ଆଇସିଏଆଇର ସମ୍ମିଳନୀ ‘ସକ୍ଷମ' ଉଦ୍ଘାଟିତ : ଏଫ୍ପିଓ, ଲକ୍ଷପତି ଦିଦି ସହ ଯୋଡ଼ି ହୁଅନ୍ତୁ ସିଏ
ସମ୍ବଲପୁର : ଦେଶରେ ଚାଟାର୍ଡ ଆକାଉଣ୍ଟାଣ୍ଟ୍ (ସିଏ) ସମୁଦାୟ ବୃଦ୍ଧି ପାଇଲେ ବ୍ୟବସାୟ ବୃଦ୍ଧି ପାଇବ । ଏହି କମୁ୍ୟନିଟିର ବନ୍ଧୁମାନେ କୃଷି ଉତ୍ପାଦ ସଂଗଠନ ତଥା ଏଫପିଓ, ଷ୍ଟ୍ରିଟ୍ ଭେଣ୍ଡର ବା ଉଠା ବ୍ୟବସାୟୀ ଏବଂ ଲକ୍ଷପତି ଦିଦି ଭଳି ବିଷୟ ସହ ଯୋଡ଼ିହେବା ଦରକାର । ସେମାନଙ୍କ ଆର୍ଥିକ ବ୍ୟବସ୍ଥା ବଢିଲେ ହିଁ ଆମର ବ୍ୟବସାୟରେ ଅଭିବୃଦ୍ଧି ଘଟିବ । ଶନିବାର ଆଇଆଇଏମ ସମ୍ବଲପୁରରେ ଇନଷ୍ଟିଚୁ୍ୟଟ୍ ଅଫ୍ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଅଫ୍ ଇଣ୍ଡିଆ (ଆଇସିଏଆଇ)ର ଉପ-ଆଞ୍ଚଳିକ ସମ୍ମିଳନୀ ‘ସକ୍ଷମ'ର ଉଦଘାଟନୀ ଅଧିବେଶନରେ ଯୋଗଦେଇ ଏହା କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସିଏ ସମୁଦାୟକୁ ଏହି ପରାମର୍ଶ ଦେଇ କର୍ମଶାଳାରେ ସାରା ଦେଶରୁ ଯୋଗଦେଇଥିବା ଚାଟାର୍ଡ ଆକାଉଣ୍ଟାଣ୍ଟ ଏବଂ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ ଶ୍ରୀ ପ୍ରଧାନ ।
ଦେଶର ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବାରେ ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏହି କ୍ଷେତ୍ରର ଅଭିଜ୍ଞ ବ୍ୟକ୍ତିମାନଙ୍କର ଯୋଗଦାନ ଭାରତକୁ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥବ୍ୟବସ୍ଥାରେ ପରିଣତ କରିଛି । ଆଗାମୀ ଦିନମାନଙ୍କରେ ଏହି କ୍ଷେତ୍ରରେ ଭାରତର ସ୍ଥାନ ତୃତୀୟ ହେବ । ବିଶ୍ୱରେ ଭାରତର ପରିଚୟ ବଢ଼ିବ ବୋଲି ଏ ଅବସରରେ ଧର୍ମେନ୍ଦ୍ର କହିଛନ୍ତି । ଆଜି ସମଗ୍ର ଦେଶରେ ଆମର ଯୁବଶକ୍ତି ୨.୫ ଲକ୍ଷରୁ ଅଧିକ ଷ୍ଟାର୍ଟଅପ୍ରୁ ପ୍ରାୟ ୪୦ ଲକ୍ଷ କୋଟି ମୂଲ୍ୟର ତଥା ୭ ଲକ୍ଷରୁ ଅଧିକ ଲୋକଙ୍କୁ ରୋଜଗାର ଦେଉଛନ୍ତି । ଆମର ଯୁବବର୍ଗଙ୍କୁ ପ୍ରୋସôାହନ ଦେବା ପାଇଁ ଆମେ ନୂଆ ସୁଯୋଗ ଏବଂ ସାମାନ ମଞ୍ଚ ପ୍ରସ୍ତୁତ କରିବାକୁ ହେବ ବୋଲି କହିଥିଲେ । ଶ୍ରୀ ପ୍ରଧାନ ଆଇଆଇଏମ ସମ୍ବଲପୁରରକୁ ଆସନ୍ତା ୫ ବର୍ଷରେ ଏକ ସବୁଜ ବନାଞ୍ଚଳ ଭାବରେ ବିକଶିତ କରିବା ପାଇଁ ପରାମର୍ଶ ଦେଇଛନ୍ତି ।