ମାନସ ସୁକିନ୍ଦା ତହସିଲଦାର
ସୁକିନ୍ଦା: ସୁକିନ୍ଦା ତହସିଲଦାର ଭାବେ ମାନସ ରଞ୍ଜନ ତ୍ରିପାଠୀ ଯୋଗଦେଇଛନ୍ତି । ସୁକିନ୍ଦା ତହସିଲଦାର ଦମୟନ୍ତୀ ସାହୁଡେପୁଟି କଲେକ୍ଟର ଭାବେ ଆନନ୍ଦପୁରକୁ ବଦଳି ହେବାପରେ ପୂର୍ବରୁ କେନ୍ଦ୍ରାପଡ଼ା ଜିଲା ମହାକାପଡା ତହସିଲଦାର ଥିବା ମାନସଙ୍କୁ ସୁକିନ୍ଦା ତହସିଲଦାର ଭାବେ ବଦଳି କରାଯାଇଥିଲା । ନବନିଯୁକ୍ତ ତହସିଲଦାରଙ୍କୁ ପ୍ରାକ୍ତନ ତହସିଲଦାର ଦମୟନ୍ତୀ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ । ଏହି ସମୟରେ ତହସିଲ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଓ ରାଜସ୍ୱ ନୀରିକ୍ଷକ ନବନିଯୁକ୍ତ ତହସିଲଦାର ଶ୍ରୀ ତ୍ରିପାଠୀଙ୍କୁ ସ୍ୱାଗତ କରିଥିଲେ ।