ଗ୍ରାହକଙ୍କୁ ମାଡ ମାରିବା ଘଟଣା; ୨କୋର୍ଟଚାଲାଣ
ବ୍ରହ୍ମବରଦା: ଗ୍ରାହକଙ୍କୁ ମାଡ ମାରିବା ଘଟଣା ଶେଷରେ ମହଙ୍ଗା ପଡ଼ିଛି । ମାରଣାସ୍ତ୍ର ସାହାଯ୍ୟରେ ଆକ୍ରମଣ ସାଙ୍ଗକୁ ଟଙ୍କା ଓ ସୁନା ଚେନ ଲୁଟ ଘଟଣା ଅଭିଯୋଗରେ ବ୍ରହ୍ମବରଦା ପୁଲିସ ରାଜା ମେଡିସିନ ଷ୍ଟୋର ଦୋକାନୀଙ୍କ ଦୁଇ କର୍ମଚାରୀ ବ୍ରହ୍ମବରଦା ଥାନା ଅଧୀନ ମହାଜନ ସାହିର ସୟଦ ଫଇନ ରାଜାଙ୍କ ପୁଅ ସୟଦ ଅରସଦ ରାଜା (୧୯) ଓ ବଡଚଣା ଥାନା ଅଧିନ ତେଲିଗଡ ଗ୍ରାମର ମହମ୍ମଦ ହାଫିଜଙ୍କ ପୁଅ ସରତାଜ ଅଜିଜ(୨୭)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୁଚନାନୁଯାୟୀକି ଗଲା ମଙ୍ଗଳବାର ସନ୍ଧ୍ୟାରେ ବ୍ରହ୍ମବରଦା ଢିଅସାହି ଗ୍ରାମର ଅକ୍ଷୟ ବେହେରା (୪୮) ବ୍ରାହ୍ମଣସାହି ଛକ ନିକଟରେ ଥିବା ରାଜା ମେଡିସିନ ଷ୍ଟୋରକୁ ନିଜର ଏକ ରିପୋର୍ଟ ଆଣିବାକୁ ଯାଇ ବାଇକଟିକୁ ଦୋକାନ ସାମ୍ନାରେ ରଖିଥିଲେ । ସେହି ସମୟରେ ଦୋକାନୀ ଅରସଦ ହଠାତ ମୋ ଦୋକାନ ସାମ୍ନାରେ ବାଇକ କାହିଁକି ରଖିଛ ବୋଲି କହି ଅକ୍ଷୟଙ୍କୁ ଗାଳିଗୁଲଜ କରିବା ସହ ଏକ ଧକ୍କା ପକାଇଥିଲା । ଉଭୟଙ୍କ ମଧ୍ୟରେ ବଚସା ଚାଲିଥିବା ସମୟରେ ସରତାଜ ଓ ତାଙ୍କର ଅନ୍ୟ ତିନି ସହଯୋଗୀ ଅକ୍ଷୟଙ୍କୁ ମାଡ଼ ମାରିଥିଲେ । ସେହି ସମୟରେ ସରତାଜ ଦୋକାନ ଭିତରକୁ ଯାଇ ଏକ ଧାରୁଆ କଇଁଚି ଆଣି ଅକ୍ଷୟଙ୍କ ଛାତିରେ ଭୂଷି ଦେଇଥିଲେ । ଫଳରେ ଅକ୍ଷୟଙ୍କ ଛାତିରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା । ଏଥି ସହିତ ଅକ୍ଷୟ ପିନ୍ଧିଥିବା ଏକ ସୁନା ଚେନ୍ ଓ ତାଙ୍କ ନିକଟରେ ଥିବା ୯ହଜାର ଟଙ୍କା ମଧ୍ୟ ଆକ୍ରମଣକାରୀ ଛଡାଇ ନେଇଥିବା ଅଭିଯୋଗ ହୋଇଥିଲା । ଘଟଣାସ୍ଥଳରେ ପୁଲିସ ପହଁଚି ଅକ୍ଷୟଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ତାରେ ଉଦ୍ଧାର କରିବା ସହ ଚିକିତ୍ସା ନିମନ୍ତେ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ । ଏନେଇ ଅକ୍ଷୟ ପନôୀ ସଂଯୁକ୍ତା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ବ୍ରହ୍ମବରଦା ପୁଲିସ କେସ ନଂ ୧୭୨/ ୨୫ରେ ଏକ ମାମଲା ରୁଜୁ କରି ଆଜି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।