କଂଗ୍ରେସ ପକ୍ଷରୁ ସୃଜନ ଅଭିଯାନ

ଖଇରା: ବାଲେଶ୍ୱର ଜିଲା ଖଇରା ବ୍ଲକର ଇଟାମୁଣ୍ଡି ଛକ ନିକଟସ୍ଥ ଏକ କଲ୍ୟାଣ ମଣ୍ଡପରେ ଶୁକ୍ରବାର ଦିନ ସୃଜନ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ କର୍ଣ୍ଣାଟକ ଏମପି ତଥା କଂଗ୍ରେସର ବାଲେଶ୍ୱର ପ୍ରଭାରୀ ଶ୍ରେୟାସ ଏମ ପଟେଲ ଯୋଗ ଦେଇ ଏଆଇସିସି ସଭାପତି ମଲିକାର୍ଜୁନ ଖଡଗେ ତଥା ଅନ୍ୟତମ ନେତା ରାହୁଲ ଗାନ୍ଧିଙ୍କର ଆଗାମୀ ଦିନର ବିଭିନ୍ନ ଏଜେଣ୍ଡା ଉପରେ ଆଲୋକପାତ କରିଥିଲେ । କଂଗ୍ରେସ ଦଳ ଗୋଟିଏ ପରିବାର ଭଳି । ସମସ୍ତେ ମିଳିମିଶି କାମ କଲେ କଂଗ୍ରେସ ଓଡିଶା ଦଖଲ ସହିତ  କେନ୍ଦ୍ରରେ କ୍ଷମତାସୀନ ହୋଇ ପାରିବ ବୋଲି କହିଥିଲେ । ଏହି ପରିପ୍ରେକ୍ଷୀରେ କଂଗ୍ରେସର ଜିଲା ସଭାପତି ପାଇଁ କର୍ମୀଙ୍କର ମତ ସଂଗ୍ରହ କରାଯାଇଥିଲା । ବ୍ଲକ କଂଗ୍ରେସ ସଭାପତି ଶରତ ଦାସଙ୍କ ସଭାପତିତ୍ୱରେ ସୃଜନ ଅଭିଯାନ ଅନ୍ତର୍ଗତ ଆୟୋଜିତ ଏହି କର୍ମୀ ସମ୍ମିଳନୀରେ ପିସିସି ସାଧାରଣ ସମ୍ପାଦକ ବିପ୍ଲବ ଚୌଧୁରୀ, ପୂର୍ବତନ ଏମପି ଅନନ୍ତ ପ୍ରସାଦ ସେଠୀ, ଏମପି ପ୍ରାର୍ଥନୀ ମଧୁମିତା ସେଠୀ, ସିମୁଳିଆ ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ହିମାଂଶୁ ଶେଖର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।