ସୂର୍ଯ୍ୟପ୍ରଭା ଲେଖିବା ପରେ.... ମାମା’କୁ ସହଯୋଗର ହାତ ବଢାଇଲା ‘ଆମ ଆଶ୍ରମ'


ାା ପ୍ରଭାନୁ୍ୟଜ ।ା ଯଖପୁରା: ଚଳିତମାସ୧୦ତାରିଖ ‘ଜରି ପାଲ ତଳେ ମାମା, କାନ୍ଧରେ ପାଞ୍ଚ ଭାଇ ଭଉଣୀଙ୍କ ବୋଝ'ଶୀର୍ଷକ ଖବର ‘ସୂର୍ଯ୍ୟପ୍ରଭା’ରେ ପ୍ରକାଶ ପାଇବା ‘ଆମ ଆଶ୍ରମ’ ପକ୍ଷରୁ ବଢାଯାଇଛି ସହଯୋଗର ହାତ । ଖବର ପ୍ରକାଶ ପରେ ମାମାକୁ ଧର୍ମଶାଳା ବ୍ଲକର ବଳରାମପୁର ଠାରେ ଥିବା ଆମ ଆଶ୍ରମ ମାମାକୁ ସହାୟତା ହେବାକୁ ଆଗେଇ ଆସିଥିଲା । ଆମ ଆଶ୍ରମର ପ୍ରତିଷ୍ଠାତା ମନୋଜ କୁମାର ଧୀରଙ୍କ ସହ ଆଶ୍ରମର ସଭ୍ୟ ଶିକ୍ଷକ ଶରତ କୁମାର ପରୀକ୍ଷା, କ୍ଷୀରୋଦ କୁମାର ନାୟକ ଓ ସ୍ମୃତିରଞ୍ଜନ ବିଶ୍ୱାଳ ମାମା ଘରକୁ ଆସି ତାର ପରିବାରକୁ ଚାଉଳ, ଗ୍ରୋସରୀ, ବିସ୍କୁଟ, କନ୍ଥା, କମଳ ସହିତ ମାମା ସହିତ ତାର ଭାଇ ଭଉଣୀ, ଅଜା ଆଈଙ୍କୁ ନୂତନ ବସ୍ତ୍ର ପ୍ରଦାନ କରିଥିଲେ । 
ତେବେ ମାମା ଏବଂ ତାର ଭାଇ ଭଉଣୀଙ୍କୁ ନେଇ ନିଜ ଆଶ୍ରମରେ ରଖି ଭବିଷ୍ୟତ ଗଢିବାକୁ ଯିବାକୁ କହିଥିଲେ । ହେଲେ ମାମା କି ତାର ଭାଇ ଭଉଣୀ ରାଜି ହୋଇନଥିଲେ ।  ମାମାର ଦାବି ମୁତାବକ ତା ପରିବାର ପାଇଁ ଏକ ଘର ନିର୍ମାଣ କରିଦେବା ପାଇଁ ଆମ ଆଶ୍ରମର ପ୍ରତିଷ୍ଠାତା ପ୍ରତିଶ୍ରୁତି ଦେଇଛନ୍ତି । ଆଶ୍ରମର ସାହାଯ୍ୟ ପରେ ମାମା ଓ ତାର ଭାଇ ଭଉଣୀଙ୍କ ମୁହଁରେ ହସ ଫୁଟିଛି । ମାମା ମଧ୍ୟ ଆମ ଆଶ୍ରମରୁ ଆସିଥିବା ସଦସ୍ୟଙ୍କୁ କୃତଜ୍ଞତା ଜଣାଇଛି ।