ଅନ୍ତଦ୍ୟୋୟ ଗୃହ ଯୋଜନା ବାଟବଣା : ଯୋଗ୍ୟଙ୍କୁ ଅଣଦେଖା ଅଯୋଗ୍ୟଙ୍କୁ ଚୟନ
କୁଆଖିଆ : ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଅସହାୟ, ବିଧବା, ଭୂମିହୀନ, ଭିନ୍ନକ୍ଷମ ମାନଙ୍କୁ ଅନ୍ତଦ୍ୱୟ ଗୃହ ଯୋଜନାରେ ବାସଟିଏ ଯୋଗାଇ ଦେବାକୁ ଯୋଜନା ପ୍ରସ୍ତୁତ କରିଥିବା ବେଳେ ପ୍ରଶାସନିକ ଅଧିକାରୀ କିପରି ଯୋଜନାକୁ ବାଟବଣା କରି ଯୋଗ୍ୟ ହିତାଧିକାରୀଙ୍କୁ ଅଣଦେଖା କରୁଛନ୍ତି ତାର ଉଦାହରଣ ଦେଖିବାକୁ ମିଳିଛି ରସୁଲପୁର ବ୍ଲକର ଗନ୍ଧଣ ପଂଚାୟତରେ । ସୂଚନା ଅନୁଯାୟୀ ରସୁଲପୁର ବିଡ଼ିଓ ସତ୍ୟାନନ୍ଦ ଦାଶ ଏହି ପଂଚାୟତରେ କେଉଁ ମାନେ ଅନ୍ତ୍ୟୋଦ୍ୱୟ ଗୃହ ଯୋଜନାରେ ଯୋଗ୍ୟ ହିତାଧିକାରୀ ଅଛନ୍ତି ସେମାନଙ୍କ ଏକ ତାଲିକା ସରପଂଚ ରୁଦ୍ରନାରାୟଣ ମହାନ୍ତିଙ୍କୁ ଦେବାପାଇଁ ନିଦେ୍ର୍ଦଶ ଦେଇଥିଲେ । ସରପଂଚ ଶ୍ରୀ ମହାନ୍ତି ଏକତଳା ଗ୍ରାମର ସ୍ୱର୍ଗତ୍ ଅନାମ ଦୁଆରୀଙ୍କ ଅବିବାହିତା ଝିଅ ବାସନ୍ତୀ ଦୁଆରୀ ଓ ବଂଟରା ଗ୍ରାମର ସ୍ୱର୍ଗତ୍ ଗଣେଶ ମଳିକଙ୍କ ବିଧବା ସ୍ତ୍ରୀ ମମତାଙ୍କ ନାମକୁ ଯୋଗ୍ୟ ହିତାଧିକାରୀ ଭାବରେ ସାମିଲ ପାଇଁ ପଂଚାୟତ ସମ୍ପ୍ରସାରଣ ଅଧିକାରୀଙ୍କ ମାଧ୍ୟମରେ ସୁପାରିଶ କରିଥିଲେ । କିନ୍ତୁ ବିଡ଼ିଓ ବିନା ତଦନ୍ତରେ ଉକ୍ତ ଦୁଇ ଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦେଇ ପଂଚାୟତର ବହୁ ଅଯୋଗ୍ୟ ହିତାଧିକାରୀଙ୍କୁ ଗୃହ ବଂଟନ ସକାଶେ ଚୟନ କରିଥିବା ନେଇ ସରପଂଚ ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି । ତେବେ ଏହାକୁ ଆଧାର କରି ହିତାଧିକାରୀ ବାସନ୍ତୀ ଓ ମମତା ଜିଲ୍ଲାପାଳଙ୍କ ଦୃଷ୍ଠିକୁ ଆଣି ନ୍ୟାୟ ଦେବାପାଇଁ ଦାବି କରିଛନ୍ତି ।