଲେଙ୍କା, ନଗର ଯୁବବିଜେଡି ସଭାପତି ଅଶୋକ ଧଳ କାଉନସିଲର  ଗୋପୀବଲ୍ଲଭ ନାୟକ, ପ୍ରଶାନ୍ତ ବାରିକ, ପୂର୍ବତନ ସରପଞ୍ଚ ବୀରକିଶୋର ଦାସ ସଂଖ୍ୟାଲଘୁ ସଂଗଠକ ଏମ୍ଡି ପପୁ, ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ପ୍ରଶାସନିକ ଅଧିକାରୀ ଯୋଗ ଦେଇଥିଲେ । ଜାତୀୟଦିବସ ପାଳନ କମିଟି ସମ୍ପାଦକ ଶିକ୍ଷାବିତ ବିଜୟ ସାହୁ ବିବରଣୀ ପାଠ କରିଥିଲେ । ରାଜ୍ୟପୁରସ୍କୃତ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ମିଶ୍ର ମାନପତ୍ର ପାଠ କରିଥିଲେ । ଶେଷରେ ଗୋପୀନାଥ ତ୍ରିପାଠୀ ଧନ୍ୟବାଦ ଦେଇଥିଲେ । ସେହିପରି ପଟ୍ଟାମୁଣ୍ଡାଇ ବ୍ଲକ୍ ଅଧ୍ୟକ୍ଷ ପ୍ରଦୁ୍ୟମ୍ନ ସାମନ୍ତରାୟ, ପୌର ପରିଷଦ କାର୍ଯ୍ୟାଳୟରେ ପୌରଅଧ୍ୟକ୍ଷ ହେମନ୍ତ ସାହୁ ପଟ୍ଟାମୁଣ୍ଡାଇ କଲେଜରେ ଅଧ୍ୟକ୍ଷା ପ୍ରଫେସର ଦିଲ୍ଲୀପ ଭୂୟାଁ, ମହିଳା କଲେଜରେ ଅଧ୍ୟକ୍ଷା ଡ. ରାଜଲଷ୍ମୀ ମହାନ୍ତି, ଏସଡିପି ଓ କ୍ଷମାସାଗର ପଣ୍ଡା, ଆଦର୍ଶ ଥାନା ଆଇଆଇସି ସୁଶାନ୍ତ ସାହୁ, ପଟ୍ଟାମୁଣ୍ଡାଇ ସବ୍ଡିଭିଜନ ହସ୍ପିଟାଲରେ ମୁଖ୍ୟଚିକିତ୍ସାଧିକାରୀ ଡ. ନିରାକାର ପରିଡା ପ୍ରମୁଖ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସେହିପରି ଦଳିତ ଜାତିସଂଘ ପକ୍ଷରୁ ଜନରାଜ୍ୟ ଦିବସ ପାଳିତ ହୋଇଯାଇଛି । ସଭାପତି କଳ୍ପତରୁ ମଲିକ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏଥିରେ ଉତ୍ତମ ମଲିକ, ବାବାଜୀ ମଲିକ, ଗୋଲଖ ମଲିକ କୁଞ୍ଜ ମଲିକ, ଲଷ୍ମୀଧର ମଲିକ,କୈଳାଶ ମଲିକ, ଇଶ୍ୱର ମଲିକ, ସୁଶାନ୍ତ ମଲିକ, ରଞ୍ଜନ ମଲିକ, ପ୍ରକାଶ ମଲିକ, ସୁଦାମ ମଲିକ ପ୍ରତିମା ମଲିକ, ରାଜକିଶୋର ପ୍ରଧାନ, ମନୋଜ ନନ୍ଦୀ, ଗୋପୀନାଥ ମଲିକ, ପ୍ରଭାତ ମଲିକ ପ୍ରମୁଖ ଯୋଗ ଦେଇଥିଲେ ।
ନାଉଗାଁ,୨୯ା୧: ଶ୍ରୀ ଜଗନ୍ନାଥ ହାଇସ୍କୁଲ ଗାରୋଇ ପରିସରରେ ୭୬ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରତୁ୍ୟଷରୁ ପ୍ରଭାତଫେରି, ପତାକା ଉତ୍ତୋଳନ, ଜାତୀୟ ସଙ୍ଗୀତ ଗାନ ସହ ସାମୂହିକ ଦେଶ ବନ୍ଦନା ଗାନ କରାଯାଇଥିଲା । ପ୍ରଧାନଶିକ୍ଷକ ସୁକାନ୍ତ ଲେଙ୍କା ପତାକା ଉତ୍ତୋଳନ କରିଥିଲେ । ଶ୍ରୀ ଜଗନ୍ନାଥ ହାଇସ୍କୁଲ ଓ ପ୍ରାଣକୃଷ୍ଣ ଉ.ପ୍ରା ବିଦ୍ୟାଳୟ ମିଳିତ ଆନୁକୂଲ୍ୟରେ ବକ୍ତୃତା, ଦେଶାତ୍ମବୋଧକ ସଙ୍ଗୀତ, ସାଧାରଣ ଜ୍ଞାନ, ପ୍ରବନ୍ଧ, କବିତା ରଚନା ଓ ଚିତ୍ରାଙ୍କନର ପ୍ରତିଯୋଗିତା ଆୟୋଜନ କରାଯାଇଥିଲ । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ସ୍ଥାନୀୟ ସମାଜସେବୀ ଦିପକ ବିଶ୍ୱାଳ, ମୁଖ୍ୟବକ୍ତା ଶିକ୍ଷକ ବିଜୟ ସ୍ୱାଇଁ, ହଟ କିଶୋର ବିଶ୍ୱାଳ, ପବିତ୍ର ସ୍ୱାଇଁ, ସ୍କୁଲ ପରିଚାଳନା କମିଟି ସଭାପତି ଚିତ୍ତରଞ୍ଜନ ସ୍ୱାଇଁ, ସ୍କୁଲ ନିରାପତ୍ତା କମିଟି ଅଧ୍ୟକ୍ଷା ମାନସୀ ବିଶ୍ୱାଳ, ପୁରାତନ ଛାତ୍ରୀ ସ୍ୱର୍ଣ୍ଣଲତା ବିଶ୍ୱାଳ ଉପସ୍ଥିତ ରହି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରିଥିଲେ । ବିଦ୍ୟାଳୟଟି ସ୍ମାର୍ଟ ସ୍କୁଲ ହୋଇଥିବା ପରେ ବି ଦୁଇ ବର୍ଷ ହେବ ଜଣେ ଭାରପ୍ରାପ୍ତ ଶିକ୍ଷକ, ତିନି ଜଣ ଅତିଥି ଶିକ୍ଷକ ଏବଂଦୁଇ ପୁରାତନ ଛାତ୍ରଙ୍କ ଅକୁଣ୍ଠ ସହଯୋଗରେ ଚାଲୁଥିବାରୁ ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ କ୍ଷୋଭ ପ୍ରକାଶ କରିଥିଲେ । ଉତ୍ସବକୁ ପୁରାତନ ଛାତ୍ର ଦିବ୍ୟବ୍ରତ ବିଶ୍ୱାଳ, ଚିନ୍ମୟ ଜେନା, ବିବେକାନନ୍ଦ ବାରିକ, ବୁଲାକୀ ମଲ୍ଲିକ ପ୍ରମୁଖ ପରିଚାଳନା କରିଥିଲେ । ଶେଷରେ ପ୍ରାଣକୃଷ୍ଣ ଉ.ପ୍ରା ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଭାତ କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।