ଇସିଆଇଙ୍କୁ ସୁପ୍ରିମକୋର୍ଟଙ୍କ ଚେତାବନୀ : ଅନିୟମିତତା ଥିଲେ ବାତିଲ ହେବ ଏସଆଇଆର

ନୂଆଦିଲ୍ଲୀ: ଇସିଆଇଙ୍କୁ ସୁପ୍ରମିକୋର୍ଟଙ୍କ ବଡ ଚେତାବନୀ । ଯଦି ଭାରତୀୟ ନିର୍ବାଚନ କମିଶନ (ଇସିଆଇ)ଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ପଦ୍ଧତିରେ କୌଣସି ଅନିୟମିତତା ବା ବେଆଇନ ଦେଖାଯାଏ, ତେବେ ନିର୍ବାଚନ ହେବାକୁ ଥିବା ବିହାରରେ ଭୋଟର ତାଲିକାର ସମ୍ପୂର୍ଣ୍ଣ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର)କୁ ବାତିଲ କରିଦିଆଯିବ ।
ସର୍ଭେ ବିରୋଧରେ ମାମଲାର ଶୁଣାଣି କରୁଥିବା ବିଚାରପତି ସୂର୍ଯ୍ୟ କାନ୍ତ ଓ ଜୟମାଲ୍ୟ ବାଗଚୀଙ୍କ ଖଣ୍ଡପୀଠ କହିଛନ୍ତି ଯେ ଏହା ଅନୁମାନ କରାଯାଉଛି ଯେ ନିର୍ବାଚନ ପ୍ୟାନେଲ ଏକ ସାମ୍ବିଧାନିକ କର୍ତ୍ତୃପକ୍ଷ ହୋଇଥିବାରୁ ଏସଆଇଆର ପରିଚାଳନାରେ ଆଇନ ଏବଂ ବାଧ୍ୟତାମୂଳକ ନିୟମ ପାଳନ କରିଛନ୍ତି । ଏହା ବ୍ୟତୀତ, ସର୍ବୋଚ୍ଚÿ ନ୍ୟାୟାଳୟ ଏହି ପ୍ରସଙ୍ଗରେ କୌଣସି ବିଖଣ୍ଡିତ ମତ ଦେବାକୁ ମନା କରିଦେଇଛନ୍ତି । କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ତାଙ୍କର ଚୂଡ଼ାନ୍ତ ରାୟ ସମଗ୍ର ଭାରତ ବର୍ଷର ଏସଆଇଆର ପାଇଁ ଗ୍ରହଣୀୟ ହେବ । ସୁପ୍ରିମକୋର୍ଟ ବିହାରରେ ଏସଆଇଆର ବୈଧତା ଉପରେ ଚୂଡ଼ାନ୍ତ ଯୁକ୍ତି ଶୁଣାଇବା ପାଇଁ ଅକ୍ଟୋବର ୭ ତାରିଖ ଧାର୍ଯ୍ୟ କରିଛନ୍ତି । ସୁପ୍ରିମକୋର୍ଟ ସେପ୍ଟେମ୍ବର ୮ ତାରିଖରେ ନିଦେ୍ର୍ଦଶ ଦେଇଥିଲେ ଯେ ଚାଲୁଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ସମୟରେ ବିହାରର ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ଆଧାରକୁ ଦ୍ୱାଦଶ ବୈଧ ଡକୁ୍ୟମେଣ୍ଟ ଭାବରେ ବିବେଚନା କରାଯିବ । ପୂର୍ବ ନିଦେ୍ର୍ଦଶ ସତ୍ତ୍୍େୱ ନିର୍ବାଚନ ଅଧିକାରୀମାନେ ଏହାକୁ ଗ୍ରହଣ କରିବାକୁ ମନା କରୁଥିବା ଅଭିଯୋଗ ପରେ ଏହି ନିଦେ୍ର୍ଦଶ ଦିଆଯାଇଛି ।
କୋର୍ଟ ନିର୍ବାଚନ କମିଶନଙ୍କ ଆପତ୍ତିକୁ ଖାରଜ କରି ସ୍ପଷ୍ଟ କରିଛନ୍ତି ଯେ ଆଧାର ନାଗରିକତା ପ୍ରମାଣ କରିପାରିବ ନାହିଁ, କିନ୍ତୁ ଏହା ପରିଚୟ ଓ ବାସସ୍ଥାନର ଏକ ବୈଧ ପ୍ରମାଣ ଅଟେ । ବିରୋଧୀ ଦଳଗୁଡ଼ିକ ଦ୍ୱାରା ଏସଆଇଆର ଅଭିଯାନ ସମାଲୋଚନାର ଶିକାର ହୋଇଛି, ଯେଉଁମାନେ ଅଭିଯୋଗ କରିଛନ୍ତି ଯେ ଉପଯୁକ୍ତ ଯାଞ୍ଚ ବିନା ଲକ୍ଷ ଲକ୍ଷ ପ୍ରକୃତ ଭୋଟରଙ୍କୁ ତାଲିକାରୁ କାଟି ଦିଆଯାଇଛି । ସେମାନେ ଯୁକ୍ତି ବାଢ଼ିଛନ୍ତି ଯେ ଇସି ଦ୍ୱାରା ଅନୁମୋଦିତ ୧୧ ଟି ଡକୁ୍ୟମେଣ୍ଟ ତାଲିକାରୁ ଆଧାରକୁ ବାଦ ଦେବା ଭୋଟରମାନଙ୍କୁ ଅନ୍ୟାୟ ଭାବରେ କ୍ଷତି ପହଞ୍ଚାଇବ, କାରଣ ଏହା ଅନ୍ୟ ପରିଚୟ ପତ୍ର ତୁଳନାରେ ବହୁତ ବ୍ୟାପକ । ଅଗଷ୍ଟ ୧୮ ତାରିଖରେ, ଇସିଆଇ ଏକ ଡ୍ରାଫ୍ଟ ତାଲିକା ପ୍ରକାଶ କରିଥିଲା । ଯାହା ଦର୍ଶାଉଛି ଯେ ଏସଆଇଆର କାର୍ଯ୍ୟର ଅଂଶ ଭାବରେ ୬୫ ଲକ୍ଷ ନାମ ବାଦ ଦିଆଯାଇଛି ।
ଏହି ସମୟରେ ନିର୍ବାଚନ ପ୍ୟାନେଲ୍ ବିରୋଧୀ ଦଳଗୁଡ଼ିକୁ "ଭୋଟ୍ ଚୋରି’ ଅଭିଯୋଗ ପାଇଁ ଭର୍ତ୍ସନା କରିଛି ଓ ରାଜନୈତିକ ଦଳଗୁଡ଼ିକୁ ଭୋଟରଙ୍କୁ ଭ୍ରମିତ କରୁଥିବା ଏବଂ ନିର୍ବାଚନ ସଂସ୍ଥା ଉପରେ ଦୋଷ ଲଦି ଦେଉଥିବା ଅଭିଯୋଗ କରିଛି ।