ପାଲାସଂସ୍କୃତି ପୀଠର ୧୫୦ ବର୍ଷ ପୂର୍ତ୍ତି ମହୋସବ

 ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ବ୍ଲକର ଅନ୍ୟତମ ପ୍ରାଚୀନ ସତ୍ୟନାରାୟଣ ପାଲାପୀଠର ୧୫୦ ବର୍ଷ ପୁର୍ତ୍ତି ମହୋସବ ଗୁରୁବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ ସଂସ୍କୃତ ଅଧ୍ୟାପକ ପଣ୍ଡିତ ହରେକୃଷ୍ଣ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉସôବକୁ ଜିଲ୍ଲା ସଂସ୍କୃତି ଅଧିକାରିଣୀ ତନୁଜା ସୈର୍କା ଉଦଘାଟନ କରିଥିଲେ । 
ଷୋଳମପୁର ପାଲା କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଉସôବରେ ବିଧାୟକ ସଞ୍ଜିବ ମଲ୍ଲିକ ମୁଖ୍ୟ ଅତିଥି, ଗାୟକ ସିଦ୍ଧାନ୍ତଦର୍ଶୀ ମଦନ ମୋହନ ଜେନା ମୁଖ୍ୟବକ୍ତା, ସରପଞ୍ଚ ପରମାନନ୍ଦ ନାୟକ, ଗାୟକ ବାଚଷ୍ପତି ବନବିହାରୀ ଗ୍ରହାଚାର୍ଯ୍ୟ, କଳାକାଳ ସଂଘ ଉପସଭାପତି ତ୍ରିଲୋଚନ ପଣ୍ଡା, ଜିଲ୍ଲା ପରିଷଦ ସଦସ୍ୟ ଉକôଳ କେଶରୀ ମହାନ୍ତି, ଲକ୍ଷ୍ମୀଧର ସାହୁ, ସମାଜସେବୀ ସଞ୍ଜିବ କୁମାର ପରିଡା, ସମିତି ସଭ୍ୟା ମାମିଲତା ଜେନା, ଅବସରପ୍ରାପ୍ତ ଅଧ୍ୟାପକ ଅନାଦି ଚରଣ ସାହୁ, ମାଳଦା ପାକ୍ସ ସଭାପତି ମୁକୁନ୍ଦ ଚରଣ ମଲ୍ଲିକ, ପୂର୍ବତନ ସଭାପତି ଅରବିନ୍ଦ ନାୟକ, ତାରାକାନ୍ତ ଘଡାଇ, ନାଏବ ସରପଞ୍ଚ ସଙ୍ଗୀତାରାଣୀ ଖଟୁଆ ଓ ସାହିତି୍ୟକ ଦାମୋଦର ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହି ପାଲା ଅନୁଷ୍ଠାନର ଦିବଙ୍ଗତ ପ୍ରତିଷ୍ଠାତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଏବର ପରିଚାଳକଙ୍କୁ ଶୁଭେଚ୍ଛା ଜ୍ଞାପନ କରି ଓଡିଶାର ଅନ୍ୟନ୍ୟ ଲୋକକଳା ପାଲାର ସାହିତ୍ୟ ଚର୍ଚ୍ଚା ଓ ମନୋରଞ୍ଜନ ଦର୍ଶକମାନଙ୍କ ପାଇଁ ପଥପ୍ରଦର୍ଶକ ହୋଇଥାଏ । ବୈଦିକ ଯୁଗରୁ ଗ୍ରାମେ ଗ୍ରାମେ ପାଲା ଅନୁଷ୍ଠାନ ସୃଷ୍ଟି ହୋଇ ବ୍ୟକ୍ତି ଜୀବନକୁ ସଂସ୍କାରିତ କରିଆସୁଛି । ଏହାର ପ୍ରସାର ହେଲେ ସମାଜ ସଂସ୍କାରିତ ହୋଇ ପାରିବ ବୋଲି କହିଥିଲେ । କମିଟି ସମ୍ପାଦକ ସତ୍ୟବାଦୀ ଗାହାଣ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ମଣିନାଥପୁର, ସାରଣା, ମାଳଦା, ନପଙ୍ଗ, ମଞ୍ଜୁରୀ, ଯାଜପୁର ଜିଲ୍ଲା ରାଉତରାପୁର, ବାଲିଗୁଡା, ଅରେଇ ଆଦି ପୁରାତନ ପାଲା ଅନୁଷ୍ଠାନ ସହ ପାଲାର ନିୟମିତ ଓ ତନ୍ମୟ ଦର୍ଶକ ଘନଶ୍ୟାମ ପଲାଇ, ହୃଷିକେଶ ସାମଲ, ଭ୍ରମରବର ଘଡାଇ, ନିର୍ମଳାନନ୍ଦ ବ୍ରହ୍ମ, ଯାଜପୁର ଆଞ୍ଚଳିକ ପାଲାମଞ୍ଚ ସଭାପତି ସନାତନ ନାୟକଙ୍କୁ ଉସôବରେ ସମ୍ବର୍ଦ୍ଧିତ କରାଯାଇଥିଲା । ସାମ୍ବାଦିକ ବିଶ୍ୱମ୍ଭର ରାଉତ ମଞ୍ଚ ପରିଚାଳନା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ବିଶ୍ୱରଞ୍ଜନ ଜେନା ଧନ୍ୟବାଦ ଦେଇଥିଲେ । ଉସôବକୁ ପାଲା କମିଟି ଓ ଗ୍ରାମବାସୀମାନେ ପରିଚାଳନା କରିଥିଲେ ।