ଟାକ୍ସ ଫାଙ୍କି ୧୦ ଲକ୍ଷ ଫାଇନ୍ ଗଣିଲେ ବସ୍ ମାଲିକ

ଟାକ୍ସ ଫାଙ୍କି ୧୦ ଲକ୍ଷ ଫାଇନ୍ ଗଣିଲେ ବସ୍ ମାଲିକ

ଟାକ୍ସ ଫାଙ୍କିବା ବସ୍ ମାଲିକଙ୍କୁ ମହଙ୍ଗା ପଡ଼ିଲା । ୧୦ ଲକ୍ଷ ଟଙ୍କାର ଫାଇନ୍ ଲାଗିଲା । ଶିବଶଙ୍କର ବସ୍‌ ମାଲିକ ୧୦ ଲକ୍ଷ ଟଙ୍କାର ଫାଇନ୍‌ ଗଣିଲେ । ସରକାରଙ୍କୁ ଟାକ୍ସ ଫାଙ୍କିବା, ଗାଡ଼ିର ଇନ୍‌ସୁରାନ୍ସ ନାହିଁ, ରାସ୍ତାରେ ଚାଲିବାର ପରମିଟ୍‌ ବି ନଥିଲା। ଫିଟ୍‌ନେସ୍ ନଥିବା କାରଣରୁ କଟକ ଆରଟିଓ ପକ୍ଷରୁ ୧୦ ଲକ୍ଷ ଟଙ୍କା ଫାଇନ୍‌ କରାଯାଇଥିଲା । ଆଉ ଗତକାଲି ଫାଇନ୍‌ ଦେଇ ବସ୍ ମାଲିକ ଗାଡ଼ି ଛଡ଼ାଇଲେ । କଟକ RTO  ବସ୍ ଉପରେ ୧୦ ଲକ୍ଷ ଟଙ୍କା ଫାଇନ କରିଥିଲା । ବସ୍‌ ନମ୍ବର ଓଡି 05 ଏଭି5465 । ଫିଟନେସ୍ ପାଇଁ ୫ହଜାର,  ପଲ୍ୟୁସନ ପାଇଁ ୧୦ ହଜାର, ପର୍ମିଟ ବାବଦକୁ ୧୦ ହଜାର, ବୀମା ପାଇଁ ୨ ହଜାର, ଟ୍ୟାକ୍ସ ୩ ଲକ୍ଷ ୭ହଜାର ୬୬୪ ଓ  ପେନାଲ୍ଟି ବାବଦକୁ ୬ଲକ୍ଷ ୮୫ ହଜାର ୯୨ ଟଙ୍କା ସମୁଦାୟ ୧୦ ଲକ୍ଷ ୧୯ ହଜାର ୭୫୬ ଟଙ୍କା ଫାଇନ କରାଯାଇଥିଲା ।