‘ସୂର୍ଯ୍ୟପ୍ରଭା’ ଲେଖିବା ପରେ... ନାଏକ ସାହିରେ ବସିଲା ନଳକୂପ

 ଯଖପୁରା : ଚଳିତମାସ ୪ ତାରିଖ ସୂର୍ଯ୍ୟପ୍ରଭାରେ "ପାଣି ପାଇଁ ହନ୍ତସନ୍ତ ୨୦ ପରିବାର’ ଶୀର୍ଷକ ଖବର ପ୍ରକାଶ ପାଇବା ପରେ ଚେତିଛି ପ୍ରଶାସନ । ଦାନଗଦୀ ବ୍ଲକ ପାନୀୟ ଜଳ ବିଭାଗ ପକ୍ଷରୁ ନାଏକ ସାହିରେ ବସାଯାଇଛି ନଳକୂପ । ଦାନଗଦୀ ବ୍ଲକ୍ ଅଧୀନସ୍ଥ ମାଣତୀରା ପଞ୍ଚାୟତ ଦଶାମାଣିଆ ଗ୍ରାମର ନାଏକ ସାହିରେ ପ୍ରାୟ ୨୦ପରିବାର ପାଣି ପାଇଁ ହନ୍ତସନ୍ତ ହେଉଥିଲେ । ସରକାରୀ ନଳକୂପ ଅଚଳ ହୋଇପଡ଼ିଥିବା ବେଳେ ପରିବାର ଲୋକେ ବ୍ୟକ୍ତିଗତ ମାଲିକାନାରେ ଥିବା କୂପ ଉପରେ ଭରସା କରି ଚଳୁଥିଲେ । ଖବର ପ୍ରସାରଣର ୪ ଦିନ ପରେ ଅର୍ଥାତ୍ ସେପ୍େଟମ୍ବର୮ତାରିଖ ପ୍ରଶାସନ ତରଫରୁ ଦଶମାଣିଆ ଗ୍ରାମର ନାଏକ ସାହିରେ ଏକ ବୋରିଂ ଖନନ କରାଯାଇ ନଳକୂପ ବସାଯାଇଛି । ଫଳରେ ସାହିର ଲୋକମାନେ ଏହାକୁ ନେଇ ଖୁସି ପ୍ରକଟ କରିଛନ୍ତି । ଦୀର୍ଘ ୨୦ କିମ୍ବା ୩୦ ବର୍ଷ ପରେ ସାହିର ପାନୀୟ ଜଳ ସମସ୍ୟା ଦୂର ପାଇଁ ଏକ ବୋରିଂ ଖୋଳା ଯାଇଥିବାରୁ ଖୁସି ପ୍ରକାଶ କରି ସୂର୍ଯ୍ୟପ୍ରଭା ଓ ବିଭାଗୀୟ ଅଧିକାରୀଙ୍କ ନିକଟରେ କୃତଜ୍ଞତା ଜଣାଇଛନ୍ତି ।