ପୁଲିସ୍‌ ଉପରେ ଆକ୍ରମଣ କଲେ ଉତ୍ତ୍ୟକ୍ତ ଲୋକେ

ପୁଲିସ୍‌ ଉପରେ ଆକ୍ରମଣ କଲେ ଉତ୍ତ୍ୟକ୍ତ ଲୋକେ

ଭଦ୍ରକ: ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଧୀନ ଚୁଡାକୁଟି ବଜାରରେ ପୁଲିସ୍‌ ଉପରେ ଆକ୍ରମଣ କଲେ ଉତ୍ତ୍ୟକ୍ତ ଲୋକେ। ଏଥିରେ ଦୁଇ ଜଣ ପୁଲିସ୍‌ ଗୁରୁତର ହୋଇଥିବା ବେଳେ ଆକ୍ରମଣ ଘଟଣାରେ ଜଣଙ୍କୁ ଉଠାଇ ନେଇଛି ପୁଲିସ୍‌।ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣରେ ଧାମନଗର ଥାନାର ଏଏସଆଇ ଓ ଜଣେ କର୍ମଚାରୀ ଆହତ ହୋଇଛନ୍ତି। ଉଭୟଙ୍କୁ ଉଦ୍ଧାର କରି ଧାମନଗର ମେଡିକାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ, କିଛି ଦିନ ପୂର୍ବେ ଧାମନଗରରେ ଏକ ଗଣ୍ଡଗୋଳ ଘଟଣା ଘଟିଥିଲା। ଏନେଇ ଥାନାରେ ଅଭିଯୋଗ ହେବା ପରେ ତଦନ୍ତ କରିବା ନିମନ୍ତେ ପୁଲିସ୍‌ ଆଜି ଚୁଡାକୁଟି ବଜାରରେ ପହଞ୍ଚିଥିଲା। ସେଠାରେ ପୁଲିସ୍‌ ପ୍ରକୃତ ଅଭିଯୁକ୍ତଙ୍କ ବଦଳରେ ଭୁଲବଶଃତ ଆଉ ଜଣଙ୍କୁ ଉଠାଇ ନେଉଥିଲା।ସ୍ଥାନୀୟ ଲୋକେ ଏହାର ପ୍ରତିବାଦ କରିବାରୁ ସେମାନେ ପୁଲିସ୍ ସହ ମୁହାଁମୁହିଁ ହୋଇଥିଲେ। ଲୋକଙ୍କ ଆକ୍ରମଣରେ ଜଣେ ଏଏସଆଇ ଓ ଅନ୍ୟ ଜଣେ ପୁଲିସ୍‌ କର୍ମଚାରୀ ଆହତ ହୋଇଛନ୍ତି। ଏହି ଆକ୍ରମଣ ଘଟଣାରେ ପୁଲିସ୍‌ ଜଣଙ୍କୁ ଗିରଫ କରିଛି।