ଚୋରି ଟ୍ରାକ୍ଟର ଜବତ, ଜଣେ ଗିରଫ 

ାା ପ୍ରଭାନୁ୍ୟଜ ।ା  ନିଆଳି: ନିଆଳି ଥାନା କପାସୀ ଗ୍ରାମର ବୃଷଧ୍ୱଜ ନାୟକଙ୍କ ଟ୍ରାକ୍ଟରକୁ କୌଣସି ଦୁର୍ବୁତ୍ତ ଗତ ୪ ତାରିଖ ଦିନ ଚୋରି କରି ନେଇ ଯାଇଥିବାବେଳେ ନିଆଳି ପୁଲିସ୍ ଟ୍ରାକ୍ଟରକୁ ଜବତ କରିବା ସହିତ ଚୋରି ମାମଲାରେ ସମ୍ପୃକ୍ତ ବାଲିପାଟଣା ଥାନା ଅନ୍ତର୍ଗତ ବିଶ୍ୱାଳ ପଡାର ବୁଦ୍ଧନାଥ ପ୍ରଧାନଙ୍କୁ ଗିରଫ କରିଛି । ସୂଚନା ମୁତାବକ, ଗତ ୪ ତାରିଖରେ କପାସୀ ଗ୍ରାମରେ ଥିବା ଏକ ରଡ ସିମେଣ୍ଟ ଦୋକାନ ଆଗରେ ଏହି ଟ୍ରାକ୍ଟର ଥୁଆ ହୋଇଥିବା ବେଳେ ୫ ତାରିଖ ସକାଳୁ ଟ୍ରାକ୍ଟର ମାଲିକ ଶ୍ରୀ ନାୟକ  ଯାଇ ଦେଖନ୍ତି ତାଙ୍କ ଟ୍ରାକ୍ଟର ନାହିଁ । ଗାଡିରେ ଥିବା ଜିପିଏସ୍ ଟ୍ରାକର୍ ଟ୍ରାକ୍ କରି ନିମାପଡା ଥାନା ଅନ୍ତର୍ଗତ ଭୁବନପୁର ଗ୍ରାମକୁ ଯାଇ ଜଣଙ୍କ ଘର ଆଗରେ ଟ୍ରାକ୍ଟର ଠିଆ ହୋଇଥିବାବେଳେ ବଣ୍ଟି ପଲତା ଦୌଡି ପଳାଇ ଯାଇଥିଲା । ସେଠାରୁ ଟ୍ରାକ୍ କରି ବାଲିପାଟଣା ଥାନା ଅନ୍ତର୍ଗତ ବିଶ୍ୱାଳ ପଡାର ବୁଦ୍ଧନାଥ ପ୍ରଧାନଙ୍କ ବାଡିରେ ଟ୍ରାକ୍ଟର ଟ୍ରଲି ଥୁଆ ହୋଇଛି । ସେଠାରୁ ଆସି ନିଆଳି ଥାନାରେ ଅଭିଯୋଗ କଲା ପରେ ନିଆଳି ପୁଲିସ୍ ଟ୍ରାକ୍ଟର ଟ୍ରାକ୍ଟର ଓ ଟ୍ରଲି ଜବତ କରିବା ସହିତ ବୁଦ୍ଧନାଥ ପ୍ରଧାନଙ୍କୁ ଗିରଫ କରିଥିବା ବେଳେ ବଣ୍ଟି ପଲତା ଫେରାର ଅଛି ବୋଲି ନିଆଳି ଆଇଆଇସି ବିଜୟ କୁମାର ମଲ୍ଲିକ ସୂଚନା ଦେଇଛନ୍ତି ।