ଟାଟା ଷ୍ଟିଲ ଫାଉଣ୍ଡେସନର ମଶାମରା ଅଭିଯାନ
ାା ପ୍ରଭାନୁ୍ୟଜ ।ା କଳିଙ୍ଗନଗର : ଟାଟାଷ୍ଟିଲ୍ ଫାଉଣ୍ଡେସନ୍ କଳିଙ୍ଗନଗର ଅଞ୍ଚଳରେ ଭେକ୍ଟର ବାହିତ ରୋଗ ନିରାକରଣ ଯୋଜନା ଅନ୍ତର୍ଗତ ମଶା ଲାର୍ଭା ନଷ୍ଟ ଅଭିଯାନ ଅଗଷ୍ଟ ରୁ ଆରମ୍ଭ କରିଥିଲା ଯାହା ବୁଧବାର ଶେଷ ହୋଇଯାଇଛି । ଦାନଗଦୀ ଓ ସୁକିନ୍ଦା ବ୍ଲକର ଉଚ୍ଚ ବିପଦପୂର୍ଣ୍ଣ ଅଞ୍ଚଳରେ ମଶା ପ୍ରଜନନସ୍ଥଳୀକୁ ନଷ୍ଟ କରି ମ୍ୟାଲେରିଆ, ଡେଙ୍ଗୁ ଓ ଲିମ୍ଫାଟିକ୍ ଫାଇଲେରିଆ ଭଳି ରୋଗର ପ୍ରକୋପ ହ୍ରାସ କରିବା ଏହି ଅଭିଯାନର ମୁଖ୍ୟ ଉଦେ୍ଦଶ୍ୟ ଥିଲା । ଦୀର୍ଘ ମାସେ ଧରି ଚାଲିଥିବା ଏହି ଅଭିଯାନରେ ଦାନଗଦୀ ଓ ସୁକିନ୍ଦା ବ୍ଲକର ୧୩ଟି ପଞ୍ଚାୟତ ଅନ୍ତର୍ଗତ ୧୧୨ଟି ଗ୍ରାମର ୧୬,୮୦୦ରୁ ଅଧିକ ପରିବାର ଉପକୃତ ହୋଇଛନ୍ତି । ଟାଟାଷ୍ଟିଲ ଫାଉଣ୍ଡେସନର ପବ୍ଲିକ୍ ହେଲଥ ଟିମ ନେତୃତ୍ୱରେ ଅନୁଷ୍ଠିତ ଏହି ଅଭିଯାନରେ ଆଶା କର୍ମୀ, ଏଏନଏମ, ସିଏଚ୍ଓ, ଅନ୍ୟ ସ୍ୱାସ୍ଥ୍ୟକର୍ମୀ, ସମାଜ ସଚେତନତାକାରୀ, ସରପଞ୍ଚ ଏବଂ ପିଆରଆଇ ସଦସ୍ୟଙ୍କ ସମେତ ସରକାରୀ କର୍ମଚାରୀ ସହଯୋଗ କରିଥିଲେ ।