ବିଜେଡ଼ିର କର୍ମୀ ସମ୍ମିଳନୀ

ବାଲିପାଟଣା : ବିଜୁ ଜନତା ଦଳର ୨୦ ଓ ୨୧ ନମ୍ବର ଜୋନକୁ ନେଇ ସଂଗଠନର ମୁଖ କମଲ କୁମାର ପାତ୍ରଙ୍କ ନେତୃତ୍ୱ ବନମାଳୀପୁର କଲେଜ ଖେଳ ପଡିଆରେ ହଜାର ହଜାର କର୍ମୀଙ୍କୁ ନେଇ ଏକ ବିଶାଳ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜୋନ ୨୦ ଓ ୨୧ ନମ୍ବର କର୍ମୀମାନଙ୍କୁ ନେଇ ଏକ ବିଶାଳ ଶୋଭାଯାତ୍ରା ବନମାଳୀପୁର ନୂଆସାହି କେନାଲ ବ୍ରିଜ ଠାରୁ ବାଜା, ବାଣ ଫୁଟାଇ ସଭା ମଣ୍ଡପ ଅଭିମୁଖେ ବାହାରିଥିଲା । ସଭା ମଣ୍ଡପ ନିକଟରେ ପ୍ରଜ୍ଞା ଖଟୁଆ ଓ ସାଥୀ କଳାକାରମାନଙ୍କ ଦ୍ୱାରା ବିଜୁ ଜନତା ଦଳର ବିଭିନ୍ନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ସୁନ୍ଦର ଅଭିନୟ ମାଧ୍ୟମରେ ପରି ପ୍ରକାଶ କରିଥିଲେ । ଏଥିରେ ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ଓ ବିଧାୟକ ପ୍ରାର୍ଥୀ ନବ କିଶୋର ମଲ୍ଲିକ, ସହ ପ୍ରଭାରୀ ଶୁଭ୍ରାଂଶୁ ଶେଖର ମିଶ୍ର, ଜିଲ୍ଲାପରିଷଦ ସଭ୍ୟ ପବିତ୍ର ମୋହନ ପଟେଲ, ଗଙ୍ଗାଧର ମଲ୍ଲିକ, ସୁକନ୍ୟା ସେଠୀ, ମହେଶ୍ୱର ଦାସ ,ମଙ୍ଗରାଜ ବେହେରା, କୁନ ମୁନ ଲେଙ୍କା, ହରପ୍ରିୟା ଦାସ, ସୁଚିତ୍ରା ଜେନାମଣି ବାକ୍ତବ୍ୟ ରଖିଥିଲେ ।