ଗଣକବି ବୈଷ୍ଣବ ପାଣିଙ୍କ ଜୟନ୍ତୀ ସମାରୋହ
ାା ପ୍ରଭାନୁ୍ୟଜ ।ା ବାଲିଚନ୍ଦ୍ରପୁର: ଉକôଳୀୟ ସଂସ୍କୃତି ଓ ସ୍ୱାଭିମାନର ତିର୍ଥ ଭୂମି କୋଠପଦା ରଘୁନାଥ ଜୀଉ ମଠ ପରିସରରେ ଉକôଳ ଗଣକବି ବୈଷ୍ଣବ ପାଣି ସ୍ମୃତି ସଂସଦ ଆନୁକୁଲ୍ୟରେ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ପାଳିତ ହୋଇଯାଇଛି । ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ଉତ୍ସବକୁ ଉଦ୍ଘାଟନ କରି ବୈଷ୍ଣବ ପାଣିଙ୍କ କୃତି ଉପରେ ବିଶଦ ଆଲୋଚନା କରିଥିଲେ । ଅତିଥି ଭାବେ ପ୍ରଫେସର ବିଜୟ କୁମାର ଶତପଥି ଯୋଗ ଦେଇ ଇଂରାଜୀ ସାହିତ୍ୟର ସୁନାମଧନ୍ୟ ଲେଖକ ସେକ୍ସପିୟର୍ଙ୍କ ସହ ଗଣକବିଙ୍କୁ ତୁଳନା କରିଥିଲେ । ମୁଖ୍ୟବକ୍ତା କିସ ବିଶ୍ୱବିଦ୍ୟାଳୟର ପ୍ରଫେସର ଡ.ବିଜୟାନନ୍ଦ ସିଂହ ଯୋଗଦେଇ ୧୯୬୪ ମସିହାରେ ଆରମ୍ଭ ହୋଇଥିବା ଗଣକବିଙ୍କ ଜୟନ୍ତୀ ସମଗ୍ର ଓଡିଶାରେ ନବ ଜାଗରଣ ସୃଷ୍ଟି କରିଛ । ବରେଣ୍ୟ ଅତିଥି ଭାବେ ପ୍ରଫେସର କାର୍ତ୍ତିକ ଚନ୍ଦ୍ର ବରାଳ, ଆଗାମୀ ଶତାବ୍ଦୀର ସମ୍ପାଦକ ଶେଖ ମସୁଦ ଅଲ୍ଲୀ, ସାଧାରଣ ସମ୍ପାଦକ କ୍ଷିରୋଦ କୁମାର ସାହୁ, ଯୋଗଦେଇ ଗଣକବିଙ୍କ ପ୍ରତି ସୃତିଅର୍ଘ୍ୟ ଅର୍ପଣ କରିଥିଲେ । ବୈଷ୍ଣବ ପାଣି ସ୍ମୃତି ସଂସଦର ସଭାପତି କାର୍ତ୍ତିକେଶ୍ୱର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ଅତିଥି ପରିଚୟ ପ୍ରଦାନ କରିଥିଲେ ପଣ୍ଡିତ ପ୍ରଭାତ କୁମାର କର । ଆଇନଜୀବୀ ଦିପକ ମହାନ୍ତି ବାର୍ଷିକ ବିବରଣୀ ପାଠ କରିଥିଲେ । ନାଟ୍ୟ ନିର୍ଦ୍ଦଶେକ ମାଣିଆବନ୍ଧ କଟକର ଲକ୍ଷ୍ମୀଧର ଦଳାଇଙ୍କୁ ଚଳିତ ବର୍ଷର ମର୍ଯ୍ୟାଦା ଜନକ ଗଣକବି ସମ୍ମାନରେ ସମ୍ମାନିତ କରାଯାଇଥିଲା । ମାନପତ୍ର ପାଠ କରିଥିଲେ ସଂଗ୍ରାମ ସାମଲ ।