ବିକାଶର ସାରଥି ହେବେ କୋରେଇବାସୀ: ସନ୍ଧ୍ୟାରାଣୀ
ବ୍ୟାସନଗର,: କୋରେଇ ବିକାଶର ସାରଥି କୋରେଇ ବାସୀ ହେବେ । ବିଜେଡ଼ିକୁ ଯୋଡ଼ି ଶଙ୍ଖରେ ଭୋଟ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବାକୁ ପଡ଼ିବ । କୋରେଇ ନୂଆରୁପ ନେବ । ସମସ୍ତେ ଏକାଠି ହେଲେ ନୂଆ କୋରେଇ ଗଢି ଉଠିବ । ବିକାଶର ନୂଆରୂପରେ ସାମିଲ ହେବାକୁ ମୁଁ ସମସ୍ତଙ୍କୁ ନିବେଦନ କରୁଛି । ବ୍ୟାସନଗର କାଳୀ ମେଲଣ ପଡ଼ିଆରେ ଆୟୋଜିତ ଛାତ୍ର ସମାବେଶରେ ଉଦ୍ବୋଧନ ଦେଇ କୋରେଇ ବିଧାୟୀକା ପ୍ରାର୍ଥିନୀ ସନ୍ଧ୍ୟାରାଣୀ ଦାସ କୋରେଇବାସୀଙ୍କ ସହଯୋଗ ଏବଂ ସମର୍ଥନ ଲୋଡ଼ିଥିଲେ । ସନ୍ଧ୍ୟାରାଣୀ ବିଶାଳ ଛାତ୍ର ସମାବେଶରେ କହିଥିଲେ କି ଆପଣଙ୍କ ବଡ଼ଭାଇ ଏହି ମଞ୍ଚରେ ତୁମକୁ ଜବାବ ଦେଇ ଗଲା କୋରେଇର ବିକାଶ ତାଙ୍କ କାନ୍ଧରେ ରହିବ । ମୁଁ ବି ପ୍ରତିଶ୍ରୁତି ଦେଉଛି କୋରେଇ ବିକାଶ ମୋର ପ୍ରଥମ କାର୍ଯ୍ୟ ହେବ ଏବଂ ଆପଣମାନେ ବିକାଶର ସାରଥି ହେବେ । ରୋମ୍ୟରଂଜନ ପୁହାଣଙ୍କ ସଂଚାଳନରେ ଅନୁଷ୍ଠିତ ଛାତ୍ର ସମାବେଶରେ ଯୋଗ ଦେଇ ବିଜେଡ଼ି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ବ୍ୟାସନଗର-କୋରେଇ ବିକାଶ ମୋର ଦାୟୀତ୍ୱ । ଆପଣଙ୍କ ଆଶୀର୍ବାଦରେ କୋରେଇ ବିକାଶ ଶିର୍ଷରେ ପହଞ୍ଚିବ । ବ୍ୟାସନଗର କଲେଜର ମୁଁ ଛାତ୍ର । ବ୍ୟାସନଗରରୁ ମୁଁ ରାଜନୀତି ଆରମ୍ଭ କରିଛି । ମୋ ସ୍ୱପ୍ନକୁ ପୂରଣ କରିବାକୁ ଆପଣଙ୍କ ସହଯୋଗ ନିହାତି ଆବଶ୍ୟକ । ଛାତ୍ର ସମାବେଶରେ ଭବ ପ୍ରକାଶ ଦାସ, ଜିଲା ମହିଳା ସଭାନେତ୍ରୀ ସବିତା ରାଉତ, ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ, ଉପନଗରପାଳ ସୁବାସ ବଳ, ପୂର୍ବତନ ପୌରପାଳ ରସାନନ୍ଦ ମହାନ୍ତି, ଅଭୟ ପତି, ବିଶ୍ୱଜିତ ନାୟକ, ଆଲେକଜାଣ୍ଡାର ଦାସ, ସୌମ୍ୟରଂଜନ ଧଳ, ରବି ନାରାୟଣ ପୁହାଣ, ଅମୂଲ୍ୟ ନାୟକ, ପ୍ରତାପ ମହାନ୍ତି, ମନୋଜ ପରିଡ଼ା, ସିଦ୍ଧାର୍ଥ ସାମଲ, ସୈାମ୍ୟ ପ୍ରକାଶ ବିଶ୍ୱାଳ, ଅନିରୁଦ୍ଧ ମହାନ୍ତି, ପ୍ରଦୁ୍ୟମ୍ନ ରାଉତ, ମଧୂସୂଦନ ଶତପଥୀ, ଚନ୍ଦ୍ର ଶେଖର ସାମଲ, ସୌମ୍ୟରଂଜନ ମହାନ୍ତି, ରାକେଶ ରାଉତ୍, ଉମାକାନ୍ତ ପୁହାଣ, ଭକ୍ତି ଦାସ, ସୁବ୍ରତ ବଳ, ଜୀବନ ଦାସ, ଅଭିଶେକ ରାଉତ୍, ପରେଶ ନାୟକ ପ୍ରମୂଖ ଉପସ୍ଥିତ ରହିଥିଲେ । ସମାବେଶରେ ବିଜେପି ୨ ନଂ ୱାଡ଼ କାଉନସିଲର କୁନି ହାସଁଦା, ୧୩ ନଂ ୱାର୍ଡ଼ ବିଜେପି କାଉନସିଲର ବୁଦୁନୀ ଦରାଇ ବିଜେଡ଼ିରେ ଯୋଗ ଦେଇଥିଲେ ।