ଦଳିତ ଯୁବକଙ୍କୁ ଲଣ୍ଡା କରିବା ଘଟଣା ୯ ଗିରଫ
ବ୍ରହ୍ମପୁର: ଗାଁ ଦାଣ୍ଡରେ ଯୁବକଙ୍କୁ ଅଧା ଲଣ୍ଡା କଲେ, ଆଣ୍ଠେଇ ଆଣ୍ଠେଇ ବୁଲାଇଲେ । ସେତିକିରେ ମନ ଭରିଲାନିଯେ, ପୁଣି ଘାସ ଖୁଆଇ ନର୍ଦ୍ଦମା ପାଣି ମଧ୍ୟ ପିଆଇଲେ । ଗାଁ ଦାଣ୍ଡରେ ଏଭଳି କଙ୍ଗାରୁ କୋର୍ଟ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଏହାକୁ ନେଇ ଦଳିତମାନେ ମେଳି କରିଛନ୍ତି । ଗଞ୍ଜାମ ଜିଲ୍ଲା ଖରିଗୁମ୍ମାରୁ ଯାହାଡ଼ା ପର୍ଯ୍ୟନ୍ତ ଦୁଇଜଣଙ୍କୁ ଏଭଳି ଭୟଙ୍କର ନିର୍ଯାତନା ଦେବା ଘଟଣାରେ ପୁଲିସ୍ କାର୍ଯ୍ୟାନୁଷ୍ଠାନ ନେଇଛି । ଘଟଣାରେ ୯ ଜଣଙ୍କୁ ଗିରଫ କରାଯାଇଛି । ଅଭିଯୋଗ ପରେ ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ଧରାକୋଟ ତହସିଲଦାର ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୀଡ଼ିତ ଯୁବକଙ୍କୁ ଭେଟି ଆଶ୍ୱାସନା ଦେଇଛନ୍ତି । ସେମାନଙ୍କ ଚିକିସôା ପାଇଁ ଉପଜିଲ୍ଲାପାଳ ୧୦ ହଜାର ଟଙ୍କା ଲେଖାଏଁ ଉଭୟ ପରିବାରକୁ ପ୍ରଦାନ କରିଛନ୍ତି । ଆହୁରି ମଧ୍ୟ ଦୋଷୀଙ୍କୁ ଦଣ୍ଡ ଦିଆଯିବାର ପ୍ରତିଶ୍ରୁତି ଦେଇଛନ୍ତି । ସେପଟେ ଘଟଣାର ତଦନ୍ତ ପାଇଁ କଂଗ୍ରେସ ଏକ କମିଟି ଗଠନ କରିଛି । ବହୁ ନେତା ଗାଁକୁ ଆସି ଯୁବକଙ୍କୁ ଭେଟୁଛନ୍ତି । ଦୁଇ ଦିନ ତଳେ ଖାରିଗୁମ୍ମା ଗାଁର ଦୁଇ ଜଣ ଦଳିତ ବ୍ୟକ୍ତି ଝିଅକୁ ଯୌତୁକ ଦେବା ପାଇଁ ହରିପୁରରୁ ତିନିଟି ଗାଈ ଧରି ସିଙ୍ଗିପୁର ଯାଉଥିଲେ । ଏତିକି ବେଳେ ଖାରିଗୁମ୍ମାଠାରେ ତାଙ୍କୁ କିଛି ଲୋକ ଅଟକାଇବା ସହ ତାଙ୍କୁ ଲଣ୍ଡା କରିଥିଲେ । ଏନେଇ ଧରାକୋଟ ଥାନାରେ ଅଭିଯୋଗ ହୋଇଥିଲା ।