ରାଜ୍ୟସ୍ତରୀୟ ସାମୁଦ୍ରିକ ସନ୍ଧାନ ଓ ଉଦ୍ଧାର କର୍ମଶାଳା

 ପାରାଦୀପ: ଭାରତୀୟ ତଟ ରକ୍ଷକ ମୁଖ୍ୟାଳୟ, ଜିଲ୍ଲା ସଂଖ୍ୟା ୭(ଓଡିଶା) ଦ୍ୱାରା  ଦୁଇଦିନିଆ ରାଜ୍ୟସ୍ତରୀୟ ସାମୁଦ୍ରିକ ସନ୍ଧାନ ଓ ଉଦ୍ଧାର କାର୍ୟଶାଳାର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ୦୮ ଓ ୦୯ ଏପ୍ରିଲ୍ ୨୫ ରେ ପାରାଦୀପରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟାଳୟରେ ଓଡିଶା ରାଜ୍ୟର ବିଭିନ୍ନ ସୁରକ୍ଷା ଓ ଉଦ୍ଧାର ବିଭାଗମାନେ ଅଂଶଗ୍ରହଣ କରିଥିଲେ, ଯଥା ଓଡିଶା ରାଜ୍ୟ ବିପର୍ଯ୍ୟୟ ବ୍ୟବସ୍ଥାପନ ପ୍ରାଧିକରଣ, ପାରାଦୀପ ବନ୍ଦର ପ୍ରାଧିକରଣ, ମସô୍ୟ ବିଭାଗ, କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବାହିନୀ, ଓଡିଶା ଆରକ୍ଷୀ ବାହିନୀ, ସାମୁଦ୍ରିକ ଆରକ୍ଷୀ ବାହିନୀ, ବନ ବିଭାଗ ଓ ଅନ୍ୟ ବେସରକାରୀ ସଂସ୍ଥା ଭାରତୀୟ ତଟ ରକ୍ଷକ ଦେଶର ସାମୁଦ୍ରିକ ସନ୍ଧାନ ଓ ଉଦ୍ଧାର କାର୍ଯ୍ୟର ଅଗ୍ରଣୀ ବିଭାଗ ଭାବେ କାର୍ଯ୍ୟ କରେ । ଏହି  କାର୍ୟଶାଳ ର ଲକ୍ଷ୍ୟ ବିଭିନ୍ନ ବିଭାଗ ମଧ୍ୟରେ ସହଯୋଗ, ମାନକ କାର୍ଯ ପ୍ରଣାଳୀ ବିଷୟରେ ପୁନଃଆଲୋଚନା କରି ଏକ ଉତ୍ତମ ସହଯୋଗିତା ସୃଷ୍ଟି କରିବା । ଏହି କାର୍ଯ୍ୟଶାଳାରକୁ ତଟ ରକ୍ଷକ କମାଣ୍ଡର (ଓଡ଼ିଶା) ଉପ ମହାନିରିକ୍ଷକ ସଂଜୟ ନେଗି ଉଦ୍ଘାଟନ କରିଥିଲେ । ସେ ତାଙ୍କ ବକ୍ତବ୍ୟରେ ଏଜେନ୍ସିମାନେ ଏହି କାର୍ଯକ୍ରମରେ ଅଂଶଗ୍ରହଣ କରି ତାଙ୍କର ଭୂମିକା, ପ୍ରତିକ୍ରିୟା ଓ ଉଦ୍ଧାର କ୍ଷମତା ବୃଦ୍ଧି କରିପାରିବେ ବୋଲି ଉଲ୍ଲେଖ କରିଥିଲେ । ଏହି ପ୍ରକାରର କାର୍ଯ୍ୟକ୍ରମ ସାମୁଦ୍ରିକ ଅପତ୍ତା ପରିସ୍ଥିତିରେ ଏକ ଏକତାବଦ୍ଧ ଉଦ୍ୟମ ଦ୍ୱାରା ଜୀବ ଓ ସମ୍ପତ୍ତି ରକ୍ଷା କରିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିବାହ କରିବା ବୋଲି ଉଲ୍ଲେଖ କରିଥିଲେ । ପ୍ରଥମ ଦିନରେ ବିଭିନ୍ନ ଏଜେନ୍ସିଙ୍କ ଦ୍ୱାରା ସନ୍ଧାନ ଓ ଉଦ୍ଧାର ସମ୍ପର୍କିତ ପ୍ରସ୍ତୁତି, ଉପକରଣ, ପ୍ରତିକ୍ରିୟା ବ୍ୟବସ୍ଥା ଓ ନୂତନ ପ୍ରଯୁକ୍ତି ସମ୍ପର୍କରେ ପ୍ରସ୍ତୁତି ଦିଆଯାଇଥିଲା । ଦ୍ୱିତୀୟ ଦିନ ଏକ ଟେବୁଲ୍ ଟପ୍ ଅଭ୍ୟାସ ଆୟୋଜିତ ହୋଇଥିଲା, ଯାହା ମାଧ୍ୟମରେ ବିଭିନ୍ନ ଏଜେନ୍ସି ଏକତାବଦ୍ଧ ଭାବେ କିପରି ସନ୍ଧାନ ଓ ଉଦ୍ଧାର ଅଭିଯାନ କରିପାରିବେ ତାହାର ଅନୁଭୂତି ଦିଆଯାଇଥିଲା ।