ଦଶଟି ବିଚାର


ବୈଶାଖ ପୂର୍ଣ୍ଣିମାକୁ ବୁଦ୍ଧ ପୂର୍ଣ୍ଣିମା ନାମରେ ପରିଚିତ । ଏହି ଦିନରେ ଭଗବାନ ଗୌତମ ବୁଦ୍ଧ ଜନ୍ମ ନେଇଥିଲେ ଏବଂ ନିର୍ବାଣ ପ୍ରାପ୍ତି କରିଥିଲେ । ଏହି ଦିନ ହିଁ ସେ ବୁଦ୍ଧତ୍ୱ ପ୍ରାପ୍ତି କରିଥିଲେ । ସାରା ବିଶ୍ୱରେ ଏବେ ୫୦ କୋଟିରୁ ଅଧିକ ବୌଦ୍ଧ ଧର୍ମାବଲମ୍ବୀ ରହିଛନ୍ତି । ବୌଦ୍ଧ ଧର୍ମାବଲମ୍ବୀମାନେ ବେଶ୍ ଧୂମ୍ଧାମରେ ଏହି ପର୍ବ ପାଳନ କରିଥାନ୍ତି । ସନାତନ ହିନ୍ଦୁ ଧର୍ମରେ ଭଗବାନ ବୁଦ୍ଧଙ୍କୁ ବିଷ୍ଣୁଙ୍କ ନବମ ଅବତାର ଭାବେ ମାନ୍ୟତା ମିଳିଛି । ଏଣୁ ହିନ୍ଦୁଙ୍କ ପାଇଁ ମଧ୍ୟ ଏହି ଦିନର ବିଶେଷ ମହତ୍ତ୍ୱ ରଖିଥାଏ । ବିହାର ବୌଦ୍ଧଗୟା ଠାରେ ଉଭୟ ହିନ୍ଦୁ ଏବଂ ବୌଦ୍ଧ ଧର୍ମାବଲମ୍ବୀମାନେ ସମ୍ପୂର୍ଣ୍ଣ ଭକ୍ତି ଭାବେ ଭଗବାନ ବୁଦ୍ଧଙ୍କ ପୂଜା କରିଥାନ୍ତି । ବୁଦ୍ଧ ପୂର୍ଣ୍ଣିମା ଉପଲକ୍ଷେ ହଜାର ହଜାର ଶ୍ରଦ୍ଧାଳୁ ହରିଦ୍ୱାରରେ ସ୍ନାନ କରି ପୁଣ୍ୟ ଅର୍ଜନ କରିବାର ପରମ୍ପରା ମଧ୍ୟ ରହିଛି । ଗୃହତ୍ୟାଗ ପରେ ସିଦ୍ଧାର୍ଥ ଲଗାତାର ସାତ ବର୍ଷ ପର୍ଯ୍ୟନ୍ତ ବଣରେ ବୁଲିଥିଲେ । କଠୋର ତପସ୍ୟା କରିବା ପରେ ବୈଶାଖ ପୂର୍ଣ୍ଣିମା ଦିନ ହିଁ ସେ ବୁଦ୍ଧତ୍ୱର ଜ୍ଞାନ ଲାଭ କରିଥିଲେ । ବୁଦ୍ଧଙ୍କ ଜନ୍ମ କପିଳାବସ୍ତୁ ନିକଟବର୍ତ୍ତୀ ଲୁମ୍ବିନୀ (ବର୍ତ୍ତମାନ  ନେପାଳରେ ରହିଛି) ଠାରେ ହୋଇଥିଲେ । ସେ ଶାକ୍ୟ ବଂଶର ରାଜା ଶୁଦେ୍ଧାଦ୍ଧନ ଏବଂ ରାଣୀ ମହାମାୟା ଦେବୀଙ୍କ ପୁତ୍ର ଥିଲେ । ମାଉସୀ ଗୌତମୀଙ୍କ ଦ୍ୱାରା ଲାଳିତପାଳିତ ହୋଇଥିବାରୁ ତାଙ୍କ ନାଁ ଗୌତମ ରହିଥିଲା । ବୁଦ୍ଧଦେବ ଅନେକ ଗୁରୁଙ୍କ ଠାରୁ ଶିକ୍ଷା ଗ୍ରହଣ କରିଥିଲେ ମଧ୍ୟ ଗୁରୁ ବିଶ୍ୱାମିତ୍ରଙ୍କ ଠାରୁ ସେ ବେଦ, ଉପନିଷଦ ଏବଂ ଶସ୍ତ୍ର ବିଦ୍ୟା ଶିକ୍ଷା କରିଥିଲେ । ସେ ଯଶୋଧାରାଙ୍କୁ ବିବାହ କରିଥିଲେ ତାଙ୍କର ରାହୁଲ ନାମରେ ଏକ ପୁତ୍ର ଥିଲା । ଦୁହେଁ ପରବର୍ତ୍ତୀ ସମୟରେ ବୌଦ୍ଧ ଭିକ୍ଷୁ ପାଲଟି ଯାଇଥିଲେ । ଭିନ୍ନ ଭିନ୍ନ ଦେଶରେ ଥିବା ବୌଦ୍ଧ ଧର୍ମାବଲମ୍ବୀ ମାନେ ଭିନ୍ନ ପରମ୍ପରା ଏବଂ ରୀତିନୀତି ଅନୁଯାୟୀ ବୁଦ୍ଧ ପୂର୍ଣ୍ଣିମା ପାଳିଥାନ୍ତି । କୌଣସି ପରିସ୍ଥିତିରେ ବି ସୂର୍ଯ୍ୟ, ଚନ୍ଦ୍ରମା ଏବଂ ସତ୍ୟ ଏହି ତିନୋଟି ଜିନିଷ ଲୁଚି ରହିପାରିବ ନାହିଁ । ଜୀବନରେ କୌଣସି ଉଦେ୍ଦଶ୍ୟ, ଲକ୍ଷ୍ୟ ପାଖରେ ପହଞ୍ଚôବା ଠାରୁ ବେଶି ମହତ୍ତ୍ୱପୂର୍ଣ୍ଣ ହେଉଛି ଯେଉଁ ରାସ୍ତାରେ ଆପଣ ଯାଉଛନ୍ତି ତାହାକୁ ପ୍ରଥମେ ଶେଷ କରନ୍ତୁ । ଖରାପକୁ ଖରାପରେ କେବେ ବି ଶେଷ କରାଯାଇପାରିବ ନାହିଁ । ଘୃଣାକୁ ତ କେବଳ ପ୍ରେମ ଦ୍ୱାରା ହିଁ ସମାପ୍ତ କରାଯାଇପାରିବ । ସତ୍ୟ ମାର୍ଗରେ ଚାଲୁଥିବା ବ୍ୟକ୍ତି କେବଳ ଦୁଇଟି ଭୁଲ କରିପାରେ । ପ୍ରଥମଟି ସମ୍ପୂର୍ଣ୍ଣ ରାସ୍ତା ନ ବାଛିବା, ଦ୍ୱିତୀୟଟି ରାସ୍ତା ଆରମ୍ଭ ନ କରିବା । ଭବିଷ୍ୟତର ସ୍ୱପ୍ନରେ ହଜିଯାଅନି, କି ଭୂତକାଳ କଥା ଭାବି ଚିନ୍ତିତ ହୁଅନି ସବୁବେଳେ ବର୍ତ୍ତମାନ ଉପରେ ଧ୍ୟାନ ଦିଅ । ଏହା ହେଉଛି ଜୀବନରେ ଖୁସି ରହିବାର ମୂଳମନ୍ତ୍ର । ଯେଉଁଭଳି ଭାବରେ ଗୋଟିଏ ଦ୍ୱୀପରୁ ହଜାର ଦ୍ୱୀପ ଜଳାଇ ଅନ୍ଧକାରକୁ ଦୂର କରାଯାଇଥାଏ, ସେହିପରି ଖୁସି ବାଣ୍ଟିବା ଦ୍ୱାରା ଏହା ସବୁବେଳେ ବଢ଼ିଥାଏ ।  ଜୀବନରେ ଯେତେ ବି ଭଲବହି ପଢ଼ କିମ୍ବା ଭଲ ଶବ୍ଦ ଶୁଣ, କିନ୍ତୁ ଯେ ପର୍ଯ୍ୟନ୍ତ ନିଜକୁ ଭଗବାନଙ୍କ ପାଖରେ ସମର୍ପଣ ନକରିଛ ସେ ପର୍ଯ୍ୟନ୍ତ ଏସବୁର କିଛି ଲାଭ ନାହିଁ । ସର୍ବଦା କ୍ରୋଧିତ ରହିବା, ଜଳୁଥିବା କୋଇଲାକୁ ଅନ୍ୟ ବ୍ୟକ୍ତି ଉପରେ ଫୋପାଡ଼ିବା ସଦୃଶ । ଏହି କ୍ରୋଧ ସର୍ବପ୍ରଥମେ ନିଜକୁ ହିଁ ଜାଳିଥାଏ । କ୍ରୋଧରେ ହଜାରେ ଭୁଲ ଶବ୍ଦ କହିବା ଅପେକ୍ଷା ମଉନ ରହିଗଲେ ଶାନ୍ତି ମିଳିଥାଏ ।
ଡ.ସୁରେଶ କୁମାର ନାୟକ,କଟକ, ମୋ : ୯୪୩୭୨୨୫୫୯୨