ସ୍ୱେଛାସେବୀ ସଙ୍ଗଠନ ପକ୍ଷରୁ ରକ୍ତଦାନ ଶିବିର
କୁଆଖିଆ: ସ୍ୱେଚ୍ଛାସେବୀ ସଙ୍ଗଠନ ବିପଦର ବନ୍ଧୁ ପରିବାର ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଚନ୍ଦନେଶ୍ୱର କଲ୍ୟାଣ ମଣ୍ଡପରେ ଆୟୋଜିତ ଶିବିରକୁ ଡ. ବିଜୟ ଶତପଥୀ ଉଦ୍ଘାଟନ କରିଥିଲେ । ଶିବିରରେ ରକ୍ତଦାନ ସହିତ ଗରିବ ଲୋକଙ୍କୁ ନୂତନ ବସ୍ତ୍ର ପ୍ରଦାନ କରାଯାଇଥିଲା । ଅତିଥି ଭାବେ ସମାଜସେବୀ ମିନତୀ ସାହୁ, ସମାଜସେବୀ ଜନ୍ମେଜୟ ସାହୁ, ମାଧୁରୀ ଶତପଥୀ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥଲେ । ଯାଜପୁର ରେଡକ୍ରସ୍ ବିଭାଗର ଡ. ପାର୍ଥ ସାରଥୀ ଦାଶ ଓ ସହଯୋଗୀଙ୍କ ଦ୍ୱାରା ରକ୍ତଦାନ କାର୍ଯ୍ୟକୁ ସମ୍ପନ୍ନ କରାଯାଇ ମୋଟ ୨୫ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । କାର୍ଯ୍ୟକ୍ରମରେ ସଭାପତି ନିମାଇଁ ପଣ୍ଡା, ସମ୍ପାଦକ ଗୋପାଳ ପାତ୍ର, କୋଷାଧ୍ୟକ୍ଷ ଭଗବାନ ଦାଶ, ପ୍ରତିଷ୍ଠାତା ନିହାର ଆଚାର୍ଯ୍ୟ, ଶିବରାମ ନନ୍ଦ, ବସନ୍ତ କୁମାର ପଣ୍ଡା, ବିଦ୍ୟାଧର ସାହୁ, ପ୍ରଭାକର ସାହୁ,ସୌମ୍ୟଦର୍ଶନ ନାୟକ, ମାନସ ମଲିକ, କୁଳମଣୀ ରାଉତ, ଗୋଲକ ରାଉତ, ପ୍ରଦୀପ ସାମଲ, ପ୍ରଶାନ୍ତ ନାୟକ, ପ୍ରଭାସିନୀ ମଲ୍ଲ, ବିଶ୍ୱଜିତ୍ ଦାଶ, ଶୁଭେନ୍ଦୁ ଶତପଥୀ, ଚନ୍ଦନ ମହାରଣା, ସୁଶାନ୍ତ ପୃଷ୍ଟି, ସନ୍ତୋଷ ନାୟକ, ସାଇଆଶିଷ ନାୟକ, ପ୍ରଶାନ୍ତ ସ୍ୱାଇଁ, ବସନ୍ତ ପାତ୍ର, ଶିଶିର ପଣ୍ଡା, ପ୍ରଭାତ ସାହୁ, ରିଙ୍କୁ ମହାନ୍ତି , ସୌଭାଗ୍ୟ ବେହେରା, ପ୍ରଫୁଲ୍ଲ ପଣ୍ଡା, ବିଶ୍ୱଜିତ୍ ରାଉତ,ପ୍ରମୂଖ ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ ।