ଅଂଶୁମାନ ଟ୍ରଷ୍ଟ ଆୟୋଜନରେ ୫୪ପଞ୍ଚାୟତରେ ହେବ ସ୍ୱାସ୍ଥ୍ୟ ମେଳା: ବିଧାୟକ
ାା ପ୍ରଭାନୁ୍ୟଜ ।ା ଧର୍ମଶାଳା: ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୫୪ ପଞ୍ଚାୟତରେ ହେବ ସ୍ୱାସ୍ଥ୍ୟ ମେଳା । ଯାହା ୪ମାସ ଧରି ଚାଲିବ । ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଜନ୍ମଜୟନ୍ତୀ ସ୍ମୃତିରେ ଅଂଶୁମାନ ଟ୍ରଷ୍ଟ ଆନୁକୂଲ୍ୟରେ ସ୍ୱାସ୍ଥ୍ୟମେଳା ନଭେମ୍ବର ୭ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୯ତାରିଖ ପର୍ଯ୍ୟନ୍ତ ଚାଲିବ । ୪ମାସରୁ ଉର୍ଦ୍ଧ ସମୟ ଧରି ଧର୍ମଶାଳାରେ ଏହି ସ୍ୱାସ୍ଥ୍ୟମେଳା ଅନୁଷ୍ଠିତ ହେଉଥିବାରୁ ବିଭିନ୍ନ ବର୍ଗର ଲୋକମାନେ ସ୍ୱାସ୍ଥ୍ୟସେବା ପାଇପାରିବେ ବୋଲି ଟ୍ରଷ୍ଟ ପକ୍ଷରୁ ସୂଚନା ଦେଇଛନ୍ତି ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ । ଗ୍ରାମାଞ୍ଚଳରେ ରହୁଥିବା ଗରିବ ଓ ଅବହେଳିତ ଲୋକମାନେ ବିଭିନ୍ନ ପ୍ରକାର ରୋଗର ଶିକାର ହୋଇ ସ୍ୱାସ୍ଥ୍ୟ ସେବାରୁ ବଂଚିତ ହେଉଛନ୍ତି । ସେଇଭଳି ଲୋକମାନଙ୍କ ପାଖରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲାଗି ଅଂଶୁମାନ ଟ୍ରଷ୍ଟର ଏହା ଏକ ପ୍ରୟାସ ବୋଲି ବିଧାୟକ ଶ୍ରୀସାହୁ ସୂଚନା ଦେଇଛନ୍ତି । ସ୍ୱାସ୍ଥ୍ୟ ମେଳା ସଂପର୍କରେ ବିଧାୟକ ଶ୍ରୀ ସାହୁ ସୂଚନା ଦେଇ କହିଥିଲେ କି ଗ୍ରାମାଞ୍ଚଳରେ ରହୁଥିବା ଅନେକ ଲୋକ ମଧୁମେୟ, ଉଚ୍ଚ ରକ୍ତଚାପ, ଯକ୍ଷ୍ମା, ହୃଦରୋଗ, ବୃକକ ଓ ଯକୃତ ଜନିତ ମାରାତ୍ମକ ରୋଗର ଶିକାର ହୋଇ ଅର୍ଥାଭାବ ଯୋଗୁଁ ଚିକିତ୍ସିତ ହୋଇପାରୁ ନାହାନ୍ତି । ଫଳରେ ଅନେକ ଅକାଳରେ ମୃତୁ୍ୟ ମୁଖରେ ପଡୁଛନ୍ତି । ଏଭଳି ରୋଗର ଶିକାର ହେଉଥିବା ରୋଗୀମାନଙ୍କୁ ଚିହ୍ନଟ କରାଯାଇ ଚିକିତ୍ସା ଯୋଗାଇ ଦେବା ସହ ମାଗଣାରେ ଔଷଧ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି । ଏଇଭଳି ରୋଗୀମାନଙ୍କ ସାରଣୀ ପ୍ରସ୍ତୁତ କରାଯାଇ ସେମାନଙ୍କୁ ପ୍ରତ୍ୟେକ ୩ମାସରେ ସ୍ୱାସ୍ଥ୍ୟ ସେବା ସହିତ ମାଗଣାରେ ଔଷଧ ଯୋଗାଇ ଦେବାକୁ ଟ୍ରଷ୍ଟ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ସ୍ୱାସ୍ଥ୍ୟମେଳାରେ ହୃଦରୋଗ, ମଧୁମେୟ, ଭେଷଜ, ଶିଶୁରୋଗ ବିଶେଜ୍ଞ ଡାକ୍ତର ଯୋଗଦେଇ ରୋଗୀମାନଙ୍କୁ ପରୀକ୍ଷା କରିବେ । ପଞ୍ଚାୟତ ସ୍ତରରେ ହେଉଥିବା ଏଳି ସ୍ୱାସ୍ଥ୍ୟମେଳାରେ ସମସ୍ତେ ସ୍ୱାସ୍ଥ୍ୟ ପରୀକ୍ଷା କରିବାର ସୁଯୋଗ ନିଅନ୍ତୁ ବୋଲି ବିଧାୟକ ଶ୍ରୀସାହୁ ନିବେଦନ କରିଛନ୍ତି । ଏଥିସହ ଆସନ୍ତା ନଭେମ୍ବର ୧୪ଶିଶୁ ଦିବସ ଉପଲକ୍ଷେ ଜାରକାସ୍ଥିତ ମହୋତ୍ସବ ପଡିଆରେ ଏକ ଶିଶୁମେଳାର ଆୟୋଜନ କରାଯାଇଛି । ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୪ଶହରୁ ଉର୍ଦ୍ଧ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ରଚନା,ତର୍କ, ସଙ୍ଗୀତ, ନୃତ୍ୟ ଆଦି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ । ସେଥି ମଧ୍ୟରୁ ୫ଜଣ ପ୍ରତିଯୋଗିଙ୍କୁ ବଛାଯିବେ । ପ୍ରତ୍ୟେକ ସ୍କୁଲରୁ ବଛାଯାଇଥିବା ସ୍କୁଲର ଛାତ୍ରଛାତ୍ରୀ, ସେମାନଙ୍କ ଅବିଭାବକ ଓ ସମ୍ପୃକ୍ତ ସ୍କୁଲର ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ଟ୍ରଷ୍ଟର ନିଜସ୍ୱ ଖର୍ଚ୍ଚରେ କାର୍ଯ୍ୟକ୍ରମସ୍ଥଳିକୁ ଅଣାଯାଇ ସେମାନଙ୍କୁ ପୁରସ୍କୃତ କରାଯିବ । ନଭେମ୍ବର୧୪ରେ ଜାରକାସ୍ଥିତ ମହୋତ୍ସବ ପଡିଆରେ ଆୟୋଜିତ ନିର୍ବାଚନମଣ୍ଡଳୀ୍ସ୍ତରୀୟ ଶିଶୁମେଳାରେ ରାଜ୍ୟର ପ୍ରମୁଖ ମନ୍ତ୍ରୀଙ୍କ ସମେତ ଜିଲାର ବହୁ ବିଧାୟକ ଓ ନେତା ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ମଙ୍ଗଳବାର ଅପରାହ୍ନରେ କୁମାରୀସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଶ୍ରୀ ସାହୁଙ୍କ ସହ ରାଜେଶ ପାଳ, ଜିତେନ୍ଦ୍ର ରାଉତ, ଶରତ କୁମାର ଓଝା, ଆଲୋକ ଲେଙ୍କା, ଅଂଶୁମାନ ରଥ, ଗୌତମ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।