ସିଆରପିଏଫର ଶହୀଦ ସ୍ମୃତି ଦିବସ 


 ପାପଡାହାଣ୍ଡି : ସିଆରପିଏଫ ବାଟାଲିୟନ ପକ୍ଷରୁ ଶହୀଦ ବିଜୟ କୁମାର ହରିଜନଙ୍କ ଉଦେ୍ଦଶ୍ୟରେ ଶହିଦ ସ୍ମତି ଦିବସ ପାଳିତ ହୋଇଯାଇଛି ।  ସିଆରପିଏଫରେ କାର୍ଯ୍ୟରତ ସମୟରେ ନକ୍ସଲ ଆକ୍ରମଣରେ ପ୍ରାଣ ହରାଇ ଶହୀଦ ହୋଇଥିବା ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ବ୍ଳକ ମହୁଲୀ ଗ୍ରାମର ବିଜୟ ହରିଜନଙ୍କୁ ପୁଷ୍ପମାଳ ଅର୍ପଣ ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ଓ ଅମର ଆତ୍ମାର ସଦଗତି କାମନା ସହ ଦୁଇ  ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ବିଜୟ ହରିଜନ ଗତ ୨୦୦୯ରେ ଛତିଶଗଡର ଦାନ୍ତେ ୱାଡା ଠାରେ ନିର୍ବାଚନ କାର୍ଯ୍ୟ ରେ କର୍ତ୍ତବ୍ୟ ରତ ଥିବା ସମୟରେ ନକ୍ସଲ ଆକ୍ରମଣର ଶିକାର ହୋଇ ବୀର ଗତି ପ୍ରାପ୍ତ କରିଥିଲେ । ଏହି କାର୍ଯ୍ୟକ୍ରମ ବିଜୟ କୁମାର ହରିଜନଙ୍କ ଜନ୍ମିତ ଗ୍ରାମ ମହୁଲୀ ଗ୍ରାମରେ ଅନୁଷ୍ଠିତ ହୋଇଥିଲା ଏହି ଅବସରରେ ଶହୀଦ ବିଜୟ ହରିଜନଙ୍କ ପରିବାର ବର୍ଗ ଯଥା ତାଙ୍କ ମାଆ ଓ ବାପାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସିଆରପିଏଫ୍ର କମାଣ୍ଡାଣ୍ଟ ଏନ୍କେକେ ପ୍ରସାଦଙ୍କ ସମେତ ସିଆରପିଏଫ୍ର ବରିଷ୍ଠ ଅଧିକାରୀ, ଯବାନ ଓ ମହୁଲୀ ଗ୍ରାମର ଗ୍ରାମ ବାସୀ ମାନେ ଉପସ୍ଥିତ ଥିଲେ ।