ବ୍ୟାଙ୍କ ଜାଲିଆତିରେ ଫସିଲେ ଦୁଇ ମିଲର, ମ୍ୟାନେଜର ସସ୍ପେଣ୍ଡ
ଆସିକା: ବ୍ୟାଙ୍କରୁ ପାଇଥିବା ବ୍ୟାଙ୍କ ଗ୍ୟାରେଣ୍ଟି ନେଇ ଦୁଇ ରାଇସ ମିଲର ଠକାମିର ଶିକାର ହୋଇଛନ୍ତି । ବ୍ୟାଙ୍କ ଦେଇଥିଲା ମିଛି ଡକୁମେଣ୍ଟ ବା ବ୍ୟାଙ୍କ ଗ୍ୟାରେଣ୍ଟି ଧରାପଡିବା ପରେ ମ୍ୟାନେଜରଙ୍କୁ ସସପେଣ୍ଡ କରିଛି ଉଚ୍ଚÿ କର୍ତ୍ତୃପକ୍ଷ । ଅପରପକ୍ଷରେ ଦୋଷ ଲୁଚାଇବାକୁ ବ୍ୟାଙ୍କ ପକ୍ଷରୁ କରୁଛି ପ୍ରୟାସ । ଏନେଇ ଶାଖା ପରିଚାଳକ ବିରୋଧରେ ଆସିକା ଥାନାରେ ମାମଲା ରୁଜୁ ହୋଇଛି । ନିଜର ସମ୍ପତି ଓ ଜମିବାଡି ବନ୍ଧକ ରଖି ଏବଂ ଫିକ୍ସ ଡିପୋଜିଟ ଦେଇ ମିଲର ନେଉଥିଲେ ବ୍ୟାଙ୍କ ଗ୍ୟାରେଣ୍ଟି । ତାହାରି ବଳରେ ମିଲର ଚାଷୀର ଧାନ ଉଠାଇବାକୁ ସରକାରୀ ସ୍ୱୀକୃତି ପାଉଥିଲେ । କିନ୍ତୁ ଶାଖା ପରିଚାଳକ ବ୍ୟାଙ୍କର ଉପରିସ୍ଥ ଅଧିକାରୀଙ୍କ ଆଗୋଚରରେ ଫେକ ବ୍ୟାଙ୍କ ଗ୍ୟାରେଣ୍ଟି ଦେଇ ଠକୁଥିଲେ । ବ୍ୟାଙ୍କର ମିଛ ବ୍ୟାଙ୍କ ଗ୍ୟାରେଣ୍ଟି ପେପରକୁ ଧରିଛି ରାଜ୍ୟ ଯୋଗାଣ ବିଭାଗ । ଜିଲ୍ଲାପାଳଙ୍କ ନିଦେ୍ର୍ଦଶରେ ଚାଳିଛି ତଦନ୍ତ । ଅପରପକ୍ଷେ ଚଳିତ ବର୍ଷ ସରକାର ଧାନ କିଣା ପାଇଁ ଆବେଦନ କରିଥିବା ଗଂଜାମ ଜିଲ୍ଲାର ଦୁଇଟି ମିଲକୁ ଧାନ କିଣା ବିକା କରିବା ପାଇଁ ଯୋଗାଣ ବିଭାଗ ପକ୍ଷରୁ ବାରଣ କରାଯାଇଛି । କାରଣ ମିଲରଙ୍କ ଦ୍ୱାରା ଦିଆଯାଇଥିବା ବ୍ୟାଙ୍କ ଗ୍ୟାରେଣ୍ଟି କୁଆଡେ ଫେକ ଅଛି । ଏହି ଚିଠି ମିଲର ଦୁହିଁଙ୍କ ପାଖରେ ପହଁଚିବା ପରେ ସେମାନେ ଆସିକା କାରୁର ବଶ୍ୟ ବ୍ୟାଙ୍କକୁ ଦୌଡିଥିଲେ । ହେଲେ ତାଙ୍କ ଠାରୁ କୋଟି କୋଟି ଟଙ୍କାର ସମ୍ପତ୍ତି ମଡ଼ଗେଜ ନେଇ ଓ ଫିକ୍ସଡ଼ ଡିପୋଜିଟ୍ ନେଇ ଫେକ ବ୍ୟାଙ୍କ ଗ୍ୟାରେଣ୍ଟି ଦେଇଥିବା ଶାଖା ପ୍ରବନ୍ଧକ ସୁରଜିତ ମିଶ୍ର ସାସ୍ଥ୍ୟଗତ କାରଣ ଦେଖାଇ ଛୁଟିରେ ଚାଲିଯାଥିଲେ । ତାଙ୍କ ସହ ଯୋଗାଯୋଗ ନ ହେବାରୁ ଜାଣିବାକୁ ପାଇଲେ । ଏନେଇ ଠକାମିର ଶିକାର ହୋଇଥିବା ମିଲର ଭାସ୍କର ମାହାନ୍ତି ଆସିକା ଥାନାରେ ଏକ ମାମଲା ମଧ୍ୟ ଦାୟର କରିଛନ୍ତି । ମ୍ୟାନେଜରଙ୍କ କାରନାମା ଏବେ ପଦାରେ ପଡିଛି । ବ୍ୟାଙ୍କର କଲିକତା ଡିଜିଏମ ଅଫିସର ଅପରେଶନ ହେଡ ସଂଜୀବ କୁମାର ଜେନା ଆସିକା ଶାଖାରେ ପହଞ୍ଚି ତଦନ୍ତ କରିବା ବେଳେ ସୁରଜିତ ମିଶ୍ରଙ୍କୁ ସସପେଣ୍ଡ କରାଯାଇଥିବା ନେଇ ସୂଚନା ମିଳିଛି ।