କଲ୍ୟାଣେଶ୍ୱର ମନ୍ଦିର ପ୍ରତିଷ୍ଠା ଉତ୍ସବ
ଦାନଗଦୀ: ଉଚ୍ଚବାଲି ପଞ୍ଚାୟତ କରଡାପାଳ ଗ୍ରାମରେ କଲ୍ୟାଣେଶ୍ୱର ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଛି । ପ୍ରାତଃ ରୁ ସୂର୍ଯ୍ୟ ପୂଜା,ଗୋ ପୂଜା,ଶାଲା ପ୍ରବେଶ ଠାକୁରଙ୍କ ପ୍ରଥମ ଦର୍ଶନ ଓ ଯଜ୍ଞ କର୍ମ ଆଦି କର୍ତା ମଧୁସୂଦନ ସାହୁ ଓ ଶଙ୍ଖପ୍ରଭା ସାହୁ,ଉପକର୍ତା ମଦନମୋହନ ସାହୁ,ଉଲାସିନୀ ସାହୁ, ସୁକାନ୍ତି ସାହୁ, ପ୍ରତିମା ସାହୁ, ଝୁନୁଲତା ସାହୁ, ଗୋଲାପ ମଞ୍ଜରୀ ସାହୁ ସବିତା ସାହୁ ଓ ଗ୍ରାମ ତଥା ପଡୋଶୀ ଗ୍ରାମର ପ୍ରାୟ ୧୩୦ଜଣ କଳସ ଧାରୀ କୁସେଇ ନଦୀରୁ ଜଳବୁଡାଇ ଗ୍ରାମ ପରିକ୍ରମା କରି ଯଜ୍ଞମଣ୍ଡପରେ କଳସ ସ୍ଥାପନା କଲାପରେ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଥିଲା । ଆଚାର୍ଯ୍ୟ ଉପେନ୍ଦ୍ର ପଣ୍ଡା, ବିଚିତ୍ରାନନ୍ଦ ଦାଶ, ଶିବ ପ୍ରସାଦ ରଥ, ରାକେଶ ମିଶ୍ର, ମେଘନାଦ ପଣ୍ଡା, ସାଧୁ ହରିହର ଦାସ ମହାରାଜ, ପୂଜକ ପପୁନନା ଓ କାମପାଳ ନନାଙ୍କ ସହଯୋଗରେ ଯଜ୍ଞ କର୍ମ ଓ ପ୍ରତିଷ୍ଠା କର୍ମ ହୋଇଥିଲା । ଲ୍ୟାଣେଶ୍ୱର ମହାଦେବଙ୍କ ମନ୍ଦିର ପ୍ରବେଶ ସହ ଦେବ ଦର୍ଶନ ଓ ପୂର୍ଣ୍ଣାହୁତି ପରେ ମନ୍ଦିର ପ୍ରତିଷ୍ଠା ଉତ୍ସବ ସରିଥିଲା ।