ଇଲେକ୍ଟ୍ରୋ ହୋମିଓପାଥି ଚିକିତ୍ସା ଶିବିର
ଖଇରା: ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଅଧୀନ ଐତିହାସିକ ପତିରାଜପୁର ମେଳା ପଡିଆରେ ୨ଦିନିଆ ଦେୟମୁକ୍ତ ଇଲେକ୍ଟ୍ରୋ ହୋମିଓ ପାଥି ଚିକିତ୍ସାଶିବିର ଉଦ୍ଘାଟିତ ହୋଇଯାଇଛି । ରାଜ୍ୟ ଇଲେକ୍ଟ୍ରୋ ହୋମିଓପାଥିକ ଚିକିତ୍ସକ ସଂଘ ଓ ଡୁଙ୍ଗୁରା ଆରୋଗ୍ୟ କ୍ଲିନିକର ମିଳିତ ସହଯୋଗରେ ଆରମ୍ଭ ହୋଇଥିବା ଶିବିରକୁ ଡୁଙ୍ଗୁରା ରାଜସ୍ୱ ନିରୀକ୍ଷକ ସଞ୍ଜୟ କୁମାର ପଣ୍ଡା, ସରପଞ୍ଚ ପ୍ରତିନିଧି ରମେଶ ଚନ୍ଦ୍ର ଘଡେଇ, ବିଶିଷ୍ଟ ଇଲେକ୍ଟ୍ରୋପାଥି ଚିକିତ୍ସକ ଡା ପର୍ଶୁରାମ ଖଟୁଆ ଉକ୍ତ ଶିବିରକୁ ଉଦ୍ଘାଟନ କରିଥିଲେ । ମେଳା କମିଟି ସଭାପତି ପିତାମ୍ବର ପଟ୍ଟନାୟକ ଓ ସମ୍ପାଦକ ଭରତ ଚନ୍ଦ୍ର ରାଉତଙ୍କ ପରାମର୍ଶକ୍ରମେ ଆୟୋଜିତ ଶିବିରରେ ବରିଷ୍ଠ ସଭ୍ୟ ଭୀଷ୍ମଚରଣ ନାୟକ, କ୍ଷେତ୍ରମୋହନ ଖଟୁଆ ଓ ପ୍ରଦୀପ କୁମାର ସାମଲ, ସମାଜସେବୀ ମରୁତ ସ୍ୱାଇଁ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡା ସରୋଜ କୁମାର ମହାନ୍ତି, ଡା ମନୋଜ ମହଲା ପ୍ରମୁଖ ଆସିଥିବା ଶତାଧିକ ରୋଗୀଙ୍କ ସ୍ୱାସ୍ଥ୍ୟପରୀକ୍ଷା କରିବା ପରେ ସେମାନଙ୍କୁ ମାଗଣା ଔଷଧ ବଣ୍ଟନ କରାଯାଇଥିଲା । ଆରୋଗ୍ୟ କ୍ଲିନକର ଡା ଉପେନ୍ଦ୍ର ଖଟୁଆ ଶିବିରର ସଂଯୋଜନା କରିଥିବାବେଳେ ସତ୍ୟମ ସାଧୁଆ, ପଲ୍ଲବୀ ଦାସ ଓ ଶିବାନୀ ସାହୁଙ୍କ ଦ୍ୱାରା ଔଷଧ ବିତରଣ କରାଯାଇଥିଲା ।