ଗ୍ୟାସ୍ ଟାଙ୍କି ଫାଟି ମହିଳା ଗୁରୁତର

ଛତ୍ରପୁର  : ଗ୍ୟାସ ଟାଙ୍କି ଫାଟି ଜଣେ ମହିଳା ଗୁରୁତର ହୋଇଛନ୍ତି  । ଏହି ଦୁର୍ଘଟଣା ଘଟିଛି ଛତ୍ରପୁର ବ୍ଲକ ଅନ୍ତର୍ଗତ ହଂସପୁର ଗ୍ରାମରେ  । ଗୁରୁତର ମହିଳା ଜଣଙ୍କ ହେଲେ ହଂସପୁର ଗ୍ରାମ ର ଈଶ୍ୱର ନାହାକଙ୍କ ଝିଅ ଭାରତୀ ବିଶ୍ୱାଳ ତାଙ୍କୁ ପ୍ରଥମେ ମୁନିସିପେଣ୍ଠ ସ୍ୱାସ୍ଥ୍ୟ କେନ୍ଦ୍ର ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି  । ଗୁରୁତର ଭାରତୀ ତାଙ୍କ ମାଆଙ୍କ ଦେହ ଖରାପ ଥିବାରୁ ସେ ବାପ ଘରକୁ ଆସିଥିଲେ  । ଆଜି ବାପ ଘରେ ଗ୍ୟାସ ଲିକେଜ ଥିବାରୁ ଗ୍ୟାସ ଅନ୍ କରିବା ପରେ ହଠାତ୍ ଟାଙ୍କିରେ ନିଆଁ ଲାଗିଥିଲା ହୁତୁ ହୁତୁ ଜଳିଥିଲା ଯାହା ସେ ଗୁରୁତ ହେବା ସହ ଘର ପୋଡି ନଷ୍ଟ ହୋଇଯାଇଛି  । ଏହାର ସୂଚନା ପାଇ ଛତ୍ରପୁର ଦମକଳ ବାହିନୀ ପହଁଚି ନିଆଁକୁ ଆୟତ କରିଥିଲେ  । ଏନେଇ ସୂଚନା ଦେଇଛନ୍ତି ପୋଟଲାମପୁର ସମିତି ସଭ୍ୟ ଶମ୍ଭୁନାଥ ସ୍ୱାଇଁ, ଏହା ସହିତ କ୍ଷତିଗସ୍ତ ପରିବାରଙ୍କୁ ସରକାରଙ୍କ ପକ୍ଷରୁ ମହିଳାଙ୍କୁ ଉତ୍ତମ ଚିକିସôା ସହ ସହାୟତା ପ୍ରଦାନ କରିବା ନିମନ୍ତେ ସେ ଅନୁରୋଧ କରିଛନ୍ତି  ।