୯ରେ କେନ୍ଦ୍ରୀୟ ଶ୍ରମିକ : ସଂଗଠନ ପକ୍ଷରୁ ହରତାଳ
କଟକ : କେନ୍ଦ୍ର ସରକାରଙ୍କ ଜନବିରୋଧୀ, ଶ୍ରମିକବିରୋଧୀ ଓ କୃଷକବିରୋଧୀ ନୀତି ବିରୁଦ୍ଧରେ, ରାଷ୍ଟ୍ରୀୟ ଉଦ୍ୟୋଗର ଘରୋଇକରଣ ବନ୍ଦ, ସର୍ବନିମ୍ନ ମାସିକ ପେନସନ ସମସ୍ତଙ୍କୁ ୯ହଜାର ଟଙ୍କା ପ୍ରଦାନ ଓ ଅସ୍ଥାୟୀ ଠିକା ନିଯୁକ୍ତି ଓ ଆଉଟ ସୋର୍ସିଂ ବ୍ୟବସ୍ଥାର ବନ୍ଦ, ସମାନ କାମକୁ ସମାନ ମଜୁରୀ, ଜଙ୍ଗଲ ସଂରକ୍ଷଣ ଆଇନ ୨୦୨୩ର ବାତିଲ ଆଦି ଦାବିରେ କେନ୍ଦ୍ରୀୟ ଟ୍ରେଡ଼ ୟୁନିଅନ ପକ୍ଷରୁ ୯ ଜୁଲାଇରେ ଦେଶବ୍ୟାପୀ ହରତାଳର ଡାକରା ଦିଆଯାଇଛି । କେନ୍ଦ୍ରୀୟ ଟ୍ରେଡ଼ ୟୁନିଅନ ଆଇଏନଟିୟୁସି, ଏସଆଇଟିୟୁସି, ଏଚଏସଏସ, ସିଆଇଟିୟୁ, ଏଆଇୟୁଟିୟୁସି, ଏଆଇସିସଟିୟୁ, ଏଲପିଏଫ ଓ ଏନଏଫଆଇଟିୟୁ ଆଦି ୧୧ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ଏହି ହରତାଳରେ ସାମିଲ ହେବେ ବୋଲି ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି ।