ବରୀ ଝିଅ ବ୍ୟାଡମିଣ୍ଟନ ଚାମ୍ପିଅନ
ବରୀ : ଖୋର୍ଦ୍ଧାର ଜଟଣୀ ଠାରେ ଓଡିଶା ଷ୍ଟେଟ ବ୍ୟାଡମିଣ୍ଟନ ଆସୋସିଏସନ ଦ୍ୱାରା ଆୟୋଜିତ ରାଜ୍ୟ ସ୍ତରୀୟ ବ୍ୟାଡମିଣ୍ଟନ ରାଙ୍କିଙ୍ଗ ଟୁର୍ଣାମେଣ୍ଟ ଉଦ୍ୟାପିତ ହୋଇଯାଇଛି ।୯ବର୍ଷରୁ କମ ଚାମ୍ପିଅନସିପ୍ରେ ବରୀ ଆରଙ୍ଗାବାଦ ସ୍ଥିତ ବିଶ୍ୱଜିତ ଜେନା ଓ ଶିଖା ସାମନ୍ତରାୟଙ୍କ ସାନ ଝିଅ ସୁପୁତ୍ରୀ ଅଦିତ୍ରୀ ସାଇକ୍ରିତି ଯାଜପୁର ଜିଲ୍ଲା ତରଫରୁ ପ୍ରତିନିଧିତ୍ୱ କରି ଦ୍ୱିତୀୟ ସ୍ଥାନରେ ରହି ରୋପ୍ୟ ପଦକ ହାସଲ କରିଛନ୍ତି । ସେ ହରିୟାଣା ରାଜ୍ୟର ପାନିପତ ସ୍ଥିତ ଇଣ୍ଡିଆନ ଅଏଲ ରିଫାଇନାରୀ କ୍ଲବରେ ପ୍ରଶିକ୍ଷକ ସୁମନ କୁମାର ମିଶ୍ରଙ୍କ ଅଧୀନରେ ରହି ପ୍ରଶିକ୍ଷଣ ନେଉଅଛି ।