ଗଣତନ୍ତ୍ରରେ ବହୁ ମତବାଦ
ଗୋପାଳ ମହାପାତ୍ର : ଲୋକତନ୍ତ୍ରର ଆଧାର “ଜନତାଙ୍କ ପାଇଁ, ଜନତାଙ୍କ ଦ୍ୱାରା, ଜନତାଙ୍କ ଶାସନ” । ଏହି ବିଚାର ସରଳ, ସ୍ପଷ୍ଟ ଏବଂ ସାର୍ବଭୌମିକ ଅଟେ କିନ୍ତୁ ଯେତେବେଳେ ଏହାକୁ ସାମାଜିକ ସଂରଚନା, ଜାତୀୟ ବିବିଧତା ଏବଂ ଜନସଂଖ୍ୟାର ପରିବର୍ତ୍ତିତ ସ୍ୱରୂପର ସନ୍ଦର୍ଭରେ ଦେଖାଯାଏ, ସେତେବେଳେ ଏହାର ଜଟିଳତା ଏବଂ ଆହ୍ୱାନଭରା ସ୍ୱରୂପ ନଜରକୁ ଆସେ । ଭାରତ ଭଳି ବିଶାଳ, ବିବିଧ ଏବଂ ବହୁଳତାବାଦୀ ଦେଶରେ ଏହି ପ୍ରଶ୍ନ ଆହୁରି ମଧ୍ୟ ଅଧିକ ପ୍ରାସଙ୍ଗିକ ହୋଇଥାଏ । କ’ଣ ଗଣତନ୍ତ୍ର ସେତିକି ପ୍ରଭାବୀ ଏବଂ ନିରପେକ୍ଷ ରହିଥାଏ ଯେେବେଳେ ତାର ଜନସଂଖ୍ୟା (ଡେ଼ମୋଗ୍ରାଫିକ୍) ଜନିତ ସଂରଚନା କ୍ରମାଗତ ଭାବେ ବଦଳିଥାଏ? କ’ଣ ଜାଣିଶୁଣି ଜନସାଂଖ୍ୟିକ ସଂରଚନା ବଦଳାଇବା ଏବଂ କୌଣସି ଏକ ନିର୍ଦିଷ୍ଟ ରାଜନୈିକ ଦଳର ସମର୍ଥକଙ୍କୁ ନେଇ ନିର୍ବାଚନ ଜିତିବାକୁ ଗଣତନ୍ତ୍ର କୁହାଯିବ କି? ଡେ଼ମୋଗ୍ରାଫିର ସିଧା ସମ୍ପର୍କ ଜନସଂଖ୍ୟାର ଜାତିଗତ, ଧାର୍ମିକ, ଭାଷା ଏବଂ ସଂସ୍କୃତି ସହିତ ରହିଛି । ଗଣତନ୍ତ୍ରିକ ଶାସନ ବ୍ୟବସ୍ଥାରେ ପ୍ରତିନିଧିତ୍ୱର ସିଦ୍ଧାନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ସବୁ ସମୁଦାୟ, ସବୁ ବର୍ଗକୁ ସେମାନଙ୍କ ଉଚିତ୍ ସ୍ଥାନ ଏବଂ ସ୍ୱର ଉଠାଇବାର ସୁଯୋଗ ମିଳିବା ଆବଶ୍ୟକ କିନ୍ତୁ ଯେତେବେଳେ ଡେ଼ମୋଗ୍ରାଫିକ ସମୀକରଣ କୌଣସି ବିଶେଷ ସମୁଦାୟର ଅତ୍ୟଧିକ ବୁଦ୍ଧି ବା ଅନ୍ୟ ସମୁଦାୟର ଗୁରୁତ୍ୱ କାରଣରୁ ବଦଳିଯାଏ ସେତେବେଳେ ଏହି ସନ୍ତୁଳନ ଭାଙ୍ଗିଯାଇଥାଏ । ଏହି ସନ୍ତୁଳନର ସିଧା ପ୍ରଭାବ ମଧ୍ୟ ଗଣତାନ୍ତ୍ରିକ ସଂସ୍ଥାଗୁଡିକର ନିରପେକ୍ଷତା, ନୀତି ନିର୍ମାଣ ଏବଂ ସାମାଜିକ ନ୍ୟାୟ ଉପରେ ପଡିଥାଏ । ବର୍ତ୍ତମାନ ସମୟରେ ଅନେକ ଦେଶରେ ଏଭଳି ଅବସ୍ଥା ଦେଖାଦେଇଛି ହୁଏତ ଏହା ପ୍ରବାସ (ମାଇଗ୍ରେସନ) କାରଣରୁ ହେଉ ବା ପ୍ରଜଜନ ହାରରେ ପାର୍ଥକ୍ୟ କାରଣରୁ ହେଉ ଏହା ରାଜନୈତିକ ପରିଦୃଶ୍ୟକୁ ପ୍ରଭାବିତ କରିଥାଏ । ଭାରତରେ ମଧ୍ୟ ଏହି ପ୍ରସଙ୍ଗ ସମ୍ବେଦନଶୀଳ ଏବଂ ଗମ୍ଭୀର ହେବାରେ ଲାଗିଛି । ଯଦି ଏକ ବିଶେଷ ଧର୍ମ ଅବା ଜାତିର ଜନସଂଖ୍ୟା ଅଧିକ ଭାବରେ ବଢ଼ିଥାଏ ଏବଂ ଅନ୍ୟ ସମୁଦାୟର ଜନସଂଖ୍ୟା ସାଂସ୍କୃତିକ, ଆର୍ôଥକ ଏବଂ ଶିକ୍ଷାର ଅଭାବ କାରଣରୁ କମିଯାଏ ତେବେ ଏହା ଯେ କେବଳ ସାମାଜିକ ବିଷମତାକୁ ଜନ୍ମ ଦେଇଥାଏ ତା ନୁହେଁ ବରଂ ଗଣତନ୍ତ୍ର ଭିତରେ ବହୁ ମତବାଦର ବିକୃତ ଛାୟା ମଧ୍ୟ ବିସ୍ତାର ଲାଭ କରିଥାଏ । ଗଣତନ୍ତ୍ର ବହୁ ମତରେ ଚାଲିଥାଏ । ଏହା କେବଳ କଥାରେ ନୁହେଁ ପରନ୍ତୁ ଏକ ପରିପକ୍ୱ ଗଣତନ୍ତ୍ର ତାକୁ ହିଁ କୁହାଯାଏ ଯେଉଁଠି ବହୁମତର ଶକ୍ତିର ଦୁରୁପଯୋଗ ହୋଇନଥାଏ ଏବଂ ସଂଖ୍ୟାଲଘୁଙ୍କ କଥା ବା ସ୍ୱରକୁ ମଧ୍ୟ ସମାନ ଭାବେ ଗୁରୁତ୍ୱ ଦିଆଯାଇଥାଏ । ଏଥିପାଇଁ ଡେମୋଗ୍ରାଫିକ୍ ସନ୍ତୁଳନ ଆବଶ୍ୟକ ।
ଭାରତର ଉତ୍ତର ପୂର୍ବ ରାଜ୍ୟ, କେରଳ, ପଶ୍ଚିମବଂଗ, ଆସାମ ଏବଂ ଦିଲ୍ଲୀ ଭଳି ଅଞ୍ଚଳରେ ଏଭଳି ଆଶଙ୍କା ଅନେକ ସମୟରେ ଉଠିଥାଏ ଯେ ଜନସାଂଖ୍ୟିକ(ଡେ଼ମୋଗ୍ରାଫିକ୍) ପରିବର୍ତ୍ତନ କାରଣରୁ ମୂଳନିବାସୀ ବା ପରମ୍ପରାଗତ ସମୁଦାୟର ପ୍ରଭାବ କମିବାରେ ଲାଗିଛି । ଯେତେବେଳେ ଜନସଂଖ୍ୟା ସନ୍ତୁଳନ ବିଗିଡିଯାଏ ସେତେବେଳେ ସାମାଜିକ ସଂଘର୍ଷ, ସାଂସ୍କୃତିକ ସଂଘର୍ଷ ଏବଂ ରାଜନୈତିକ ଧ୍ରୁବୀକରଣ ଜନ୍ମ ନେଇତାଏ । ଏହି ପ୍ରକ୍ରିୟାରେ ଗଣତନ୍ତ୍ରର ମୂଳ ଉଦେଶ୍ୟ ସମାବେଶିତା, ସହଭାଗିତା ଏବଂ ନ୍ୟାୟ ଦୁର୍ବଳ ହୋଇଯାଇଥାଏ । ଏକଥା କହିବା ଜରୁରି ଯେ ଡେମୋଗ୍ରାଫିକ୍ ନିୟନ୍ତ୍ରଣର ଅର୍ଥ କୌଣସି ସମୁଦାୟ ବିଶେଷକୁ ଟାର୍ଗେଟ କରିବା ନୁହେଁ ବରଂ ପ୍ରୟାସ କରାଯିବା ଉଚିତ୍ ଯେ ସବୁ ସମ୍ପ୍ରଦାୟକୁ ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା ସଶକ୍ତି କରଣ ଏବଂ ଆର୍ôଥକ ବିକାଶର ସମାନ ସୁଯୋଗ ଯେମିତି ମିଳିବ । ଏହା ହୋଇପାରିଲେ ସଂପୂର୍ଣ୍ଣ ସମାଜ ସନ୍ତୁଳିତ ଏବଂ ସ୍ଥିର ଗତିରେ ଆଗକୁ ବଢ଼ିପାରିବ । ଯଦି ସବୁ ବର୍ଗରେ ପ୍ରଜଜନ ହାର, ଜୀବନ ସ୍ତର ଏବଂ ସଂସାଧନ ପର୍ଯ୍ୟନ୍ତ ପହଞ୍ôଚବାର ସନ୍ତୁଳନ ରହିପାରିବ ତେବେ ଗଣତନ୍ତ୍ର ବାସ୍ତବିକ ସଶକ୍ତ ହୋଇପାରିବ । ଅନ୍ୟ ପକ୍ଷରେ ଯଦି କୌଣସି ସମୁଦାୟର ଜନସଂଖ୍ୟା ଅଧିକ ବଢ଼ିଯାଏ ପରନ୍ତୁ ଏହି ଜନସଂଖ୍ୟା ଶିକ୍ଷା, ଆର୍ôଥକ ସହଭାଗିତା ଏବଂ ସମାନତା ଦିଗରେ ପଛରେ ରହିଯାଏ ତେବେ କେବଳ ଯେ ସେହି ସମୁଦାୟ ପ୍ରଭାବିତ ହୁଏ ତା ନୁହେଁ ବରଂ ରାଷ୍ଟ୍ରର ସାମାଜିକ ଏବଂ ରାଜନୈତିକ ବ୍ୟବସ୍ଥା ପ୍ରଭାବିତ ହୋଇଥାଏ । ଏଣୁ ଡେମୋଗ୍ରାଫିକ ସନ୍ତୁଳନ କେବଳ ସଂଖ୍ୟାଗତ ଚାଲେଞ୍ଜ ନୁହେଁ ବରଂ ଏହା ଗଣତନ୍ତ୍ରର ସ୍ଥିରତା ଏବଂ ସାମାଜିକ ବ୍ୟବସ୍ଥାରେ ଆଧାର ଅଟେ । ଭୋଟବ୍ୟାଙ୍କ ରାଜନୀତି ମଧ୍ୟ ଡେ଼ମୋଗ୍ରାଫିକ୍ ଅସନ୍ତୁଳନ ପାଇଁ ଅନେକ ମାତ୍ରାରେ ଦାୟୀ ।
ରାମଚନ୍ଦୟପୁର, ରଣପୁର
ମୋ - ୯୪୩୮୪୮୫୦୯୪